Gold Price Today / ଶସ୍ତା ହୋଇଗଲା ସୁନା-ରୂପା, ଜାଣନ୍ତୁ ମଙ୍ଗଳବାର କେତେ ରହିଛି ଦର...
·4 months ago·2 min read

Key Points
ଶସ୍ତା ହେଲା ସୁନା-ରୂପା
ମଙ୍ଗଳବାର ଦରରେ ବଡ଼ ପରିବର୍ତ୍ତନ
୧୦ ଗ୍ରାମ ସୁନା ୧୬୦,୬୮୮ ଟଙ୍କା
ମଙ୍ଗଳବାର ଦରରେ ବଡ଼ ପରିବର୍ତ୍ତନ
୧୦ ଗ୍ରାମ ସୁନା ୧୬୦,୬୮୮ ଟଙ୍କା
ସୋମବାର ସୁନା ଦର ହୁ ହୁ ହୋଇ ବଢ଼ିବା ପରେ ମଙ୍ଗଳବାର ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ସୋମବାର ସୁନା ପ୍ରତି ୧୦ ଗ୍ରାମ ୧.୬୨ ଲକ୍ଷ ଏବଂ ରୂପା ପ୍ରତି କିଲୋଗ୍ରାମ ୩ ଲକ୍ଷ ଛୁଇଁଥିଲା । କିନ୍ତୁ ନିବେଶକମାନେ ପ୍ରଫିଟ୍ ବୁକିଂ ଯୋଗୁଁ ମଙ୍ଗଳବାର ସୁନା ମୁଲ୍ୟ ସମାନ୍ୟ ହ୍ରାସ ପାଇଛି ।
ମଙ୍ଗଳବାର ସକାଳ ୯:୦୦ରେ MCX ରେ ଏପ୍ରିଲ ଫ୍ୟୁଚର୍ସ ପାଇଁ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୦୦୦ ହ୍ରାସ ପାଇ ୧୦ ଗ୍ରାମ ପ୍ରତି ୧.୬୦ ଲକ୍ଷରେ ପହଞ୍ଚିଛି । ସେହିପରି ରୂପା ମଧ୍ୟ ୧,୩୦୦ ରୁ ଅଧିକ ହ୍ରାସ ପାଇ କିଲୋଗ୍ରାମ ପ୍ରତି ୨୬୩,୯୪୯ରେ ପହଞ୍ଚିଛି ।
MCX (ମଲ୍ଟି କମୋଡିଟି ଏକ୍ସଚେଞ୍ଜ) ଏବଂ ବୁଲିଅନ୍ ବଜାର ଉଭୟ ମଙ୍ଗଳବାର ଲାଲ୍ ରଙ୍ଗରେ କାରବାର କରୁଛି । ସୋମବାର ନିବେଶକମାନେ ଅଧିକ କିଣିବା ପରେ ଏବେ ବିକ୍ରି କରୁଛନ୍ତି । ୨୪ କ୍ୟାରେଟ୍ ସୁନାର ମୂଲ୍ୟ ମଙ୍ଗଳବାର ସକାଳ ୧୦:୪୪ରେ ପ୍ରତି ୧୦ ଗ୍ରାମ ୧୬୦,୬୮୮ ରେ ରହିଥିଲା । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୧୪୭,୪୧୮ ରହିଛି । ଅନ୍ୟପଟେ ରୂପା କିଲୋଗ୍ରାମ ପିଛା ୨୬୪,୦୧୦ରେ କାରବାର ହେଉଛି ।
ତେବେ ସୋମବାର ସୁନା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ହୋଇଥିଲା । କେବଳ ସୁନା ନୁହେଁ ୨୩ ଫେବ୍ରୁଆରୀରେ ସୁନା ଏବଂ ରୂପା ମୂଲ୍ୟ ବଢ଼ିଥିଲା । ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୩,୩୬୨ ବୃଦ୍ଧି ପାଇ ୧,୫୮,୪୨୮ ହୋଇଥିଲା । ପୂର୍ବରୁ ଏହା ୧,୫୫,୦୬୬ ଟଙ୍କା ଥିଲା । ସେହିପରି ଏହି ଅବଧି ମଧ୍ୟରେ ରୂପା ୧.୪୪ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ୩୧ ଡିସେମ୍ବର ୨୦୨୪ରେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୮୬,୦୦୦ ଟଙ୍କା ଥିଲା ଏବଂ ବର୍ଷ ଶେଷରେ ଏହା ବୃଦ୍ଧି ପାଇ କେଜି ମୂଲ୍ୟ ୨.୩୦ ଲକ୍ଷରେ ପହଞ୍ଚିଛି ।
ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ୮୦ ହଜାର ଅତିକ୍ରମ କରିପାରେ ବୋଲି କୁହାଯାଉଛି । ସେହିପରି ୨୦୨୫ କଥା ଯଦି ଆମେ ଦେଖିବା ତେବେ ସୁନା ମୂଲ୍ୟ ୨୦୨୫ରେ ୫୭ ହଜାର(୭୫%) ଟଙ୍କା ବଢ଼ିଥିଲା। ୩୧ ଡିସେମ୍ବର ୨୦୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୬ ହଜାର ଟଙ୍କା ଥିଲା, ଯାହା ୩୧ ଡିସେମ୍ବର ୨୦୨୫ରେ ୧.୩୩ ଲକ୍ଷ ହୋଇ ଯ।ଇଥିଲା ।
ଏଥିସହ ପଢ଼ନ୍ତୁ: ଆଉ କମିବନି ପୁଣି ବଢ଼ିଲା ସୁନା ଓ ରୁପା ଦର, ଜାଣନ୍ତୁ କାରଣ କଣ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories