Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାଉଦି ଆରବ ସହ ହ୍ଵାଇଟ୍ ହାଉସ୍‌ରେ ଗୁପ୍ତ ବୈଠକ; ଇରାନ୍ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ

International

Iran Attack Plan / ସାଉଦି ଆରବ ସହ ହ୍ଵାଇଟ୍ ହାଉସ୍‌ରେ ଗୁପ୍ତ ବୈଠକ; ଇରାନ୍ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ସାଉଦି ଆରବ ସହ ହ୍ଵାଇଟ୍ ହାଉସ୍‌ରେ ଗୁପ୍ତ ବୈଠକ; ଇରାନ୍ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ
Behind Closed Doors: Saudi Role in Iran Attack Plan

Key Points

ଇରାନ ଉପରେ ଆକ୍ରମଣ ପଛରେ ଥିବା ସାଉଦି ଆରବର ଚାଲ୍ ମଧ୍ୟ ସାମ୍ନାକୁ ଆସିଛି । ଆମେରିକାକୁ ଇରାନ୍ ଉପରେ ଆକ୍ରମଣ ପାଇଁ ସାଉଦି ଆରବ ଉସୁକାଇଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ: ଇରାନ୍ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ନେଇ ମଧ୍ୟପ୍ରାଚ୍ୟ ରାଜନୀତି ବଡ଼ ମୋଡ଼ ନେଇଛି । ଏଥିସହ ଏହି ଆକ୍ରମଣ ପଛରେ ଥିବା ସାଉଦି ଆରବର ଚାଲ୍ ମଧ୍ୟ ସାମ୍ନାକୁ ଆସିଛି । ଆମେରିକାକୁ ଇରାନ୍ ଉପରେ ଆକ୍ରମଣ ପାଇଁ ସାଉଦି ଆରବ ଉସୁକାଇଥିବା ଜଣାପଡ଼ିଛି ।

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଉଦି ରକ୍ଷା ମନ୍ତ୍ରୀ ପ୍ରିନ୍ସ ଖାଲିଦ ବିନ ସଲମାନ ୱାଶିଂଟନରେ କହିଛନ୍ତି, "ଯଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଦେଇଥିବା ଧମକ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇ ନଥାନ୍ତେ, ତାହେଲେ ଇରାନର ଶାସନ ଆହୁରି ମଜଭୁତ ହୋଇ ଯାଇଥାନ୍ତା ।"

ଆମେରିକୀୟ ଗଣମାଧ୍ୟମ ଅନୁସାରେ, ହ୍ଵାଇଟ୍ ହାଉସ୍‌ରେ ସାଉଦି ରକ୍ଷା ମନ୍ତ୍ରୀ ଏକଥା କହିଛନ୍ତି । ଯେଉଁଥିରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ, ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ, ହ୍ଵାଇଟ୍ ହାଉସର ବିଶେଷ ଦୂତ ଷ୍ଟିଭ୍ ୱିଟକଫ ଆଦି ଉପସ୍ଥିତ ଥିଲେ । ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ପ୍ରଭାବ ଉକ୍ତ ଅଞ୍ଚଳରେ କଣ ରହିବ ?

ଏଥିସହ ପଢ଼ନ୍ତୁ: କେଉଁ ସମୟରେ ନବ ଦାସଙ୍କୁ ହୋଇଥିଲା ଗୁଳି ? ଦୀପାଳି ନା ଏତଲା... ସତ କ'ଣ ?

ତିନି ସପ୍ତାହ ତଳେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ, ଟ୍ରମ୍ପଙ୍କୁ ଆଞ୍ଚଳିକ ଯୁଦ୍ଧ ଆଶଙ୍କା ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ଯାହା ପରେ ଆମେରିକା ଆକ୍ରମଣ ନିଷ୍ପତ୍ତିରୁ ଓହରିଥିଲା । ଆଉ ଏବେ ସାଉଦି ଆରବ ଭିତରେ ନେତୃତ୍ଵର ଜିଜ୍ଞାସା ବାରି ହୋଇ ପଡ଼ୁଛି ।

ଏପରିକି ଇରାନ ଉପରେ ଆକ୍ରମଣ ବେଳେ ଆମେରିକା, ସାଉଦି ଆରବର ଏୟାର ସ୍ପେସ୍ ବ୍ୟବହାର କରିପାରିବ ନାହିଁ ବୋଲି ମହମ୍ମଦ ବିନ ସଲମାନ କହିଥିଲେ । ଏହି ପ୍ରତିବନ୍ଧକ ୨୦୨୫ ଏପ୍ରିଲ୍‌ରେ ପ୍ରଥମଥର ଲଗାଇଥିଲା ସାଉଦି । ସେତେବେଳେ ଇରାନର ପରମାଣୁ ସାଇଟ୍‌କୁ ଟାର୍ଗେଟ୍ ପାଇଁ ଆମେରିକା ଯୋଜନା କରିଥିଲା ।

ପରେ ଆମେରିକା ଅନ୍ୟ ଏୟାରବେସ୍‌ର ବ୍ୟବହାର କରି ଇରାନ୍ ଉପରେ ଆକ୍ରମଣ କରିଥିଲା । ଆଉ ଏବେ ଇରାନରେ କ୍ଷମତା ପରିବର୍ତ୍ତନକୁ ଟାର୍ଗେଟ୍ କରି ଯେବେ ଆକ୍ରମଣ ପାଇଁ ଯୋଜନା ହୋଇଛି, ସେତେବେଳେ ସାଉଦି ସହ ଅନ୍ୟ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଆମେରିକାକୁ ଏୟାର ସ୍ପେସ୍ ବ୍ୟବହାର କରିବାକୁ ବାରଣ କରିଛନ୍ତି ।

ଏବେର ରିପୋର୍ଟ ଅନୁସାରେ, ପ୍ରିନ୍ସ ଖାଲିଦ ବନ୍ଦ କୋଠରୀ ବୈଠକରେ କହିଛନ୍ତି- "ଯଦି ଆମେରିକା ପଛକୁ ହଟେ ତାହେଲେ ଇରାନକୁ ବାର୍ତ୍ତା ଯିବ ଚାପ ପରେ ବି ବଞ୍ଚିଯିବ । ଯାହା ଫଳରେ ତେହରାନ ଆହୁରି ବଳ ପାଇବ ଏବଂ ଅଞ୍ଚଳରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବ ।" ଏଥିସହ ଆକ୍ରମଣ ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢ଼ିବା ଆଶଙ୍କା କରିଥିଲେ ।

ଏଥିସହ ପଢ଼ନ୍ତୁ: ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ; ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

ବର୍ତ୍ତମାନ ଆମେରିକା ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ତାର ସୈନ୍ୟ ଉପସ୍ଥିତି ବଢ଼ାଉଛି । କିନ୍ତୁ ହ୍ଵାଇଟ୍ ହାଉସ୍‌ର କହିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରମ୍ପ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି ଓ କୂଟନୀତିକ ବିକଳ୍ପ ଖୋଲା ରହିଛି । ଅନ୍ୟପଟେ ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ କୌଣସି ଆଲୋଚନା ହେଉନାହିଁ । ଆମେରିକାର ସର୍ତ୍ତ ଅନୁସାରେ, ଇରାନ ବୁଝାମଣା ପାଇଁ ଏବେ ପ୍ରସ୍ତୁତ ନାହିଁ ।

ଏହି ପୁରା ଘଟଣାକ୍ରମ ସ୍ପଷ୍ଟ ଦର୍ଶାଉଛି ଯେ, ଇରାନକୁ ନେଇ ସାଉଦି ଆରବର ରଣନୀତି ଏବେ ସର୍ବସାଧାରଣରେ ଦିଆ ଯାଉଥିବା ବୟାନ ଠାରୁ ବେଶ ଭିନ୍ନ । ଯାହାକୁ ନେଇ ଆଗାମୀ ଦିନରେ ପଶ୍ଚିମ ଏସିଆ ତଥା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Saudi Arabia Pushed US Toward Iran Attack: Report | Argus News | Argus News