Videos
|
Gold

Gold Price Falls / ପୁଣି ହଠାତ୍ ଶସ୍ତା ହେଲା ମୂଲ୍ୟବାନ ଧାତୁ, ରୁପା ୧.୯୮ ଲକ୍ଷ ଶସ୍ତା, ସୁନା ଏତିକି...

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ପୁଣି ହଠାତ୍ ଶସ୍ତା ହେଲା ମୂଲ୍ୟବାନ ଧାତୁ, ରୁପା ୧.୯୮ ଲକ୍ଷ ଶସ୍ତା, ସୁନା ଏତିକି...
Gold Price Falls Today

Key Points

ସୁନା ରୁପା ମୂଲ୍ୟରେ ବଡ଼ ହ୍ରାସ
ରୁପା ୧.୯୮ ଲକ୍ଷ ଶସ୍ତା ହେଲା
ସେହିପରି ସୁନାଦର ବି କମିଲା
ନୂଆଦିଲ୍ଲୀ: ଆଜି ବି ମୂଲ୍ୟବାନ ଧାତୁ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇବା ଜାରି ରହିଛି । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ମଲ୍ଟି-କମୋଡିଟି ବଜାର (MCX)ରେ ସୁନା ଏବଂ ରୁପା ମୂଲ୍ୟ ଦ୍ରୁତ ଭାବରେ ହ୍ରାସ ପାଇଛି । ଆମେରିକା ଫେଡେରାଲ ରିଜର୍ଭର ନିଷ୍ପତ୍ତି ଯୋଗୁଁ ଏହି ଧାତୁଗୁଡ଼ିକର ଦାମ କମିଛି । ସର୍ବୋଚ୍ଚ ସ୍ତରରୁ ଏବେ ରୁପା ୧.୯୮ ଲକ୍ଷ ଟଙ୍କା ଶସ୍ତା ହୋଇଥିବାବେଳେ ସୁନା ମଧ୍ୟ ସର୍ବୋଚ୍ଚ ସ୍ତରରୁ ୫୦ ହଜାର ଟଙ୍କା କମିଛି ।

  • ସୁନା ଏବଂ ରୂପା କେତେ ଶସ୍ତା ହେଲା ?
ଶୁକ୍ରବାର ଅର୍ଥାତ ଆଜି MCXରେ ଅଗଷ୍ଟ 5 ତାରିଖର ଫ୍ୟୁଚର୍ସ ପାଇଁ ସୁନା ମୂଲ୍ୟ ୮୦୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୧,୪୪,୫୧୧ ଟଙ୍କାରେ ପହଞ୍ଚିଛି । ସେହିପରି ସେପ୍ଟେମ୍ବର ୪ ତାରିଖର ଫ୍ୟୁଚର୍ସ ପାଇଁ ରୁପା ମୂଲ୍ୟ ୩,୫୭୭ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୨,୨୨,୮୦୦ ଟଙ୍କାରେ ପହଞ୍ଚିଛି । ପ୍ରାରମ୍ଭିକ କାରବାରରେ ସୁନା ଏବଂ ରୁପା ମୂଲ୍ୟ ଏତେ କମି ନଥିଲା, କିନ୍ତୁ ସକାଳ ୧୧ଟା ସମୟରେ ହ୍ରାସ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ।

  • ଅନ୍ତର୍ଜାତୀୟ ବଜାରରେ ସୁନା-ରୁପା ମୂଲ୍ୟ
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି । ସୁନା ୦.୫୦ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୪,୧୨୨ ଆମେରିକୀୟ ଡଲାରରେ କାରବାର ହୋଇଛି । ସେହିପରି ରୁପା ମଧ୍ୟ ୦.୫୦ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୬୦.୪୪୫ ଆମେରିକୀୟ ଡଲାରରେ ପହଞ୍ଚିଛି ।

  • ସର୍ବୋଚ୍ଚ ସ୍ତରରୁ କେତେ ହ୍ରାସ ପାଇଛି ?
MCX ଅନୁଯାୟୀ, ଜାନୁଆରୀରେ ସୁନା ଏବଂ ରୁପା ରେକର୍ଡ ସର୍ବୋଚ୍ଚ ଛୁଇଁଥିଲା, ଯାହା ପ୍ରତିଟି ମଧ୍ୟବିତ୍ତ ପରିବାରକୁ ଚିନ୍ତାରେ ପକାଇଥିଲା । କାରଣ ଭାରତୀୟମାନେ ପର୍ବପର୍ବାଣିଠୁ ଆରମ୍ଭ କରି ବିଶେଷ କରି ବିବାହ ବ୍ରତଘରରେ ସୁନା ନିହାତି ଭାବରେ କିଣିଥାନ୍ତି । ଜାନୁଆରୀ ପରେ ଏହି ମୂଲ୍ୟବାନ ଧାତୁରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେବାପରେ ଭାରତୀୟଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି । ସେତେବେଳେ ସୁନା ପ୍ରତି ୧୦ ଗ୍ରାମ ₹୧.୯୩ ଲକ୍ଷରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ₹୫୦,୦୦୦ ହ୍ରାସ ପାଇଛି । ସେପଟେ, ରୁପା ପ୍ରତି କିଲୋଗ୍ରାମ ₹୪.୨୦ ଲକ୍ଷରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ଏହା ₹୨.୨୨ ଲକ୍ଷକୁ ଖସି ଆସିଛି, ଅର୍ଥାତ୍ ଏହାର ରେକର୍ଡ ସର୍ବୋଚ୍ଚ ସ୍ତରରୁ ₹୧.୯୮ ଲକ୍ଷ ଶସ୍ତା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଖସିଖସି ୭ମାସରେ ସବୁଠୁ ଶସ୍ତା ହେଲା ସୁନା; ₹୧.୯୦ ଲକ୍ଷ ପର୍ଯ୍ୟନ୍ତ ରୁପା ବି ଶସ୍ତା

  • କେଉଁ ସହରରେ କେତେ ଅଛି ସୁନାଦର ?
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ₹୧,୪୪,୮୨୦ ଅଛି । ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ ₹୨,୪୦,୦୦୦ ରହିଛି । ସେହିପରି ଲକ୍ଷ୍ନୌରେ, ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ₹୧୪,୪୯୫୦ ଏବଂ ରୁପାର ମୂଲ୍ୟ ₹୨,୪୦,୦୦୦ ପ୍ରତି କିଲୋଗ୍ରାମ ରହିଛି । ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ₹୧,୪୪,୮୨୦ ଅଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ₹୧,୩୨,୭୫୦ ରହିଛି ।