Videos
|
Gold

Gold Silver Price Hike / ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା-ରୂପା; କେତେ ବଢିଲା ଦର ଜାଣନ୍ତୁ

Debashree Debasmita Sahoo
Browse all articles by Debashree Debasmita Sahoo
·5 mins ago·2 min read
ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା-ରୂପା; କେତେ ବଢିଲା ଦର ଜାଣନ୍ତୁ
Gold Silver Price Hike Again

Key Points

ପୁଣି ବଢିଲା ସୁନା ଦର
ଧନତେରସ ପୂର୍ବରୁ ଦାମ ବୃଦ୍ଧି
ସୁନା କେତେ, ରୂପା କେତେ ବଢିଲା ?
ନୂଆଦିଲ୍ଲୀ: ଧନତେରସ ପୂର୍ବରୁ ସୁନା ଓ ରୂପା ଦରରେ ବଡ଼ ବୃଦ୍ଧି । ନଭେମ୍ବର ୪ ତାରିଖରେ ସୁନା ଦର ୪୦୪୬ ଟଙ୍କା ବଢ଼ିଥିବା ବେଳେ, ରୂପା ଦରରେ ମଧ୍ୟ ୯ ହଜାର ୭୦୮ ଟଙ୍କାର ବୃଦ୍ଧି ହୋଇଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ବା IBJA ଅନୁଯାୟୀ, ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪୨ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ, ଏକ କିଲୋଗ୍ରାମ୍ ରୂପା ଦର ୧ ଲକ୍ଷ ୮୬ ହଜାର ଟଙ୍କା ହୋଇଛି । ଆସନ୍ତା ନଭେମ୍ବର ୬ ତାରିଖରେ ପାଳନ ହେବ ଧନତେରସ ।

  • ଚଳିତ ବର୍ଷ ସୁନା ୯ ହଜାର ଟଙ୍କା ମହଙ୍ଗା
ଚଳିତ ବର୍ଷ ସୁନା ଓ ରୂପା ଦରରେ ଲାଗି ରହିଛି ଉତ୍ଥାନ-ପତନ । ୨୦୨୫ ଡିସେମ୍ବର ୩୧ ତାରିଖରେ ୧୦ ଗ୍ରାମ୍ ସୁନା ଦର ୧ ଲକ୍ଷ ୩୩ ହଜାର ଟଙ୍କା ଥିବା ବେଳେ, ଏବେ ଏହା ୧ ଲକ୍ଷ ୪୨ ହଜାର ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଚଳିତ ବର୍ଷ ସୁନା ଦର ପ୍ରାୟ ୯ ହଜାର ଟଙ୍କା ମହଙ୍ଗା ହୋଇଛି ।

  • ରୂପା ଦରରେ ୪୪ ହଜାର ଟଙ୍କାର ହ୍ରାସ
ଅନ୍ୟପଟେ ରୂପା ଦରରେ ଦେଖିବାକୁ ମିଳିଛି ବଡ଼ ହ୍ରାସ । ୨୦୨୫ ଡିସେମ୍ବର ୩୧ ତାରିଖରେ ଏକ କିଲୋଗ୍ରାମ୍ ରୂପା ଦର ୨ ଲକ୍ଷ ୩୦ ହଜାର ଟଙ୍କା ଥିବା ବେଳେ, ଏବେ ଏହା ୧ ଲକ୍ଷ ୮୬ ହଜାର ଟଙ୍କାକୁ ଖସିଛି । ଏହି ସମୟରେ ଜାନୁଆରୀ ୨୯ ତାରିଖରେ ସୁନା ୧ ଲକ୍ଷ ୭୬ ହଜାର ଟଙ୍କା ଏବଂ ରୂପା ୩ ଲକ୍ଷ ୮୬ ହଜାର ଟଙ୍କାର ଅଲ୍ ଟାଇମ୍ ହାଇ ଛୁଇଁଥିଲା ।

  • କିସ୍ତିରେ ସୁନା କିଣିବାକୁ ପରାମର୍ଶ
କମୋଡିଟି ଏକ୍ସପର୍ଟମାନଙ୍କ ମତରେ, ସୁନା ଓ ରୂପା କିଣିବା ସମୟରେ ଏକାଥରକେ ବଡ଼ ନିବେଶ କରିବା ପରିବର୍ତ୍ତେ କିସ୍ତିରେ କିଣିବା ଉଚିତ । କିଛି ସୁନା ଏବେ କିଣିବା ସହ ପ୍ରତି ୧୫ରୁ ୨୦ ଦିନ ବ୍ୟବଧାନରେ ଧୀରେ ଧୀରେ କିଣିପାରିବେ । ନିବେଶ ପାଇଁ ଏକରୁ ଦୁଇ ମାସ ବଦଳରେ ୬ ମାସରୁ ଏକ ବର୍ଷର ବ୍ୟବଧାନ ରଖିବା ଉଚିତ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଧନତେରସ୍‌ ପୂର୍ବରୁ ଶସ୍ତା ହେଲା ସୁନା; ୧୦ ଦିନରେ କମିଲାଣି ୮ ହଜାରରୁ ଅଧିକ

  • ସୁନା କିଣିବା ପୂର୍ବରୁ ଏହି ୨ଟି କଥା ମନେ ରଖନ୍ତୁ
ସୁନା କିଣିବା ସମୟରେ ଗ୍ରାହକମାନେ ଦୁଇଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ପ୍ରଥମତଃ ସର୍ବଦା BIS ହଲମାର୍କ ଥିବା ସାର୍ଟିଫାଏଡ୍ ସୁନା କିଣନ୍ତୁ । ହଲମାର୍କ ଦ୍ୱାରା ସୁନାର ଶୁଦ୍ଧତା ଓ କ୍ୟାରେଟ୍ ସମ୍ପର୍କରେ ଜଣାପଡ଼େ । ଦ୍ୱିତୀୟତଃ, ସୁନାର ଓଜନ ଓ କିଣିବା ଦିନର ଦରକୁ ଯାଞ୍ଚ କରନ୍ତୁ । ୨୪, ୨୨ ଓ ୧୮ କ୍ୟାରେଟ୍ ସୁନାର ଦର ଭିନ୍ନ ରହିଥାଏ । ଧନତେରସ ପୂର୍ବରୁ ସୁନା ଓ ରୂପା ଦରରେ ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି । ତେଣୁ ଗହଣା କିଣିବା ପୂର୍ବରୁ ଦର ଯାଞ୍ଚ କରିବା ସହ ସାବଧାନତାର ସହ ନିବେଶ କରିବା ଜରୁରୀ।