Videos
|
Gold

Gold Price Today / ୬ ଦିନ ପରେ ବଢ଼ିଲା ସୁନା-ରୁପା ଦର, ୩୪୦୦ ଟଙ୍କା ମହଙ୍ଗା ହେଲା ଗୋଲ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·1 day ago·2 min read
୬ ଦିନ ପରେ ବଢ଼ିଲା ସୁନା-ରୁପା ଦର, ୩୪୦୦ ଟଙ୍କା ମହଙ୍ଗା ହେଲା ଗୋଲ୍ଡ
Gold Price Today

Key Points

ପୁଣି ମହଙ୍ଗା ହେଲା ସୁନା
୬ ଦିନର ହ୍ରାସ ପରେ ଫେରିଲା ଚମକ
୩୪୦୦ ଟଙ୍କା ବଢ଼ିଲା ସୁନା
ପୁଣି ବଢ଼ିଲା ସୁନା ଦର । ଲଗାତାର ୬ଟି କାରବାର ଦିନ ଧରି ଦର ହ୍ରାସ ପରେ ଶେଷରେ ସୁନା ବଜାରରେ ଫେରିଛି ଚମକ । କେବଳ ସୁନା ନୁହେଁ ରୁପା ଦର ମଧ୍ୟ ୬ ଦିନ ପରେ ବୃଦ୍ଧି ଦେଖିବାକୁ ମିଳିଛି । ସେପ୍ଟେମ୍ବର ୪ରେ ଦିଲ୍ଲୀର ସରାଫା ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧତାର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୩,୪୦୦ ଟଙ୍କା ବଢ଼ି ୧ ଲକ୍ଷ ୫୯ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ରୁପା ଦର ମଧ୍ୟ ୫,୦୦୦ ଟଙ୍କା ବଢ଼ି କିଲୋଗ୍ରାମ ପିଛା ୨ ଲକ୍ଷ ୪୦ ହଜାର ୫୦୦ ଟଙ୍କାରେ ପହଞ୍ଚିଛି ।

ସୁନା ଦରରେ ୩,୪୦୦ ଟଙ୍କା ବୃଦ୍ଧି

ବୁଧବାର ୯୯.୯ ପ୍ରତିଶତ ଶୁଦ୍ଧତାର ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୧୦୦ ଟଙ୍କା ଥିଲା । ତେବେ ଶୁକ୍ରବାର ଏଥିରେ ୩,୪୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୫୯ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍, କିଛି ଦିନର ଦର ହ୍ରାସ ପରେ ସୁନା ବଜାରରେ ପୁଣି ଚମକ ଫେରିପାଇଛି ।

ରୁପା ମଧ୍ୟ ହେଲା ମହଙ୍ଗା

ସୁନା ସହ ରୁପା ଦରରେ ମଧ୍ୟ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ରୁପା କିଲୋଗ୍ରାମ ପିଛା ୫,୦୦୦ ଟଙ୍କା ବଢ଼ି ୨ ଲକ୍ଷ ୪୦ ହଜାର ୫୦୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଗୁରୁବାର ରୁପା ଦର ୨ ଲକ୍ଷ ୩୫ ହଜାର ୫୦୦ ଟଙ୍କାରେ ବନ୍ଦ ହୋଇଥିଲା ।

ପଢନ୍ତୁ ଏହି ଖବର : ଆପଣ ସୁନା କିଣିଲେ ଡଲାର ଉପରେ ପଡ଼େ ପ୍ରଭାବ ଜାଣନ୍ତୁ କେମିତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ବଢ଼ିଲା ସୁନା-ରୁପା ଦର ?

ବଜାର ବିଶେଷଜ୍ଞଙ୍କ ଅନୁସାରେ, ଆମେରିକୀୟ ବଣ୍ଡ ୟିଲ୍ଡ ନିକଟର ଉଚ୍ଚ ସ୍ତରରୁ ତଳକୁ ଆସିବା ମୂଲ୍ୟବାନ ଧାତୁର ଦର ବଢ଼ିବାର ଏକ ପ୍ରମୁଖ କାରଣ । ଏହା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ନୂଆ ଭୂ-ରାଜନୈତିକ ବିବାଦ ଯୋଗୁଁ ନିବେଶକମାନେ ସୁନା ଓ ରୁପା ମୂଲ୍ୟବାନ ଧାତୁରେ ନିବେଶ କରୁଛନ୍ତି । ଯେଉଁଥିପାଇଁ ସୁନା-ରୁପା ଦର ବୃଦ୍ଧି ପାଇଛି ।

ଆମେରିକାର ମୁଦ୍ରାନୀତି ଉପରେ ନଜର

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ ସୌମିଲ ଗାନ୍ଧୀଙ୍କ କହିବା ଅନୁସାରେ, ସୁନା ଦରରେ ଏହି ସୁଧାର ଆମେରିକୀୟ ମୁଦ୍ରାନୀତିକୁ ନେଇ ବଜାରର ଆଶା-ଆଶଙ୍କା ପ୍ରତି ସୁନାର ସମ୍ବେଦନଶୀଳତାକୁ ଦର୍ଶାଉଛି । ଆମେରିକାର ସୁଧ ହାର ଓ ବଣ୍ଡ ୟିଲ୍ଡରେ ପରିବର୍ତ୍ତନ ହେଲେ ତାହାର ସିଧାସଳଖ ପ୍ରଭାବ ସୁନା ଦର ଉପରେ ପଡ଼ିଥାଏ ।
Gold-Silver Prices Rise After 6 Days, Gold Jumps ₹3,400 | September 4 | Argus News