Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାହିଁକି ହେଉଛି ଯୁବପିଢିଙ୍କୁ ହାର୍ଟଆଟାକ୍?

Health & Wellness

କାହିଁକି ହେଉଛି ଯୁବପିଢିଙ୍କୁ ହାର୍ଟଆଟାକ୍?

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
କାହିଁକି ହେଉଛି  ଯୁବପିଢିଙ୍କୁ ହାର୍ଟଆଟାକ୍?

ଅର୍ଗସ ବ୍ୟୁରୋ : ଦେଶରେ ହାର୍ଟଆଟାକ୍ ମାମଲା ଏବେ ବଢିବାରେ ଲାଗିଛି। ବିଶେଷକରି କମ୍ ବୟସର ପିଲାମାନଙ୍କଠାରେ ଏହା ବେଶି ଦେଖିବାକୁ ମିଳୁଛି। ନିକଟରେ ଗୁଜୁରାଟର ହୋଇଥିବା ଗାରବା ନାଇଟ୍ ସମୟରେ ଦଶ ଜଣ ଲୋକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ସମସ୍ତେ କମ୍ ବୟସର ପିଲା ଥିଲେ। ଏକ ଅଧ୍ୟୟନରୁ ଜଣାଯାଉଛି ଯେ ଯେଉଁମାନେ କୋଭିଡ -19 ରେ ଗୁରୁତର ହୋଇଥିଲେ ସେମାନଙ୍କ ମଧ୍ୟରେ ହୃଦଘାତ ହେବାର ଆଶଙ୍କା ଅଧିକ।

ଅଧିକ ପଢନ୍ତୁ: ଠିଆ ହୋଇ ପାଣି ପିଇବା ସ୍ବାସ୍ଥ୍ୟପାଇଁ କ୍ଷତିକାରକ


ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁସନ୍ଧାନକୁ କେନ୍ଦ୍ର କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ କୋଭିଡ -19 ର ଶିକାର ହୋଇଥିବା ଲୋକମାନେ ଏକ ବର୍ଷ କିମ୍ବା ଦୁଇ ବର୍ଷ ଧରି ଅଧିକ ପରିଶ୍ରମ କରିବା ଉଚିତ୍ ନୁହେଁ। କାରଣ ଏହି ରୋଗ ହୃଦୟ ଏବଂ ଫୁସଫୁସକୁ ଦୁର୍ବଳ କରିଦେଇଥାଏ। ଯାହାଫଳରେ ଅତ୍ୟଧିକ ପରିଶ୍ରମ କରିବାଦ୍ବାରା ଏହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ଚାପ ପଡିଥାଏ| କୋଭିଡ୍ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ମଧ୍ୟ ବଢାଇଥାଏ। | ପ୍ରାୟ 15-20% କୋଭିଡ ରୋଗୀ ହୃଦଘାତର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଗୁରୁତର କୋଭିଡ -19 ରୋଗୀମାନେ କୌଣସି କଠିନ ଶାରୀରିକ କାର୍ଯ୍ୟରୁ ଦୂରେଇ ରହିବା ଉଚିତ । ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି -
• ଭାରୀ ଜିନିଷ ଉଠାଇବା |
• ପାହାଚ କିମ୍ବା ସିଡ଼ି ଚଢିବା |
• ଜଗିଂ କରିବା।
• ଗରମ ପରିବେଶରେ କାମ କରିବା ଇତ୍ୟାଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋଭିଡ ହୋଇଥିବା ବ୍ୟକ୍ତି ସର୍ବଦା ନିଜର ଯତ୍ନ ନେବା ସହ ଭଲ ଡାଏଟ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର । ଯେପରିକି ପ୍ରଚୁର ଫଳ, ପନିପରିବା ଖାଇବା  • ନିୟମିତ ହାଲକା ବ୍ୟାୟାମ କରିବା , ଧୂମପାନ ଛାଡିବା ଇତ୍ୟାଦି। ହୃଦ୍ ରୋଗ ପାଇଁ ଧୂମପାନ ହେଉଛି ଏକ ପ୍ରମୁଖ ବିପଦର କାରଣ । ଯଦି  ଧୂମପାନ ଛାଡିଦିଆଯାଏ ତେବେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମିଯାଇଥାଏ। ଏବଂ ସବୁଠୁ ବଡ କଥା ହେଲା ଏହି ରୋଗୀ ଦିନକୁ ୭-୯ ଘଣ୍ଟା ଶୋଇବା ଆବଶ୍ୟକ।

ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ନ୍ୟୁଜ ଆହୁରି ପଢନ୍ତୁ

Sponsored
Why are teenagers having heart attacks? | Argus News