Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

Clay Pot Water / ଖରାଦିନେ ବରଦାନ ସମାନ ମାଠିଆ ପାଣି; ପିଇଲେ କଣ ହୁଏ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଖରାଦିନେ ବରଦାନ ସମାନ ମାଠିଆ ପାଣି; ପିଇଲେ କଣ ହୁଏ
Clay Pot Water

Key Points

ଖରାଦିନ ଅନେକ ଫ୍ରିଜ ପାଣି ପିଅନ୍ତି
କିନ୍ତୁ ମାଠିଆ ପାଣି ପ୍ରାକୃତିକ ଅବସ୍ଥାରେ ଥଣ୍ଡା ରହେ
ତେବେ ଏହି ପାଣି ପିଇବା କାହିଁକି ଆବଶ୍ୟକ ?
ଖରାଦିନେ ସମସ୍ତେ ଥଣ୍ଡା ପାଣି ପିଅନ୍ତି । ଖରାରୁ ଆସିବା ମାତ୍ରେ ଥଣ୍ଡା ପାଣି ଗ୍ଲାସ ଖୋଜନ୍ତି । ଅନେକ ଲୋକ ସିଧା ଫ୍ରିଜରୁ ଥଣ୍ଡା ପାଣି ବାହାର କରି ପିଇଥାନ୍ତି । କିନ୍ତୁ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଫ୍ରିଜ ପାଣି ପିଇଲେ ଥଣ୍ଡା ହୁଏ, ଗଳା ଖରାପ ହୁଏ, ଏପରିକି ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦିଏ । ଏଣୁ ବିଶେଷଜ୍ଞ ମାଠିଆ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ମାଠିଆ ପାଣି ପ୍ରାକୃତିକ ଭାବେ ଥଣ୍ଡା ରହିଥାଏ । ଏକ ଭିନ୍ନ ସ୍ଵାଦ ସହିତ ମାଠିଆ ପାଣି ଶରୀର ପାଇଁ ମଧ୍ୟ ବେଶ ହିତକର । ଆୟୁର୍ବେଦ ଏହାକୁ ଅମୃତ ସମାନ ବୋଲି ମଧ୍ୟ କୁହନ୍ତି ।

ମାଠିଆ ପାଣି ପିଇବାର ଫାଇଦା
ଆଜିକାଲିର ଡାକ୍ତର ମଧ୍ୟ ମାଠିଆ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ମାଠିଆ ପାଣିରେ ହାଲୁକା ମାଟିର ସ୍ଵାଦ ଆସିଥାଏ, ଯାହାକି ପିଇବାକୁ ଭଲ ଲାଗେ । ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହି ପାଣି ଶରୀର ପାଇଁ ବେଶ ଲାଭଦାୟକ । ରୋଗୀ ମଧ୍ୟ ଏହାକୁ ବିନା କୌଣସି ଚିନ୍ତାରେ ପିଇପାରିବେ । ମାଟି ପାତ୍ର ଯୋଗୁଁ ଏଥିରେ ପ୍ରାକୃତିକ ପୋଷକ ତତ୍ତ୍ଵ ରହିଥାଏ, ଯାହାକି ଶରୀର ପାଇଁ ଲାଭଦାୟକ । ଏହି ପାଣି ପିଇଲେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ ।

ଫ୍ରିଜ ପାଣି ପିଇଲେ ପ୍ରାୟତଃ ଗଳା ଯନ୍ତ୍ରଣା ସହିତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ, ଯେତେବେଳେ ମାଟି ପାତ୍ରର ପାଣି ଏସବୁରୁ ସୁରକ୍ଷା ଦିଏ । ଏପିରିକି କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ସକାଳେ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଏ । ଏହାକୁ ମାଟି କିମ୍ବା ତମ୍ବା ପାତ୍ରରେ ପିଇବା ଭଲ । ଏହା ପାଚନ କ୍ରିୟାକୁ ସକ୍ରିୟ ରଖେ ଏବଂ ଶରୀରରୁ କ୍ଷତିକାରକ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ।

ପଢନ୍ତୁ ଏହି ଖବର: ପ୍ରତିଦିନର ଏହି ମନ୍ଦ ଅଭ୍ୟାସ ପାଇଁ ଚୁପଚାପ୍ ନଷ୍ଟ ହୁଏ ଦାନ୍ତ; ରୁହନ୍ତୁ ସାବଧାନ


ଗ୍ରୀଷ୍ମ ଋତୁରେ ଜଳୀୟ ଅଂଶ ରହିବାର ଏହା ସବୁଠାରୁ ଶସ୍ତା, ନିରାପଦ ଏବଂ ପ୍ରଭାବଶାଳୀ ଉପାୟ । ମାଟି ପାତ୍ର ପାଣିରେ ଖଣିଜ ପଦାର୍ଥର ପରିମାଣ ବୃଦ୍ଧି ପାଏ, ଯେତେବେଳେ ରେଫ୍ରିଜରେଟର ପାଣିରେ ଏହା ହ୍ରାସ ପାଏ । ମାଟିର କ୍ଷାରୀୟ ଗୁଣ ଶରୀରର pH ସ୍ତରକୁ ସନ୍ତୁଳିତ କରିଥାଏ । ଏହା ପାଚନ ଶକ୍ତିକୁ ଉନ୍ନତ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହାସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ମାଟି ପାତ୍ରର ପାଣି ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ରାସାୟନିକ ମୁକ୍ତ । ଗ୍ରୀଷ୍ମ ଋତୁରେ ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ଏବଂ ସତେଜ ରହିଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Clay Pot Water Benefits: Why Drinking from a Matka Is Healthier | Argus News