Videos
|
Health & Wellness

Rare Surgery / ଭୀମ ଭୋଇ ମେଡିକାଲ କଲେଜରେ ଅସ୍ତ୍ରୋପଚାର, ଛାତିରୁ ବାହାରିଲା କୋଦାଳ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଭୀମ ଭୋଇ ମେଡିକାଲ କଲେଜରେ ଅସ୍ତ୍ରୋପଚାର, ଛାତିରୁ ବାହାରିଲା କୋଦାଳ
Rare Surgery

Key Points

ବିରଳ ଅସ୍ତ୍ରୋପଚାର ସଫଳ
ଛାତିରୁ ବାହାରିଲା କୋଦାଳ
ଚାଷୀଙ୍କ ଛାତରେ ପଶିଥିଲା
ବଲାଙ୍ଗୀର: ରାଜ୍ୟର ପଶ୍ଚିମ ଜିଲ୍ଲା ବଲାଙ୍ଗୀରରେ ଆଶ୍ଚର୍ଯ୍ୟଜନକ ଘଟଣା । ଚାଷୀଙ୍କ ଛାତିରେ ପଶିଲା କୋଦାଳ । ସୌଭାଗ୍ୟବଶତଃ ଡାକ୍ତରମାନେ ସଫଳତାର ସହିତ କୋଦାଳକୁ ବାହାର କରି ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି । ଏହି ସଫଳତା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏକ୍ସ ଜରିଆରେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି । 

  • କଣ ପୂରା ଘଟଣା ?
ଜଣେ ଚାଷୀଙ୍କ ଛାତିରେ ପଶିଯାଇଥିବା କୋଦାଳକୁ ସଫଳତାର ସହ ବାହାର କରି ଜୀବନ ବଞ୍ଚାଇଛନ୍ତି ଡାକ୍ତରୀ ଟିମ୍ । ବଲାଙ୍ଗୀର ଖୁଜେନପାଲି ବାଗଭାଡି ଗାଁର ନାରାୟଣ ସାହୁ ଏକ ବହଳ ଗଛକୁ ଚଢ଼ିଥିବା ସମୟରେ ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲେ । ତଳେ ଥିବା ଏକ କୋଦାଳ ତାଙ୍କ ଛାତିର ବାମ ପାଖରେ ପଶିଯାଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ସରୋଜ ଗୋଛାୟତଙ୍କ ନେତୃତ୍ୱରେ ଏକ ବିଶେଷ ଡାକ୍ତରୀ ଟିମ୍ ଗଠନ କରାଯାଇ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅପରେସନ୍ ଅତ୍ୟନ୍ତ ସମ୍ବେଦନଶୀଳ ଓ ଚ୍ୟାଲେଞ୍ଜିଂ ଥିଲେ ମଧ୍ୟ ସଫଳତାର ସହ କୋଦାଳଟିକୁ କଢ଼ାଯାଇପାରିଛି । ରୋଗୀ ହସ୍ପିଟାଲ ଆସିବା ସମୟରେ ବହୁତ ରକ୍ତ ବହି ଯାଇଥିଲା । ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କଲେ ଜୀବନ ପ୍ରତି ବିପଦ ଥିଲା । ଏଣୁ ତୁରନ୍ତ ତାଙ୍କୁ ଏଠାରେ ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର କହିଛନ୍ତି ।

ପଢନ୍ତୁ ଏହି ଖବର: ପୂର୍ବ ଭାରତରେ ପ୍ରଥମ; AIIMS ଭୁବନେଶ୍ଵରରେ ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ଆରମ୍ଭ


  • ଡାକ୍ତରଙ୍କୁ ପ୍ରଶଂସା କଲେ ସ୍ଵାସ୍ଥ୍ୟମନ୍ତ୍ରୀ
ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗର ଡାକ୍ତର ଡ଼ ସରୋଜ ଗୋଚ୍ଛାୟତ, ଡ଼ ସୁମିତ ସାମଲ, ଡ଼ ଅନିଲ ବେହେରା, ଡ଼ ସତ୍ୟବ୍ରତ ସାମଲ, ଆନାସ୍ଥେସିଆ ଡ଼ ନେହା ପାଢ଼ୀ ଓ ଟିମ ଏହି ସଫଳ ଅସ୍ତ୍ରୋପଚାର କରି ଚାଷୀଙ୍କ ଛାତିରେ ପଶିଥିବା କୋଦାଳକୁ ସଫଳତାର ସହ ସୁରକ୍ଷିତ ଭାବେ ବାହାର କରି ତାଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳ କରିଥିବା ସମସ୍ତ ଡାକ୍ତରୀ ଦଳ ଓ ସହଯୋଗ କରିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏକ୍ସ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କର ଦକ୍ଷତା, ସମର୍ପଣ ଓ ସେବାଭାବ ଓଡ଼ିଶାର ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟବାସୀଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored