Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାହାଜରେ ମାଡ଼ି ଆସୁଛି ମୃତ୍ୟୁ; ହନ୍ତା ଭାଇରସର ଟେର ପାଉନି WHO

Health & Wellness

Hanta Virus Threat / ଜାହାଜରେ ମାଡ଼ି ଆସୁଛି ମୃତ୍ୟୁ; ହନ୍ତା ଭାଇରସର ଟେର ପାଉନି WHO

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଜାହାଜରେ ମାଡ଼ି ଆସୁଛି ମୃତ୍ୟୁ; ହନ୍ତା ଭାଇରସର ଟେର ପାଉନି WHO
Hanta Virus Threat

Key Points

ହନ୍ତା ଭାଇରସକୁ ନେଇ ଆସିଲା ବଡ଼ ଅପଡେଟ୍
ରୁହନ୍ତୁ ସତର୍କ, ଜାଣିନିଅନ୍ତୁ ଲକ୍ଷଣ ଓ କାରଣ
ମଣିଷ ଶରୀରରେ କେତେ ଦିନ ଭାଇରସ୍ ରହୁଛି ଜଣାପଡୁନି
ସାରା ବିଶ୍ଵରେ ଲୋକଙ୍କୁ ଆତଙ୍କିତ କରିଥିବା ହନ୍ତା ଭାଇରସ ସମ୍ପର୍କରେ ବୈଜ୍ଞାନିକଙ୍କ ହାତରେ ଏବେ ବି ଅନେକ ତଥ୍ୟ ଲାଗିନି । ଏହି ଭାଇରସ ମଣିଷ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହୁଛି, ସେ ସମ୍ପର୍କରେ ଜଣାପଡ଼ିନାହିଁ । ଏହା ଏବେ ବି ରହସ୍ୟଘେରରେ ରହିଛି । MV Hondius ନାମକ କ୍ରୁଜ୍ ଜାହାଜରେ ଭାଇରସ ସଂକ୍ରମଣ ଯୋଗୁଁ ୧୧ ଜଣ ଲୋକ ଅସୁସ୍ଥ ଥିବାବେଳେ ଏବେ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଲାଣି । ଏବେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।

ଏଣ୍ଡିଜ୍ ହନ୍ତା ଭାଇରସ୍ କେବଳ ବାୟୁ ଜନିତ କିମ୍ବା ମୂଷାଠାରୁ ନୁହେଁ, ବରଂ ମଣିଷ ଶରୀରରୁ ନିର୍ଗତ ଅନେକ ତରଳ ପଦାର୍ଥ ଦ୍ଵାରା ସଂକ୍ରମଣ ହୋଇପାରେ । ଏଥିରେ ମାଆ କ୍ଷୀର ଓ ପୁରୁଷଙ୍କ ଶୁକ୍ରାଣୁ ସାମିଲ । ଜାହାଜରେ ଏହି ସଂକ୍ରମଣ ହେବା ପରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି, କାରଣ ଭାଇରସ ଯୌନ ସମ୍ପର୍କ କିମ୍ବା ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ବ୍ୟାପୁଛି । ସବୁଠୁ ଚିନ୍ତାର ବିଷୟ ହେଉଛି, ଜଣେ ବ୍ୟକ୍ତି ଏହି ଭାଇରସ ଦ୍ଵାରା ସଂକ୍ରମିତ ହେବା ପରେ ସେ କେତେ ସମୟ ପର୍ଯ୍ୟନ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ, ସେ ସମ୍ପର୍କରେ ଜଣାପଡ଼ିନାହିଁ ।

  • WHO ଆରମ୍ଭ କଲା ଗୁରୁତ୍ଵପୂର୍ଣ୍ଣ ଅଧ୍ୟୟନ
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜୁନୋସିସ୍ ୟୁନିଟ୍ ମୁଖ୍ୟ ମାରିୟା ୱାନ୍ କହିଛନ୍ତି ଯେ ହନ୍ତା ଭାଇରସକୁ ନେଇ ଅନେକ ପ୍ରକାର ଅଧ୍ୟୟନ କରାଯାଉଛି, ତନ୍ମଧ୍ୟରୁ ସବୁଠୁ ମହତ୍ତ୍ଵପୂର୍ଣ୍ଣ ହେଉଛି ନ୍ୟାଚୁରାଲ୍ ହିଷ୍ଟ୍ରି ଷ୍ଟଡି । ଏହି ଅଧ୍ୟୟନରେ ହନ୍ତା ଭାଇରସର ମଣିଷ ଶରୀରରେ ଜୀବିତ ଥିବାର ଜୀବନ ଚକ୍ରକୁ ବୁଝିବାକୁ ଚେଷ୍ଟା କରାଯାଉଛି । ଯେଉଁ ରୋଗୀ କ୍ଵାରେଣ୍ଟାଇନରେ ଅଛନ୍ତି, ସେମାନଙ୍କ ଠାରୁ ନିୟମିତ ଭାବେ ନମୁନା ସଂଗ୍ରହ କରାଯାଉଛି । ଏହି ଭାଇରସକୁ ହାଲୁକାରେ ନେବା ଉଚିତ ନୁହେଁ, କାରଣ ଏହା କେତେ ଦିନ ଶରୀରରେ ରହୁଛି ସେ ସମ୍ପର୍କରେ ଜଣାପଡ଼ିନାହିଁ ।

  • ହାତ ଟେକିଦେଲେ ବୈଜ୍ଞାନିକ
ବୈଜ୍ଞାନିକମାନେ କହିଛନ୍ତି ଯେ ଆଗାମୀ ଦିନରେ ଅଧ୍ୟୟନରୁ ଭାଇରସ ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଯେପରି ସଂକ୍ରମିତ ବ୍ୟକ୍ତିଙ୍କୁ କେତେ ଦିନ ପର୍ଯ୍ୟନ୍ତ ଅଲଗା ରଖାଯିବ, ଲୋକମାନେ ସଂକ୍ରମଣରୁ ବର୍ତ୍ତିବା ଲାଗି କେଉଁ କେଉଁ ନିୟମ ପାଳନ କରିବେ, ବିଶେଷ କରି ପୁରୁଷ ଯୌନ ସମ୍ପର୍କ ରଖିବା ଏବଂ ସ୍ତନ୍ୟପାନ କରୁଥିବା ମହିଳା କିପରି ସାବଧାନ ରହିବେ ସେ ସମ୍ପର୍କରେ ଜଣାପଡ଼ିବ ।

ପଢନ୍ତୁ ଏହି ଖବର: ଏହି ଜାହାଜ ଏବେ ୨୩ ଦେଶ ପାଇଁ ମୃତ୍ୟୁ ହୋଇ ଆସୁଛି

  • ଲକ୍ଷଣ ଓ ପରାମର୍ଶ
ବର୍ତ୍ତମାନ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଲୋକଙ୍କୁ ସଫା ସୁତୁରା ରହିବାକୁ ପରାମର୍ଶ ଦେଇଛି । ଏହି ସଂକ୍ରମଣ ହେବା ପରେ ଜ୍ଵର ହେବା, ଶୀତ କରିବା, ଥକା ଲାଗିବା, ମାଂସପେଶୀରେ ଯନ୍ତ୍ରଣା, ପେଟରେ ସମସ୍ୟା ଯେପରି ବାନ୍ତି ଲାଗିବ, ତରଳ ଝାଡ଼ା ହେବା ଭଳି ଲକ୍ଷଣ ଦେଖାଯାଉଛି । ସଂକ୍ରମଣର ୪ରୁ ୧୦ ଦିନ ମଧ୍ୟରେ ଶ୍ଵାସକ୍ରିୟାରେ ଯନ୍ତ୍ରଣା, ଶୁଖିଲା କାଶ, ରକ୍ତଚାପ କମିବା ପରି ଲକ୍ଷଣ ଦେଖାଯାଉଛି । ତେବେ MV Hondius ନାମକ କ୍ରୁଜ୍ ଜାହାଜରେ ଥିବା ଦୁଇ ଜଣ ଭାରତୀୟ ଏହି ଭାଇରସରେ ସଂକ୍ରମିତ ଅଛନ୍ତି । ସେମାନଙ୍କୁ ଏବେ ନେଦରଲ୍ୟାଣ୍ଡରେ କ୍ଵାରେଣ୍ଟାଇନରେ ରଖାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Scientists Still Don’t Know How Long Hantavirus Remains in Humans, New Research Shows Uncertainty | Argus News