Vitamin D Deficiency / ଶରୀରେ ଭିଟାମିନ D କମିଲେ କେଉଁ ଲକ୍ଷଣ ଦିଶେ ? ଜମାରୁ କରନ୍ତୁନି ଅଣଦେଖା
·1 hour ago·2 min read

Key Points
ଭିଟାମିନ ଡି ଅଭାବ ହେଲେ ଅଣଦେଖା କରନ୍ତୁନି
ଶରୀର ଉପରେ ଗମ୍ଭୀର ପ୍ରଭାବ ପଡ଼େ
ଟିକେ ଆଘାତରେ ଭାଙ୍ଗିଯାଇପାରେ ହାଡ଼
ଶରୀର ଉପରେ ଗମ୍ଭୀର ପ୍ରଭାବ ପଡ଼େ
ଟିକେ ଆଘାତରେ ଭାଙ୍ଗିଯାଇପାରେ ହାଡ଼
ଆମ ଶରୀର ପାଇଁ ଭିଟାମିନ୍ ଡି ସବୁଠାରୁ ଆବଶ୍ୟକୀୟ ପୁଷ୍ଟିସାର ମଧ୍ୟରୁ ଗୋଟିଏ । ଏହା ହାଡ଼, ଦାନ୍ତ ଏବଂ ମାଂସପେଶୀକୁ ମଜଭୁତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତଥାପି ସୂର୍ଯ୍ୟକିରଣର ଅଭାବ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆଜିକାଲି ଅନେକ ଲୋକଙ୍କ ପାଖରେ ଏହାର ଅଭାବ ଦେଖାଯାଉଛି । ସେପ୍ଟେମ୍ବର ୧୯ରେ ଆନେସ୍ଥେସିଓଲୋଜିଷ୍ଟ ଏବଂ ଇଣ୍ଟରଭେନସନାଲ୍ ପେନ୍ ମେଡିସିନ୍ ଡାକ୍ତର କୁନାଲ ସୁଦ ଇନଷ୍ଟାଗ୍ରାମରେ ଭିଟାମିନ୍ ଡି ଅଭାବର ୫ଟି ଲକ୍ଷଣ ସେୟାର କରିଛନ୍ତି ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ।
ଶରୀରରେ ଭିଟାମିନ୍ ଡିର ଅଭାବ ଲକ୍ଷଣ
ପଢନ୍ତୁ ଏହି ଖବର: ଆପଣ ୬ ଘଣ୍ଟାରୁ କମ ଶୋଉଛନ୍ତି କି ? ଡାକ୍ତର କହିଲେ କଣ ହୁଏ...
ଶରୀରରେ ଭିଟାମିନ୍ ଡିର ଅଭାବ ଲକ୍ଷଣ
- ହାଡ଼ ଯନ୍ତ୍ରଣା: ହାଡ଼ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଭିଟାମିନ୍ ଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଏହାର ଅଭାବ ହାଡ଼ ଯନ୍ତ୍ରଣା ସୃଷ୍ଟି କରିପାରେ । ଭିଟାମିନ୍ ଡିର ଗୁରୁତର ଅଭାବ ହାଡ଼ ଖଣିଜକରଣକୁ ପ୍ରଭାବିତ କରିପାରେ, ଯାହା ଫଳରେ ଅଷ୍ଟିଓମାଲାସିଆ ହୋଇପାରେ । ଏହା ବିଶେଷକରି ପିଠିର ତଳଭାଗ, ପେଲଭିସ୍, ହିପ୍ସ ଏବଂ ଗୋଡରେ ଗଭୀର ଯନ୍ତ୍ରଣା ସୃଷ୍ଟି କରିପାରେ ।
- ମାଂସପେଶୀ ଦୁର୍ବଳତା: ଭିଟାମିନ୍ ଡି ଅଭାବ ଶରୀରର ମୂଳ ଭାଗରେ ବିଶେଷକରି ଅଣ୍ଟା ଏବଂ ଜଙ୍ଘ ପାଖରେ ମାଂସପେଶୀ ଦୁର୍ବଳତା ସୃଷ୍ଟି କରିପାରେ । ଦୈନନ୍ଦିନ ଜୀବନରେ ଏହାର ଲକ୍ଷଣଗୁଡ଼ିକ ସିଡ଼ି ଚଢ଼ିବାରେ ଅସୁବିଧା ହୋଇପାରେ । ଭିଟାମିନ୍ ଡିର ପରିମାଣ ଶରୀରରେ ଠିକ୍ କରିବା ଲାଗି ମନଇଚ୍ଛା ବଜାରରେ ମିଳୁଥିବା କ୍ୟାପସୁଲ୍ ଖାଇବା ଉଚିତ ନୁହେଁ । ଏଥିଲାଗି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
- ଅତ୍ୟଧିକ ଥକ୍କାପଣ : ଡକ୍ଟର ସୁଦ କହିଛନ୍ତି ଯେ କମ୍ ଭିଟାମିନ୍ ଡି ସ୍ତର ଡିପ୍ରେସନର ଲକ୍ଷଣ ସହିତ ଜଡିତ, କିନ୍ତୁ ଏହା ପ୍ରମାଣ କରେ ନାହିଁ ଯେ ଅଭାବ ଡିପ୍ରେସନର କାରଣ ହୁଏ । ଅବସାଦଗ୍ରସ୍ତ ଲୋକଙ୍କ ଠାରେ ଅନେକ ସମୟରେ ଭିଟାମିନ ଡିର ଅଭାବ ଦେଖିବାକୁ ମିଳେ ।
- ସାମାନ୍ୟ ଆଘାତରୁ ହାଡ଼ ଭାଙ୍ଗିବା: ଦୀର୍ଘକାଳୀନ ଶରୀରରେ ଭିଟାମିନ ଡିର ଅଭାବ ଯୋଗୁଁ ଅଷ୍ଟିଓମାଲାସିଆ ହୁଏ, ଯାହାଦ୍ଵାରା ହାଡ଼କୁ ଦୁର୍ବଳ କରିପାରେ । ଆପଣଙ୍କୁ ସାମାନ୍ଯ ହାଡ଼ରେ ଆଘାତ ଲାଗିଲେ, ହାଡ଼ ସହଜରେ ଭାଙ୍ଗି ଯାଇପାରେ । ଏଣୁ ଶରୀରରେ ଭିଟାମିନ ଡିର ପରିମାଣ ଯଥେଷ୍ଟ ରହିବା ଆବଶ୍ୟକ । ଆପଣଙ୍କୁ ଏସବୁ ଲକ୍ଷଣ ଦେଖାଯାଉଥିଲେ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭିଟାମିନ ଡି ପରୀକ୍ଷା କରନ୍ତୁ । ଏହାପରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ।
ପଢନ୍ତୁ ଏହି ଖବର: ଆପଣ ୬ ଘଣ୍ଟାରୁ କମ ଶୋଉଛନ୍ତି କି ? ଡାକ୍ତର କହିଲେ କଣ ହୁଏ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories