World Malaria Day / ଆଜି ବିଶ୍ୱ ମ୍ୟାଲେରିଆ ଦିବସ; ରାଜ୍ୟରେ ବଢୁଛି ସଂକ୍ରମଣ; ରାୟଗଡ଼ାରେ ସର୍ବାଧିକ
·4 months ago·3 min read

Key Points
ଆଜି ୨୫ ଏପ୍ରିଲ ବିଶ୍ଵ ମ୍ୟାଲେରିଆ ଦିବସ
୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ
ଏପଟେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା
୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ
ଏପଟେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା
ଆଜି ୨୫ ଏପ୍ରିଲ, ବିଶ୍ୱ ମ୍ୟାଲେରିଆ ଦିବସ । ଗତ କିଛି ବର୍ଷର ହ୍ରାସ ପରେ ବର୍ତ୍ତମାନ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ଦେଖାଯାଉଛି । ଗୋଟିଏ ପଟେ ସରକାର ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶାର ସ୍ଵପ୍ନ ଦେଖୁଥିବା ବେଳେ, ଅନ୍ୟପଟେ ବଢୁଥିବା ସଂକ୍ରମଣ ହାର ଏବେ ଚିନ୍ତାର ବିଷୟ ପାଲଟିଛି । ଗତ ଦୁଇ ବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଗୁଣ ବୃଦ୍ଧି ପାଇଛି । ଚଳିତ ବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ମୂଳ ଲକ୍ଷ୍ୟ ହେଉଛି- 'ଏକ ସୁସ୍ଥ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢ଼େଇକୁ ତ୍ୱରାନ୍ୱିତ କରିବା' ।
- କଣ କହୁଛି WHO ରିପୋର୍ଟ ?
- ରାଜ୍ୟରେ କେଉଁ ଜିଲ୍ଲାରେ କିପରି ସ୍ଥିତି ?
- ୨୦୩୦ ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମ୍ୟାଲେରିଆ ମୁକ୍ତ ପାଇଁ ସ୍ଵତନ୍ତ୍ର 'ଦମନ' କାର୍ଯ୍ୟକ୍ରମ
ଏହି ଅଭିଯାନ ଯୋଗୁଁ ଓଡ଼ିଶାରେ ମ୍ୟାଲେରିଆ କେସ୍ରେ ୮୦% ରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - WHO ମଧ୍ୟ ପ୍ରଶଂସା କରିଛି । ଏହାକୁ ନେଇ ତିଆରି ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଦମନ । ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ସିନେମାଟି ଜଣେ ଯୁବ ଡାକ୍ତର ଓମକାର ହୋତାଙ୍କ ପ୍ରକୃତ ସଂଘର୍ଷ ଉପରେ ଆଧାରିତ । ସେ ମାଲକାନଗିରିର ଦୁର୍ଗମ 'ଜାନବାଇ' ଅଞ୍ଚଳରେ ନିୟୋଜିତ ଥିବାବେଳେ କିଭଳି ଅନ୍ଧବିଶ୍ୱାସ ଦୂର କରି ଲୋକଙ୍କ ଜୀବନ ବଞ୍ଚାଇଥିଲେ, ତାହା ଏଥିରେ ଦର୍ଶାଯାଇଛି ।
ପଢନ୍ତୁ ଏହି ଖବର: 'ବିବାହ ପାଇଁ କେହି ଝିଅ ଦେଉନାହାନ୍ତି', ମଶା ଯୋଗୁଁ ଚିନ୍ତାରେ ପୂରା ଗାଁ
ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଏହି ସିନେମାରେ ଡାକ୍ତର ସିଦ୍ଧାର୍ଥ ମହାନ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟତମ ପ୍ରମୁଖ ଅଭିନେତା ଦୀପନ୍ୱିତ ଦାଶମହାପାତ୍ର ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଓଡ଼ିଆ ଭାଷା ସହିତ ଏହାକୁ ହିନ୍ଦୀରେ ମଧ୍ୟ ଡବିଂ କରାଯାଇ ସାରା ଦେଶରେ ରିଲିଜ୍ କରାଯାଇଥିଲା । ଏହି ସିନେମାଟିକୁ ଓଡ଼ିଶା ସରକାର Tax-Free ଘୋଷଣା କରିଥିଲେ ।
Related Topics
Explore more stories