Videos
|
International

Nepal Tibet Border Avalanches / ନେପାଳ-ତିବ୍ଦତ ସୀମା ନିକଟସ୍ଥ ହିମାଳୟରେ ହିମସ୍ଖଳନ; ୧୬ ନିଖୋଜ, ଖରାପ ପାଗ ବଢାଇଲା ସମସ୍ୟା

Subhramjit Ray
Browse all articles by Subhramjit Ray
·1 hour ago·2 min read
ନେପାଳ-ତିବ୍ଦତ ସୀମା ନିକଟସ୍ଥ ହିମାଳୟରେ ହିମସ୍ଖଳନ; ୧୬ ନିଖୋଜ, ଖରାପ ପାଗ ବଢାଇଲା ସମସ୍ୟା
Nepal Tibet Border Avalanches

Key Points

ହିମାଳୟ ପାର୍ବତ୍ୟାଞ୍ଚଳରେ ବିଗତ କିଛି ଦିନ ଧରି ପ୍ରବଳ ତୁଷାରପାତ ହେଉଛି। ଯାହା ଫଳରେ ପର୍ବତାରୋହୀ ସେମାନଙ୍କର ଶରତକାଳୀନ ଅଭିଯାନ ପରିତ୍ୟାଗ କରିଛନ୍ତି। ରବିବାର ହିମସ୍ଖଳନରେ ନିଖୋଜ ହୋଇଥିବା ଲୋକମାନେ ବିଭିନ୍ନ ଅଭିଯାନ କମ୍ପାନୀ ସହିତ ଜଡିତ।
ନେପାଳ-ତିବ୍ଦତ ସୀମା ସଂଲଗ୍ନ ହିମାଳୟ ଅଞ୍ଚଳରେ ହୋଇଛି ହିମସ୍ଖଳନ। ଏହି ଘଟଣାରେ ୧୬ ଜଣ ନିଖୋଜ ହୋଇଥିବାର ଖବର ଆସିଛି। ରିପୋର୍ଟ ଅନୁଯାୟୀ, ପଶ୍ଚିମ ନେପାଳର ହିମଲୁଙ୍ଗ ହିମାଲ ସ୍ଥିତ ବେସ୍ କ୍ୟାମ୍ପ ଠାରେ ଏହି ଦୁର୍ଘଟଣା ଘଟିଛି। ରବିବାର (୨୭ ସେପ୍ଟମ୍ବର) ହିମସ୍ଖଳନ ପରେ ଅତି କମରେ ୧୬ ଜଣ ନିଖୋଜ ହୋଇଥିବାର ଜଣାପଡ଼ିଛି। ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେରପା କହିଛନ୍ତି ଯେ ନିଖୋଜଙ୍କ ମଧ୍ୟରେ ତାଙ୍କର ୨ ଜଣ ରୋଷେଇ ଘର କର୍ମଚାରୀ ସାମିଲ ଅଛନ୍ତି। ସେ କହିଛନ୍ତି ରବିବାର ସକାଳେ ହିମସ୍ଖଳନ ହୋଇଥିଲା।

ହିମସ୍ଖଳନ ପରେ ବନ୍ଦ ହୋଇଗଲା ରାସ୍ତା
ମିଙ୍ଗମା ଗ୍ୟାଲଜେ ଶେରପାଙ୍କ ଅନୁଯାୟୀ, ଗତ ସପ୍ତାହରେ ଜାରି ହୋଇଥିବା ପାଣିପାଗ ସତର୍କତା ପରେ ଅଧିକାଂଶ ଅଭିଯାନ ଦଳ ଏବଂ ରଶି ବିଛାଉଥିବା ଦଳ ପର୍ବତ ଢାଲ ଅଞ୍ଚଳକୁ ଖାଲି କରିଥିଲେ, ହେଲେ କିଛି ପଛରେ ରହିଗଲେ। ସୋମବାର ସକାଳ ହିମସ୍ଖଳନ ପରେ ସେମାନେ ନିଖୋଜ ଅଛନ୍ତି। ହିମସ୍ଖଳନ ଯୋଗୁଁ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି। ବିଗତ କିଛି ଦିନ ଧରି ହିମାଳୟ ପର୍ବତ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଛି। ଯାହା ପର୍ବତାରୋହୀଙ୍କୁ ସେମାନଙ୍କର ଶରତକାଳୀନ ଅଭିଯାନ ପରିତ୍ୟାଗ କରିବାକୁ ବାଧ୍ୟ କରୁଛି। ରବିବାର ହିମସ୍ଖଳନରେ ନିଖୋଜ ହୋଇଥିବା ଲୋକ ବିଭିନ୍ନ ଅଭିଯାନ କମ୍ପାନୀ ସହିତ ଜଡି଼ତ।

ଏହା ସହ ପଢନ୍ତୁ: ବନ୍ୟା ପରେ ଭୂକମ୍ପ ଝଟକାରେ ଥରି ଉଠିଲା ତିବ୍ଦତ

ମାନାଙ୍ଗ ଜିଲ୍ଲାରେ ଅବସ୍ଥିତ ୭୧୨୬ ମିଟର ଉଚ୍ଚତା ବିଶିଷ୍ଟ ହିମଲୁଙ୍ଗ ହିମାଲ

ପ୍ରାୟ ୭୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ, ଯାହା ମନାଙ୍ଗ ଜିଲ୍ଲାରେ ଅବସ୍ଥିତ। ସେଠାରେ ହେଲିକ୍ୟାପ୍ଟର ଉଡ଼ାଣ ଭରିବା ପାଇଁ ଅତିରିକ୍ତ ଅନୁମତି ଆବଶ୍ୟକ କରିଥାଏ। ଯାହା ଏଠାରେ ପହଞ୍ଚିବାକୁ ଆହୁରି କଷ୍ଟକର କରି ଦେଇଥାଏ। ଏହି ପର୍ବତ ଶିଖର, ଉଚ୍ଚତା ଅଭିଯାନରେ ଅଭିଜ୍ଞତା ଖୋଜୁଥିବା ପର୍ବତାରୋହୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ବୋଲି ବିବେଚନା କରାଯାଏ।

ଘୂର୍ଣ୍ଣିଝଡ଼ ପାଗ ସ୍ଥିତିକୁ ଆହୁରି ଖରାପ କରିଦେଇଛି
ଏହି ଦୁର୍ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ବଙ୍ଗୋପସାଗରରେ ଏକ ସକ୍ରିୟ ମୌସୁମୀ ପ୍ରଣାଳୀ ନେପାଳର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ଏବଂ ସମତଳ ଏବଂ ପାହାଡିଆ ଅଞ୍ଚଳରେ ନିରନ୍ତର ବର୍ଷା ସୃଷ୍ଟି କରିଛି। ଦେଶର ଅନେକ ସ୍ଥାନରେ ବର୍ଷା ଏବଂ ତୁଷାରପାତର ପ୍ରଭାବ ଅନୁଭୂତ ହେଉଛି।

ଶୁକ୍ରବାର ଜାରି ହୋଇଥିଲା ସତର୍କତା
ଗତ ଶୁକ୍ରବାର (ସେପ୍ଟମ୍ବର ୨୫) ଠାରୁ ପ୍ରତିକୂଳ ପାଗ ପରିସ୍ଥିତି ଅନୁଭବ କରୁଛି। ଯାହା ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଯାତାୟାତ ପାଇଁ ଅନେକ ରାସ୍ତା ବନ୍ଦ କରିବାକୁ ବାଧ୍ୟ କରିଛି। ପର୍ଯ୍ୟଟନ ଅଧିକାରୀ ଟ୍ରେକର୍ସ (Trekkers) ଏବଂ ପର୍ବତାରୋହୀ (Mountaineers) ଙ୍କୁ ସମସ୍ତ କାର୍ଯ୍ୟକଳାପ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି। ତୁଷାରପାତ ଯୋଗୁଁ ଅନେକ ଟ୍ରେକିଂ ରୁଟ୍ (Trekking Route) ବାଧାପ୍ରାପ୍ତ ହୋଇଛି। ମନାସ୍ଲୁ ଏବଂ ଧୌଲାଗିରି ପର୍ବତରେ ଚାଲିଥିବା ଅଭିଯାନ ବାତିଲ କିମ୍ବା ସ୍ଥଗିତ ରଖାଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: