Videos
|
International

Tibet Earthquake Today / ବନ୍ୟା ପରେ ଭୂକମ୍ପ ଝଟକାରେ ଥରି ଉଠିଲା ତିବ୍ଦତ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ବନ୍ୟା ପରେ ଭୂକମ୍ପ ଝଟକାରେ ଥରି ଉଠିଲା ତିବ୍ଦତ
Tibet Earthquake Today

Key Points

ସେପ୍ଟମ୍ବର ୩ ତାରିଖ ଗୁରୁବାର ୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଝଟକାରେ ଥରିଉଠିଛି ତିବ୍ଦତ।
ଗୁରୁବାର (୩ ସେପ୍ଟମ୍ବର) ଏକ ଜୋରଦାର ଭୂକମ୍ପ ଝଟକାରେ କମ୍ପି ଉଠିଛି ତିବ୍ଦତ। ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୫ ରହିଥିବାର ଜଣାପଡ଼ିଛି। ପଡୋଶୀା ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାର ସପ୍ତାହେ ପରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ହୋଇଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ଭୂପୃଷ୍ଠରୁ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଆସିଥିଲା। ହେଲେ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ରିପୋର୍ଟ ଆସିନାହିଁ।

ଗତ ଅଗଷ୍ଟ ୨୬ ତାରିଖରେ, ନେପାଳ ସୀମା ନିକଟବର୍ତ୍ତୀ ତିବ୍ଦତରେ ଏକ ହିମବାହ (Glacier) ଅର୍ଥାତ ଏକ ବିଶାଳକାୟ ବରଫ ଖଣ୍ଡ ଭାଙ୍ଗିବା ଯୋଗୁଁ ହିମାଳୟ ପାର୍ବତ୍ୟାଞ୍ଚଳରେ ଏକ ଭୟଙ୍କର ବନ୍ୟା ଆସିଥିଲା। ଯାହା ଫଳରେ ହିମାଳୟ ପାଦଦେଶରେ ଅବସ୍ଥିତ ନେପାଳର ଅନେକ ସହର ଏବଂ ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେପ୍ଟମ୍ବର ୩ ତାରିଖ ଗୁରୁବାର ପର୍ଯ୍ୟନ୍ତ ନେପାଳ ବନ୍ୟାରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ହଜାରରୁ ଅଧିକ ନିଖୋଜ ଅଛନ୍ତି।

ନେପାଳରେ ଏହି ବିପର୍ଯ୍ୟୟ ଏକ ହିମବାହ ଭାଙ୍ଗିବା ଯୋଗୁଁ ହୋଇଥିଲା। ଯାହା ନେପାଳର ଏକ ଉପତ୍ୟକାରେ ବରଫ, କାଦୁଅ, ପଥର ଏବଂ ଦ୍ରୁତ ଗତିର ପ୍ରବାହିତ ପାଣିର ସ୍ରୋତ ନେଇ ଆସିଥିଲା। ଯାହା ଏହାର ମାର୍ଗରେ ଥିବା ସମସ୍ତ ଜନବସତିକୁ ଭସାଇ ନେଇଥିଲା।

ଏହା ସହ ପଢନ୍ତୁ:  ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ନେପାଳ; ସନ୍ଦେହ ଘେରରେ ଚତୁର ଚୀନ୍

ସୋସିଆଲ ମିଡି଼ଆରେ ନେପାଳ ବନ୍ୟାର ଅନେକ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଲୋକଙ୍କୁ ଦୌଡ଼ାଦୌଡ଼ି କରୁଥିବାର ଦେଖିବାକୁ ମିଳିଥିଲା। ଯେତେବେଳେ ପାଣି ଏବଂ ଭଗ୍ନାବଶେଷର ଲହରୀ କୋଠା ଘରକୁ ଭସାଇ ନେଉଥିଲା। ପୋଲ ଏବଂ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବା ସହ ଗଛ, ବଡ଼ ପଥର ଏବଂ ଯାନବାହନ ଭାସି ଯାଉଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପର୍ଯ୍ୟନ୍ତ ଟଳି ନାହିଁ ବନ୍ୟା ବିପଦ
ନିରନ୍ତର ବର୍ଷା ଯୋଗୁଁ ନେପାଳର ଭୋଟେକୋଶି ନଦୀର ଉପର ମୁଣ୍ଡରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ଜଳବିଜ୍ଞାନ ଏବଂ ପାଣିପାଗ ବିଭାଗର ବନ୍ୟା ପୂର୍ବାନୁମାନ ବିଭାଗର ଟେକ୍ନିସିଆନ୍ ସରସ୍ୱତୀ ବିଷ୍ଟ କହିଛନ୍ତି ଯେ ଗୁରୁବାର ଭୋଟେକୋଶି ନଦୀର ଉପର ମୁଣ୍ଡରେ ନିରନ୍ତର ବର୍ଷା ଯୋଗୁଁ ଭୋଟେକୋଶି ଏବଂ ତ୍ରିଶୁଳି ନଦୀ ସହିତ ରସୁୱା ଏବଂ ନୂଆକୋଟ ଜିଲ୍ଲା ଦେଇ ପ୍ରବାହିତ ଛୋଟ ନଦୀ ଏବଂ ଝରଣାରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।




Major 5.0 Magnitude Earthquake Strikes Tibet | Argus News