Videos
|
International

SantaCruz Beach Viral Video / ନାବାଳକର ଜୀବନ ବଞ୍ଚାଇ ଚର୍ଚ୍ଚାରେ ୧୬ ବର୍ଷୀୟ ଲାଇଫଗାର୍ଡ; ସମୁଦ୍ର ଲହରୀ ସହ ହେଲା ମୁହାମୁହିଁ ଲଢେଇ

Subhramjit Ray
Browse all articles by Subhramjit Ray
·2 weeks ago·4 min read
ନାବାଳକର ଜୀବନ ବଞ୍ଚାଇ ଚର୍ଚ୍ଚାରେ ୧୬ ବର୍ଷୀୟ ଲାଇଫଗାର୍ଡ;  ସମୁଦ୍ର ଲହରୀ ସହ ହେଲା ମୁହାମୁହିଁ ଲଢେଇ
SantaCruz Beach US

Key Points

ଏହି ସାହସୀ ଲାଇଫଗାର୍ଡ ମାତ୍ର ଜଣେ ୧୬ ବର୍ଷୀୟ କିଶୋର। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ହେଉଛି @chasinsalt ଏବଂ ଲୋକେ ଏବେ ତାଙ୍କୁ ଜଣେ ପ୍ରକୃତ ନାୟକ ଭାବରେ ପ୍ରଶଂସା କରୁଛନ୍ତି। ଏତେ କମ୍ ବୟସରେ ସେ ଯେଉଁ ସାହସିକତା ପ୍ରଦର୍ଶନ କରିଥିଲେ ତାହା ପ୍ରକୃତରେ ପ୍ରଶଂସନୀୟ।
Seabright Beach Santacruz US:  ସମୁଦ୍ର ଲହର, ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସବୁକିଛି ନଷ୍ଟ କରିବାର ଶକ୍ତି ରହିଛି। ଯିଏ ଦେଖୁ ଦେଖୁ କିଛି କ୍ଷଣ ମଧ୍ୟରେ ସବୁକିଛି ବର୍ବାଦ କରିପାରେ। ଗତ ଶନିବାର (ଜୁଲାଇ ୨୫) ଅପରାହ୍ନରେ କାଲିଫର୍ନିଆର ସାଣ୍ଟା କ୍ରୁଜ୍‌ ସ୍ଥିତ ସିବ୍ରାଇଟ୍ ଷ୍ଟେଟ୍ ବିଚ୍‌ ଠାରୁ ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା। ହେଲେ ଏହି ଭୟଙ୍କର ଦୃଶ୍ୟ ମଧ୍ୟରେ, ଜଣେ ଯୁବ ଲାଇଫଗାର୍ଡ୍ ଦେଖାଇଥିବା ସାହସ ସମସ୍ତଙ୍କ ହୃଦୟ ଜିତି ନେଇଥିଲା। ଫଟୋଗ୍ରାଫର ସ୍କଟ୍ ଭାଣ୍ଡର ଡୁସେନ୍ ସମଗ୍ର ଘଟଣାକ୍ରମକୁ କଏଦ କରିଥିଲେ। ସେ ଏହାକୁ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ (santacruznow) ସେୟାର କରିଥିଲେ।

"ମୁଁ ପୂର୍ବରୁ ଏପରି କିଛି ଦେଖିନାହିଁ"
ସାନ ଫ୍ରାନ୍ସିସ୍କୋ କ୍ରୋନିକଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଶନିବାର ଅପରାହ୍ନରେ, ଯେତେବେଳେ ଲୋକମାନେ ସିବ୍ରାଇଟ୍ ବିଚ୍‌ ଠାରେ ସମୟ କାଟୁଥିଲେ, ସେତେବେଳେ ସମୁଦ୍ର ଲହରୀ ହଠାତ୍ ଏକ ଭୟଙ୍କର ରୂପ ନେଇବା ପ୍ରଚଣ୍ଡ ବେଗରେ ଉପକୂଳରେ ଆସି ଧକ୍କା ହେଉଥିଲା। ଏହା ଯୋଗୁଁ ଜଣେ ୧୦ ବର୍ଷ ବୟସର ନାବାଳକ ଏହି ବିପଦପୂର୍ଣ୍ଣ ତରଙ୍ଗ ମଧ୍ୟରେ ଫସି ଯାଇଥିଲା। ଏହା ପରେ ଜଣେ ନବାଗତ ଲାଇଫଗାର୍ଡ, ଚାକିରିର ପ୍ରଥମ ବର୍ଷରେ ଏବଂ କେବଳ କିଶୋର ବୟସରେ, ନିଜ ଜୀବନକୁ ବାଜିରେ ଲଗାଇ ସେହି ଭୟଙ୍କର ଲହରୀ ମଧ୍ୟକୁ ଡେଇଁ ପଡ଼ିଥିଲେ।


ଫଟୋଗ୍ରାଫର ସ୍କଟ୍ କହିଛନ୍ତି, "ଯେତେବେଳେ ସମୁଦ୍ର ଲହରୀ ଉପକୂଳରେ ଧକ୍କା ହେଉଥିଲା, ସେତେବେଳ ଏହାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ସମସ୍ତେ ଭୟଭୀତ ଯାଇଥିଲେ। ଯେତେବେଳେ ଲୋକ ଲାଇଫଗାର୍ଡ ଦୌଡ଼ୁଥିବାର ଦେଖିଲେ, ସେତେବେଳେ ସମଗ୍ର ବେଳାଭୂମିର ନଜର ସେହି ଦିଗକୁ ରହିଥିଲା। ମୁଁ ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖିନାହିଁ। ପାଣି ଗୋଟିଏ ମୁହୂର୍ତ୍ତରେ ସଫା ହୋଇଗଲା, ଯେପରି କେହି ଜଣେ ଚିତ୍କାର କରି କହୁଥିଲେ, 'ଶାର୍କ!'"

ଏହା ସହ ପଢନ୍ତୁ:  ପାରାଗ୍ଲାଇଡିଂ ନା ମୃତ୍ୟୁର ଖେଳ; ୪ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ପାରାଗ୍ଲାଇଡର

୧୦ ଫୁଟ ଉଚ୍ଚର ଲହରୀ ଦେଖି ମଧ୍ୟ ଭୟଭୀତ ହୋଇନଥିଲେ ଲାଇଫଗାର୍ଡ
ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଲାଇଫଗାର୍ଡ ସେହି ପିଲାକୁ ଉଦ୍ଧାର କରିବାକୁ ଧାଇଁ ଆସୁଛନ୍ତି, ତାକୁ ଜୋରରେ ଧରିଛନ୍ତି। ଠିକ୍ ସେହି ସମୟରେ, ଏକ ୧୦ ଫୁଟ ଉଚ୍ତାର ଲହଡ଼ି ତାଙ୍କ ଉପରେ ଧକ୍କା ଖାଇ ଉଭୟଙ୍କୁ ଭସାଇ ନେଉଛି। କିନ୍ତୁ ଲାଇଫଗାର୍ଡ ସେହି ପିଲାକୁ ଧରିଛନ୍ତି, ସାହସର ସହ ଲହରୀ କୁ ସାମ୍ନା କରି ତାକୁ ଉଦ୍ଧାର କରୁଛନ୍ତି।

ଫଟୋଗ୍ରାଫ ସ୍କଟ୍‌ ଆହୁରି କହିଛନ୍ତି, "ଅଧିକାଂଶ ଲୋକ ବୁଝିପାରିଲେ ନାହିଁ ଯେ ଲାଇଫଗାର୍ଡ କ'ଣ କରୁଛନ୍ତି। ଲହରୀ ଏତେ ଶକ୍ତିଶାଳୀ ଥିଲା ଯେ ଆଗକୁ ବଢ଼ିବା ପାଇଁ କେବଳ କିଛି ସେକେଣ୍ଡ ବାକି ଥିଲା, ବାକି ସମୟ, ଲାଇଫଗାର୍ଡଙ୍କ କାମ ଥିଲା ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିବା ଏବଂ ଲହରୀର ସାମ୍ନା କରିବା। ଶେଷରେ, ଅନ୍ୟ ଏକ ଲାଇଫଗାର୍ଡଙ୍କ ସହାୟତାରେ, ସେହି ୧୦ ବର୍ଷ ପିଲାକୁ ପାଣିରୁ ସୁରକ୍ଷିତ ଭାବରେ ଟାଣି ନିଆଯାଇଥିଲା। ଯଦିଓ ସେ କ୍ଳାନ୍ତ ହୋଇଯାଇଥିଲା ହେଲେ ସେ ସୁରକ୍ଷିତ ରହିଥିଲା। "ଫାଷ୍ଟ ରେସପଣ୍ଡର" ଙ୍କ ପାଖରୁ ଡାକ୍ତରୀ ଅନୁମତି (Medical Clearance) ପାଇବା ପରେ ସେହି ପିଲା ତାହାର ପିତାମାତାଙ୍କ ପାଖକୁ ଫେରି ଆସିଥିଲା।"

କାହିଁକି ଉଗ୍ର ହୋଇଉଠିଲା ସମୁଦ୍ର?
ଜାତୀୟ ପାଣିପାଗ ସେବା ୧ ଅଗଷ୍ଟ ପର୍ଯ୍ୟନ୍ତ ବେଳାଭୂମିକୁ ଯାଉଥିବା ଲୋକଙ୍କ ପାଇଁ ବିପଦ ସତର୍କତା ଜାରି କରିଛି। ନ୍ୟୁଜିଲ୍ୟାଣ୍ଡ ଏବଂ ହାୱାଇ ନିକଟବର୍ତ୍ତୀ ସମୁଦ୍ରରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଯଦିଓ ଏହି ଝଡ଼ କାଲିଫର୍ନିଆଠାରୁ ବହୁତ ଦୂରରେ ରହିଛି, ହେଲେ ସେଠାରେ ଝଡ଼ରୁ ଶକ୍ତିଶାଳୀ ଲହରୀ କାଲିଫର୍ନିଆ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଯାହା ଅତ୍ୟନ୍ତ ବିପଜ୍ଜନକ। ଏହା ସହିତ, "ଏଲ୍ ନିନୋ" ପ୍ରଭାବ ମଧ୍ୟ ଅନୁଭୂତ ହେଉଛି। ଏହି ଉଷ୍ମ ସାମୁଦ୍ରିକ ଜଳ ଏହି ଝଡ଼କୁ ଆହୁରି ଶକ୍ତି ଯୋଗାଉଛି। ଏହି କାରଣରୁ ପାଣିପାଗ ସେବା ଦକ୍ଷିଣ କାଲିଫର୍ନିଆ ଉପକୂଳରେ ବହୁତ ଉଚ୍ଚ ଲହରୀ ଆସିବା ନେଇ ଚେତାବନୀ ଜାରି କରିଛି।


ଭିଡିଓ ଦେଖିବା ପରେ କ'ଣ କହିଲେ ଲୋକେ?
ଏହି ଭିଡିଓ ଦେଖିବା ପରେ ଲୋକମାନେ ସାଣ୍ଟାକ୍ରୁଜ୍ ଲାଇଫଗାର୍ଡ ଙ୍କୁ ସଲ୍ୟୁଟ ମାରୁଛନ୍ତି। @kinsleyanderson ନାମକ ଜଣେ ୟୁଜର କହିଛନ୍ତି, "ଏହା ଦେଖିବା ପରେ, ମୁଁ କେବଳ ଏତିକି କହିପାରିବି ଯେ ଚମତ୍କାର। ସେହି ଲାଇଫଗାର୍ଡ୍ ଙ୍କୁ ମୋର ପ୍ରଣାମ। ମୁଁ ଜାଣିଛି ଯେ ସେ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇଯାଇଥିଲା, ହେଲେ ସେ ଅଟକି ନଥିଲେ। ସେ ସେହି ପିଲାକୁ ଦୃଢ଼ ଭାବରେ ଧରି ରଖିବା ଏବଂ ଏତେ ପ୍ରବଳ ଲହରୀରେ ତାକୁ ନ ହରାଇବା ପ୍ରକୃତରେ ଚମତ୍କାର।"

@jah_gobz ନାମକ ଅନ୍ୟଜଣେ ୟୁଜର କହିଛନ୍ତି, "ଏହା ଦେଖିବା ଏବଂ ଜାଣିବା ଦୁଃଖଦ ଯେ ଲାଇଫଗାର୍ଡ ଙ୍କୁ ଏପର୍ଯ୍ୟନ୍ତ ଆର୍ଥିକ କିମ୍ବା ଆଇନଗତ ଭାବରେ "ଫାଷ୍ଟ ରେସପଣ୍ଡର" (First Responders) ଭାବରେ ବିବେଚନା କରାଯାଏ ନାହିଁ। ଆଜି, ଏକ ଛୋଟ ପିଲା ତାଙ୍କ ପରିବାରକୁ ଘରକୁ ଫେରିପାରିଲା। ସାଣ୍ଟାକ୍ରୁଜ୍ ଲାଇଫଗାର୍ଡ ମହାନ କାମ କରିଛନ୍ତି।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
16-Year-Old Lifeguard Braves Massive Ocean Waves to Save Child in Viral Video | Argus News