Odesa port attack Ukraine / ଋଷିଆ ମିସାଇଲ୍ ଆକ୍ରମଣର ୟୁକ୍ରେନରେ ୪ ଭାରତୀୟ ମୃତ; ଜାହାଜ ବନ୍ଦର ଛାଡ଼ିବା ବେଳେ ଘଟିଲା ଅଘଟଣ
·11 hours ago·2 min read

Key Points
ୟୁକ୍ରେନୀୟ ନୌସେନା ଏବଂ ବନ୍ଦର ଅଧିକାରୀଙ୍କ ଅନୁଯାୟୀ, ୧୯ ତାରିଖ ସନ୍ଧ୍ୟାରେ ଯେତେବେଳେ "ଏମଭି ଗୋଲଡେନ୍ ଲିଓ" ନାମକ ଜାହାଜ ଓଡେସା ବନ୍ଦର ଛାଡୁଥିଲା, ସେତେବେଳେ ଏହି ଆକ୍ରମଣ ହୋଇଥିଲା।
Russian cruise missiles attack on Ukraine port: ୟୁକ୍ରେନର ଓଡ଼େସା ବନ୍ଦରରେ ଉପସ୍ଥିତ ରହିଥିବା ଏକ ଜାହାଜରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଭାରତ ଏହି ଘଟଣାକୁ ନିନ୍ଦା କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, "ଆମେ ଏହି ଆକ୍ରମଣକୁ ନିନ୍ଦା କରୁଛୁ।" ବିଦେଶ ମନ୍ତ୍ରଣାଳୟ କହିଛି ଯେ ଗତକାଲି (ଜୁଲାଇ ୧୯ ଜୁଲାଇ) ସନ୍ଧ୍ୟାରେ ୟୁକ୍ରେନର ଓଡେସା ବନ୍ଦର ଛାଡିବା ସମୟରେ ସେମାନଙ୍କ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଯାହା ଫଳରେ ୪ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଆକ୍ରମଣ ସମୟରେ, "ଏମଭି ଗୋଲଡେନ ଲିଓ" (MV Golden Leo) ନାମକ ଜାହାଜରେ ଜଣ ଭାରତୀୟ ନାଗରିକଙ୍କ ସମେତ ୧୭ ଜଣ ଚାଳକ ଦଳ ସଦସ୍ୟ ରହିଥିଲେ। ମନ୍ତ୍ରଣାଳୟ କହିଛି ଯେ, "ୟୁକ୍ରେନ ସ୍ଥିତ ଆମର ମିଶନ ପରିସ୍ଥିତି ଉପରେ ସତର୍କ ନଜର ରଖିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛି।"
ଭାରତ ଏହି ଆକ୍ରମଣର ନିନ୍ଦା କରିବା ସହ କହିଛି ଯେ ବାଣିଜ୍ୟିକ ଜାହାଜ ଚଳାଚଳକୁ ଟାର୍ଗେଟ କରିବା, ସାଧାରଣ ନାଗରିକ ଚାଳକ ଦଳ ସଦସ୍ୟଙ୍କୁ ବିପଦରେ ପକାଇବା କିମ୍ବା ଅନ୍ୟଥା ନୌଚାଳନା ଏବଂ ବାଣିଜ୍ୟର ସ୍ୱାଧିନତାକୁ ବାଧା ଦେବା ଅତ୍ୟନ୍ତ ଦୁଃଖଦାୟକ। ଏହାକୁ ଏଡାଇ ଦିଆଯିବା ଆବଶ୍ୟକ।
ଏହା ସହ ପଢନ୍ତୁ: ହାଇପରସୋନିକ୍ ଆକ୍ରମଣରେ କମ୍ପି ଉଠିଲା କୀଭ୍; ଦେଖୁ ଦେଖୁ ଧ୍ୱଂସ ହୋଇଗଲା କୋଠା
ଅନ୍ୟପଟେ ଦେଶର ଓଡ଼େସା ବନ୍ଦରରେ (Odesa Port Ukraine) ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ୟୁକ୍ରେନ ଅଧିକାରୀ କହିଛନ୍ତି, "ଏମଭି ଗୋଲଡେନ ଲିଓ" ଜାହାଜ ଉପରେ ଋଷୀୟ କ୍ରୁଜ୍ ମିସାଇଲ ଦ୍ୱାରା ଆକ୍ରମଣ ହୋଇଥିଲା। ୟୁକ୍ରେନ୍ ନୌସେନା (Ukrainian Navy) କହିବା ଅନୁଯାୟୀ, ଗିନି-ବିସାଉ ପତାକାଧାରୀ ଜାହାଜ (Guinea-Bissau Flagged Ship), "ଏମଭି ଗୋଲ୍ଡେନ୍ ଲିଓ" ଉପରେ ଋଷିଆର ତିନୋଟି କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ (Russian Cruise Missiles Attack) କରିଥିଲେ। ଯାହା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା।
ଜାହାଜ "ଏମଭି ଗୋଲଡେନ ଲିଓ" ମକା ନେଇ ଯାଉଥିଲା। ଯେଉଁଥିରେ ସିରିଆ ସହ ଭାରତୀୟ କର୍ମଚାରୀ ରହିଥିଲେ। ଅନ୍ୟପଟେ ୟୁକ୍ରେନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଆକ୍ରମଣ ପରେ ରାତିସାରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏହି ଆକ୍ରମଣରେ ୯ ଜଣ ଚାଳକ ଦଳ ସଦସ୍ୟ ଏବଂ ଜଣେ ମ୍ୟାରିଟାଇମ୍ ପାଇଲଟ (Maritime Pilot) ପ୍ରାଣ ହରାଇଥିଲେ। ଏହି ଜାହାଜର ୧୭ ଜଣ କ୍ରୁ ସଦସ୍ୟଙ୍କ (MV Golden Leo Ship Crew Member) ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
4 Indian sailors killed MV Golden LeoOdesa port missile strike Indian deathsRussian missile attack Guinea Bissau shipIndian crew killed Ukraine Odesa portMEA statement MV Golden Leo attackIndian seafarers killed Russia Ukraine warCargo vessel MV Golden Leo missile attackBlack Sea commercial shipping attackIndia condemns missile strike on cargo vesselKh-59 cruise missile attack Odesa grain ship