Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Love Birds Punished / ବିବାହ ବିନା ଶାରୀରିକ ସମ୍ପର୍କ; ପ୍ରେମୀଯୁଗଳଙ୍କୁ ତାଲିବାନୀ ସଜା

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ବିବାହ ବିନା ଶାରୀରିକ ସମ୍ପର୍କ; ପ୍ରେମୀଯୁଗଳଙ୍କୁ ତାଲିବାନୀ ସଜା
Indonesia Sharia Police

Key Points

ଇଣ୍ଡୋନେସିଆରେ ପ୍ରେମୀଯୁଗଳଙ୍କୁ ତାଲିବାନୀ ସଜା
ଲିଭ୍ଇନ୍ ରିଲେସନସିପ୍ ପାଇଁ ଭୋଗିଲେ ଅସହ୍ୟ ଯନ୍ତ୍ରଣା
୧୪୦ ପାହାର ଦେଲେ ସାରିୟା ପୋଲିସ
ବେହୋସ୍ ହୋଇଗଲେ ଯୁବତୀ
ଇଣ୍ଡୋନେସିଆରୁ ଆସିଲା ବିଚଳିତ କଲା ପରି ଖବର । ଲିଭ୍ଇନ୍ ରିଲେସନସିପ୍‌ରେ ଥିବା ପ୍ରେମୀଯୁଗଳଙ୍କୁ ବିବାହ ବିନା ଶାରୀରିକ ସମ୍ପର୍କ ରଖିବା ଓ ମଦ ପିଇବା ଲାଗି ମିଳିଛି ତାଲିବାନୀ ସଜା । ଏକ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ, ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆର ଆଚେ ଅଞ୍ଚଳରେ ଘଟିଛି ଏହି ଘଟଣା । ଇସଲାମି ଧାର୍ମିକ ପୋଲିସ, ଯାହାକୁ ସାରିୟା ପୋଲିସ ମଧ୍ୟ କୁହାଯାଏ ସେମାନେ ପ୍ରେମୀଯୁଗଳଙ୍କୁ ଏକ ବାଡ଼ିରେ ୧୪୦ ଥର ମାଡ଼ ମାରିଛନ୍ତି । ଫଳରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି ।

ଏହି ପ୍ରେମୀଯୁଗଳଙ୍କୁ ଏକ ସାର୍ବଜନୀନ ସ୍ଥାନରେ ପିଠିକୁ ବାଉଁଶ ପାତିଆରେ ମାରି ଚାଲିଥିଲା ସାରିୟା ପୋଲିସ । ଆଉ ସେଠାରେ ଉପସ୍ଥିତ ଲୋକେ ଦର୍ଶକ ସାଜିଥିଲେ । ଯୁବତୀ ଜଣକ ଚେତାଶୂନ୍ୟ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । ଏଠାରେ କହିରଖୁଛୁ କି, ଆଚେଠାରେ ଅବିବାହିତ ଶାରୀରିକ ସମ୍ପର୍କ ରଖିବା ସମ୍ପୂର୍ଣ୍ଣ ବେଆଇନ ଏବଂ ଆଚେ ହେଉଛି ଇଣ୍ଡୋନେସିଆର ଏକମାତ୍ର ସ୍ଥାନ ଯେଉଁଠି ସାରିୟା ଆଇନ ଲାଗୁ କରାଯାଇଛି ।

୧୪୦ ଥର ବାଡ଼ିରେ ପିଟିଲେ ସାରିୟା ପୋଲିସ

ତେବେ ଆଚେର ସାରିୟା ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଯୁବକ ଯୁବତୀ ଜଣକ ଏପରି ବେଆଇନ କାମ କରିଥିବାରୁ ଉଭୟଙ୍କୁ ୧୪୦-୧୪୦ ଥର ମାଡ଼ ମରାଯାଇଥିଲା । ୧୦୦ଟି ଶାରୀରିକ ସମ୍ପର୍କ ରଖିବା ପାଇଁ ଏବଂ ୪୦ଟି ମାଡ଼ ମଦ ପିଇବା ପାଇଁ ମରାଯାଇଥିଲା ।

୨୦୦୧ ମସିହାରେ ଇଣ୍ଡୋନେସିଆର ଆଚେକୁ ସ୍ବତନ୍ତ୍ର ସ୍ବାୟତ୍ତତା ପ୍ରଦାନ କରାଯାଇଥିଲା । ଏହାପରେ ସେଠାରେ ସାରିୟା ଆଇନକୁ ଲାଗୁ କରାଯାଇଥିଲା । ରିପୋର୍ଟ ଅନୁସାରେ ସାରିୟା ଆଇନ ଲାଗୁ ହେବା ପରଠାରୁ ଏଯାବତ ସେଠାରେ ଏପରି ମାମଲାରେ ସବୁଠୁ ଅଧିକ ଦଣ୍ଡ ଦିଆଯାଇଥାଏ । ଏହି ପ୍ରେମୀଯୁଗଳ ସେହି ୬ ଜଣଙ୍କ ମଧ୍ୟରେ ସାମିଲ, ଯେଉଁମାନଙ୍କୁ ସାରିୟା ଆଇନ ଉଲ୍ଲଙ୍ଘନ ପାଇଁ ବାଉଁଶ ପାତିଆରେ ମାଡ଼ ମାରି ଦଣ୍ଡ ଦିଆଯାଇଛି । ଏପରିକି ଥରେ ସାରିୟା ପୋଲିସର ଜଣେ ଅଧିକାରୀଙ୍କୁ ତାଙ୍କ ବାନ୍ଧବୀ ସହିତ ଏହି ଦଣ୍ଡ ଦିଆଯାଇଥିଲା ବୋଲି ସାରିୟା ପୋଲିସ ପ୍ରମୁଖ ମୁହମ୍ମଦ ରିଜଲ କହିଛନ୍ତି ।

ଏପରିକି ଆଚେରେ ଜୁଆ ଖେଳିବା, ମଦ ପିଇବା, ସମଲିଙ୍ଗୀ ଯୌନ ସମ୍ପର୍କ ଏବଂ ଅବିବାହିତ ଅବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଆଦି ଲାଗି ମଧ୍ୟ ସାରିୟା ପୋଲିସ ଏପରି ଦଣ୍ଡ ପ୍ରଦାନ କରେ ବୋଲି ମୁହମ୍ମଦ କହିଛନ୍ତି ।

ଏଥିସହ ପଢନ୍ତୁ:- ସ୍ତ୍ରୀ ଗର୍ଭ ନଷ୍ଟ ହେଲା ବୋଲି ମାଆକୁ ମାରିଦେଲା ଜହ୍ଲାଦ ପୁଅ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sex Without Marriage Couples Face Taliban-Style Punishment in Indonesia | Argus News