Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଲାଇଭ ଶୋ' ବେଳେ ଏପରି କଲା ପୋଷା କୁକୁର, ଭିଡିଓ ହେଲା ଭାଇରାଲ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଲାଇଭ ଶୋ' ବେଳେ ଏପରି କଲା ପୋଷା କୁକୁର, ଭିଡିଓ ହେଲା ଭାଇରାଲ

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଏମିତି କିଛି କିଛି ଖବର କିମ୍ବା ଭିଡିଓ ଭାଇରାଲ ହୁଏ , ଯାହାକୁ ନେଇ ଖୁବ ଚର୍ଚ୍ଚା ଲାଗିରୁହେ । ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ବୋଲ୍ଲିଭିଆର ଏକ ଇଲେକ୍ଟ୍ରୋନିକ ଗଣମାଧ୍ୟମର ଜଣ ଉପସ୍ଥାପକଙ୍କ ଭିଡିଓ ଏବେ ଖୁବ ଚର୍ଚ୍ଚାରେ । ଏହି ଉପସ୍ଥାପକ ଜଣକ ଏକ ଲାଇଭ ଶୋ' କରୁଥିବା ବେଳେ ଗୋଟେ ପୋଷା କୁକୁର ତାଙ୍କ ପାଖରେ ମଳତ୍ୟାଗ କରି ଦେଇଥିଲା । 

ଅଧିକ ପଢନ୍ତୁ : କୂଅରେ ପଶିଥିଲା ବିଲେଇ, ୫ ଜଣଙ୍କର ନେଲା ଜୀବନ

ଏହି ଶୋ'ରେ ଉପସ୍ଥାପକ ଜଣକ ଗୃହହୀନ ତଥା ଏଣେତେଣେ ବୁଲୁଥିବା ଖଆଇବାକୁ ପାଉନଥିବା ଜୀବମାନଙ୍କୁ ପୋଷା କରି ପାଳିବାକୁ ବୁଝାଉଥିଲେ । ଏହି ସମୟରେ ସେଠାରେ ଥିବା ପୋଷା କୁକୁରଟି ସେଠାରେ ମଳତ୍ୟାଗ କରି ଦେଇଥିଲା । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ତଥା ଶୋ ଲାଇଭ ଦେଖୁଥିବା ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପାଖରେ ଥିବା ସହ-ଉପସ୍ଥାପକ ଜଣକ ପେପର ଟାୱେଲ ଦେବା ପୂର୍ବରୁ ସେ ଆଶ୍ଚର୍ଯ୍ୟ ଭାବେ ତାଙ୍କୁ ଚାହିଁ ରହିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ପରେ ଅନେକ ଜଣ ଏହାକୁ ନେଇ ଅନେକ ମତାମତ ଦେଇଛନ୍ତି । ଜଣେ ଲେଖିଛନ୍ତି, "ସେ କୁକୁରଟି ବୋଧହୁଏ ଅଧିକ ଖାଇଦେଇ ଥିଲା ।" ସେହିପରି ଆଉ ଜଣେ ଲେଖିଛନ୍ତି, "କୁକୁରଟି ଭାବିଲା ଏଇଟା ବୋଧହୁଏ ତା ଜାଗା, ସେଥିପାଇଁ ସେ ଏମିତି କରିଦେଲା ।" 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A pet dog did poops during a live show, the video went viral | Argus News