Internet Shutdown / ଆଫଗାନିସ୍ତାନରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ବନ୍ଦ, ତାଲିବାନ ସରକାର କାହିଁକି ନେଲେ ଏମିତି ନିଷ୍ପତ୍ତି...

Key Points
ତାଲିବାନ ସରକାରଙ୍କ ଅଜବ ନିୟମ । ପୂରା ଆଫଗାନିସ୍ତାନରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ସମ୍ପୂର୍ଣ୍ଣ ବନ୍ଦ ।
ଆଫଗାନିସ୍ତାନରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ସମ୍ପୂର୍ଣ୍ଣ ବନ୍ଦ । ତାଲିବାନ ସରକାରଙ୍କ ନିର୍ଦ୍ଦେଶ ପରେ ସୋମବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଫଗାନିସ୍ତାନର କାବୁଲ, ଉରୁଜଗାନ, ମଜାର-ଏ-ଶରିଫ ଏବଂ ହେରାତ ସମେତ ଅନେକ ସହରରେ ଫାଇବର-ଅପ୍ଟିକ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଯଦିଓ ଏହା ପରେ ମୋବାଇଲ୍ ଇଣ୍ଟରନେଟ୍ କିଛି ସମୟ ପାଇଁ କାମ କରିଥିଲା, କିନ୍ତୁ ସିଗନାଲ ଟାୱାର ବନ୍ଦ ହେବା ଯୋଗୁଁ ମୋବାଇଲ ଇଣ୍ଟରନେଟ୍ ମଧ୍ୟ ଆଉ ଉପଲବ୍ଧ ନାହିଁ ।
ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଏହା ପ୍ରଥମ ଥର, ତାଲିବାନ ପୂରା ଦେଶରେ ଇଣ୍ଟରନେଟ୍ ବନ୍ଦ କରିଛି । ତାଲିବାନର କହିବା ଅନୁଯାୟୀ, ଇଣ୍ଟରନେଟ୍ ବନ୍ଦ କରିବା ଦ୍ୱାରା ଆଫଗାନିସ୍ତାନର ଲୋକମାନେ ବାହ୍ୟ ଜଗତ ସହିତ ଅଧିକ ଯୋଗାଯୋଗ କରିପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ଗାଜାରେ ଶାନ୍ତି ଚୁକ୍ତି ପାଇଁ ପୁଣିଥରେ ଆମେରିକାର ପ୍ରୟାସ
ଆର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ସରକାର କହିଛି ଯେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ମୋବାଇଲ୍ ନେଟୱାର୍କ ବନ୍ଦ ରହିବ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଣ୍ଟରନେଟ୍ ସେବା ବନ୍ଦ ହେବା ଯୋଗୁଁ କାବୁଲ ବିମାନବନ୍ଦରରୁ ଛାଡିବାକୁ ଥିବା ଅନେକ ବିମାନ ମଧ୍ୟ ପ୍ରଭାବିତ ହୋଇଛି । ଏମିତି କି କିଛି ବିମାନ ମଧ୍ୟ ବାତିଲ କରାଯାଇଛି।
ସାରା ଦେଶରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବନ୍ଦ
📱 Get Argus News App
✨
ପୂର୍ବରୁ କାନ୍ଦାହାର, ବଲଖ, ଉରୁଜଗାନ ଏବଂ ନିମରୋଜରେ ଫାଇବର-ଅପ୍ଟିକ୍ ନେଟୱାର୍କ ବନ୍ଦ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସାରା ଦେଶରେ ଇଣ୍ଟରନେଟ୍ ବନ୍ଦ ଅଛି। ଏହି ବ୍ଲାକଆଉଟ୍ ଯୋଗୁଁ ଆଫଗାନିସ୍ତାନ ଭିତରେ ଅନ୍ତର୍ଜାତୀୟ କଲ୍ ଅସମ୍ଭବ ହୋଇପଡ଼ିଛି । ମୋବାଇଲ୍ ନେଟୱାର୍କ ବନ୍ଦ ହେବା ଯୋଗୁଁ ଆଫଗାନମାନେ ବ୍ୟବସାୟିକ କିମ୍ବା ପାରିବାରିକ କାରଣରୁ ପରସ୍ପର ସହିତ ଯୋଗାଯୋଗ କରିପାରୁନାହାଁନ୍ତି।
ଆଫଗାନିସ୍ତାନରେ ଇଣ୍ଟରନେଟ୍ କାହିଁକି ବନ୍ଦ କରାଯାଇଥିଲା?
ତାଲିବାନ ସରକାର ଇଣ୍ଟରନେଟ୍ ବନ୍ଦ କରିବାର କୌଣସି ସ୍ପଷ୍ଟ କାରଣ ଦେଇନାହାଁନ୍ତି । କିନ୍ତୁ ଦାବି କରାଯାଉଛି ଯେ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ତାଲିବାନ ଏହି ନିଷ୍ପତ୍ତି ନେଇଛି । ତାଲିବାନ ଶାସନ ଯୋଗୁଁ ଆଫଗାନିସ୍ତାନ ପୂର୍ବରୁ ଅନେକ କଟକଣାର ସମ୍ମୁଖୀନ ହେଉଛି ଏବଂ ଏବେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ହୋଇଯାଇଛି ।
ତାଲିବାନ ଝିଅମାନଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ନିଷେଧ କରିଛି । ସେହିପରି ଇଣ୍ଟରନେଟ୍ ବନ୍ଦ ଯୋଗୁଁ ଅନଲାଇନ୍ କ୍ଲାସ ଆଉ ସମ୍ଭବ ହେବ ନାହିଁ । କୁହାଯାଏ ଯେ, ମହିଳାଙ୍କ ଉପରେ ଏହି କଟକଣା ଆଫଗାନିସ୍ତାନରେ ସବୁଠାରୁ କଠୋର । ତେବେ ଆଫଗାନିସ୍ତାନରେ ଇଣ୍ଟରନେଟ୍ ବନ୍ଦ ସ୍ଥାନୀୟ ବ୍ୟବସାୟଗୁଡ଼ିକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି ।
Related Topics
Explore more stories