Trump on Taiwan / ଚୀନ ଗସ୍ତ ପରେ ବଦଳିଗଲା ଟ୍ରମ୍ପଙ୍କ ମନ; ଆଉ ତାଇୱାନକୁ ଅସ୍ତ୍ରଶସ୍ତ୍ର ଦେବନି ଆମେରିକା
·1 month ago·2 min read

Key Points
ତାଇୱାନକୁ ନେଇ ବଡ଼ ବୟାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଇୱାନ ସହ ହେବାକୁ ଥିବା ୧୪ ଅରବ ଡଲାର ସୈନ୍ୟ ଚୁକ୍ତି ବର୍ତ୍ତମାନ ହେବ ନାହିଁ ।
ନୂଆଦିଲ୍ଲୀ: ଚୀନ ଗସ୍ତର ଠିକ୍ ପରେ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଇୱାନକୁ ନେଇ ଦେଇଛନ୍ତି ବଡ଼ ବୟାନ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ତାଇୱାନ ସହ ହେବାକୁ ଥିବା ୧୪ ଅରବ ଡଲାର ସୈନ୍ୟ ଚୁକ୍ତି ବର୍ତ୍ତମାନ ହେବ ନାହିଁ ।
ଆଉ ଆମେରିକାର ଏଭଳି ନିଷ୍ପତ୍ତି ଚୀନର ଧମକ ଆଗରେ ଟ୍ରମ୍ପ ପଛଘୁଞ୍ଚା ଦେଉଥିବା ଦର୍ଶାଉଛି । କାରଣ, ବେଜିଂରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି, "ତାଇୱାନ ପ୍ରସଙ୍ଗକୁ ଆମେରିକା ସଠିକ୍ ଭାବେ ସମ୍ଭାଳିବା ଦରକାର, ନଚେତ୍ ସ୍ଥିତି ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚିପାରେ ।"
ଏଥିସହ ପଢ଼ନ୍ତୁ: ଜାସୁସୀ ଆଶଙ୍କା, ଚୀନର ଉପହାରକୁ ଡଷ୍ଟବିନରେ ଫିଙ୍ଗିଦେଲେ ଟ୍ରମ୍ପ !
ସି ଜିନପିଙ୍ଗଙ୍କ ଏଭଳି ଧମକପୂର୍ଣ୍ଣ ମନ୍ତବ୍ୟ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମନ ବଦଳାଇଛନ୍ତି । ଟ୍ରମ୍ପ ନିଜେ ମାନିଛନ୍ତି ଯେ, ଆମେରିକା ସହ ଚୀନର ବୁଝାମଣା ଉପରେ ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ନିର୍ଭର କରିବ ।
ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ, କ'ଣ ମାସ ମାସ ଧରି ଅଟକି ରହିଥିବା ତାଇୱାନକୁ ଅସ୍ତ୍ରଶସ୍ତ୍ର ଦେବା ଚୁକ୍ତିକୁ ମଞ୍ଜୁରୀ ମିଳିବ ? ଉତ୍ତରରେ ଟ୍ରମ୍ପ କହିଛନ୍ତି, "ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖା ଯାଉଛି ଏବଂ ଏହା ଚୀନ ଉପରେ ନିର୍ଭର କରେ ।"
ଚୀନ ଚାପରେ ଟ୍ରମ୍ପ ?
ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ପରେ ଟ୍ରମ୍ପ ପ୍ରଶାସନର ନୀତିରୁ ନେଇ ପ୍ରଶ୍ନ ଉଠିଛି । ଚୀନ ସର୍ବଦା ତାଇୱାନ ପରିପ୍ରେକ୍ଷୀରେ ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛି । ଏପରିକି ନିଜର ଅଞ୍ଚଳ କରିବା ସହ ଆବଶ୍ୟକ ସ୍ଥଳେ ବଳପୂର୍ବକ କବ୍ଜା କରିବାକୁ ଚେତାବନୀ ଦେଉଛି ଚୀନ ।
ଅନ୍ୟପଟେ ଆମେରିକା ଯଦିଓ ବେଜିଂର 'ୱାନ୍ ଚାଇନା' ନୀତି ଅନୁସାରେ, ତାଇୱାନକୁ ଭିନ୍ନ ଦେଶ ଭାବେ ମାନ୍ୟତା ଦେଇନାହିଁ । ତଥାପି ଆମେରିକା ସବୁବେଳେ ତାଇୱାନର ବଡ଼ ସମର୍ଥକ ସହ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରହିଛି ।
ଏଥିସହ ପଢ଼ନ୍ତୁ: ଚୀନରେ ପହଞ୍ଚିଲେ ଟ୍ରମ୍ପ, ସ୍ବାଗତ କରିବାକୁ ଆସିଲେନି ସି ଜିନପିଙ୍ଗ
ଆମେରିକାରେ ଅସନ୍ତୋଷ
ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଆମେରିକାରେ ଅସନ୍ତୋଷ ଦେଖା ଦେଇଛି । ଖୋଦ୍ ଟ୍ରମ୍ପଙ୍କ ଦଳର ସାଂସଦ ଓ ରିପବ୍ଲିକାନ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ରମ୍ପ ବେଜିଂରୁ ଫେରୁଥିବା ବେଳେ ଦଳର ନେତା ବିରୋଧ ଆରମ୍ଭ କରି ଦେଇଛନ୍ତି । ଆମେରିକୀୟ ସାଂସଦଙ୍କ ଦାବି ତାଇୱାନର ସୁରକ୍ଷାକୁ ମଜଭୁତ୍ କରିବା ଲାଗି ୧୧ ଅରବ ଡଲାରରୁ ନେଇ ୧୪ ଅରବ ଡଲାରର ଏହି ପ୍ଯାକେଜକୁ ତୁରନ୍ତ ମଞ୍ଜୁରୀ ଦିଆଯାଉ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories