Afghanistan School Blast / ଆଫଗାନିସ୍ତାନରେ ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ, ୬ ଛାତ୍ର ମୃ*ତ, ୯୭ ଆହତ
·1 hour ago·2 min read

Key Points
ସ୍କୁଲ ପାଖରେ ଡାଇନାମାଇଟ୍ ବିସ୍ଫୋରଣ
ଚାଲିଗଲା ୬ ଛାତ୍ରଙ୍କ ଜୀବନ
ସ୍କୁଲ ନିକଟରେ ବିସ୍ଫୋରକ ରଖିବା ପଡ଼ିଲା ମହଙ୍ଗା
ଚାଲିଗଲା ୬ ଛାତ୍ରଙ୍କ ଜୀବନ
ସ୍କୁଲ ନିକଟରେ ବିସ୍ଫୋରକ ରଖିବା ପଡ଼ିଲା ମହଙ୍ଗା
କାବୁଲ: ଆଫଗାନିସ୍ତାନର କୁନାର ପ୍ରଦେଶରେ ଶନିବାର ଏକ ବିଦ୍ୟାଳୟ ନିକଟରେ ଥିବା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୯୭ ଜଣ ଆହତ ହୋଇଛନ୍ତି । ଭାରତୀୟ ସମୟ ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ପ୍ରଦେଶର ସେର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା । ବିଦ୍ୟାଳୟ ନିକଟରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଘଟଣା ଏବେ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି ।
୬ ଛାତ୍ରଙ୍କ ମୃତ୍ୟୁ, ୯୭ ଆହତ
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୁନାର ପ୍ରାଦେଶିକ ହସ୍ପିଟାଲର ମୁଖ୍ୟ ମୌଲା ଦାଦ କହିଛନ୍ତି ଯେ, ପ୍ରାଥମିକ ସୂଚନା ଅନୁଯାୟୀ ବିସ୍ଫୋରଣରେ ଅତି କମରେ ୬ ଜଣ ଛାତ୍ରଙ୍କ ଜୀବନ ଯାଇଛି ଏବଂ ୯୭ ଜଣ ଆହତ ହୋଇଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ହୋଇଥିବାରୁ ଆଗକୁ ମୃତକ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
ଏଥି ସହ ପଢନ୍ତୁ: ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂ-କମ୍ପ ଝଟକା…ରିକ୍ଟର ସ୍କେଲରେ ତୀବ୍ରତା ୩.୮
ଘରେ ରଖାଯାଇଥିଲା ଡାଇନାମାଇଟ୍
କୁନାରର ସୂଚନା ଓ ସଂସ୍କୃତି ନିର୍ଦ୍ଦେଶକ ମୌଲବୀ ସାମି-ଉଲ୍-ହକ୍ କହିଛନ୍ତି ଯେ, ବିଦ୍ୟାଳୟର ଠିକ୍ ପାଖରେ ଥିବା ଏକ ଘରେ ଏହି ବିସ୍ଫୋରଣ ଘଟିଛି । ଉକ୍ତ ଘରଟି ଖଣି ଖନନ କାମରେ ନିୟୋଜିତ କିଛି ଲୋକଙ୍କର ଥିଲା । ସେମାନେ ସେଠାରେ ଡାଇନାମାଇଟ୍ ରଖିଥିଲେ । ତେବେ ବିସ୍ଫୋରକ କେଉଁ ପରିସ୍ଥିତିରେ ଫୁଟିଲା ଏବଂ ଏହାର ପ୍ରକୃତ କାରଣ କ'ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାସ୍ଥଳରେ ପହଞ୍ଚିଲା ତଦନ୍ତକାରୀ ଟିମ୍
ପାକିସ୍ତାନ ସୀମାକୁ ଲାଗିଥିବା କୁନାର ପ୍ରଦେଶରେ ଘଟଣାର ତଦନ୍ତ ପାଇଁ ଟିମ୍ ପହଞ୍ଚିଛି । ତେବେ ତଦନ୍ତ ସମ୍ପର୍କରେ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି । ଏହି ଘଟଣାରେ କାହାକୁ ଅଟକ ରଖାଯାଇଛି କି ନାହିଁ, ସେନେଇ ମଧ୍ୟ କିଛି ସ୍ପଷ୍ଟ କରାଯାଇନାହିଁ ।
ସୂଚନା ଅନୁସାରେ, ଏହି ଘଟଣାର କିଛି ମାସ ପୂର୍ବରୁ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ସ୍କୁଲ ପରିସରରେ ମଧ୍ୟ ଆକ୍ରମଣ ହୋଇଥିଲା । ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁସାରେ, ଅଗଷ୍ଟ ମାସରେ ହୋଇଥିବା ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣରେ ୯ରୁ ୧୪ ବର୍ଷ ବୟସର ୪୦ରୁ ଅଧିକ ଶିଶୁ ଆହତ ହୋଇଥିଲେ। ଲଗାତାର ଏଭଳି ଘଟଣା ଆଫଗାନିସ୍ତାନରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି ।

Related Topics
Explore more stories