Videos
|
International

Syria President / ଦିନେ ମାରିବାକୁ ଚାହୁଁଥିଲା ଆମେରିକା, ଏବେ ରାଷ୍ଟ୍ରପତି ହୋଇ ନ୍ୟୁୟର୍କ ପହଞ୍ଚିଲା ସେହି 'ଆତଙ୍କବାଦୀ'...

Sushanta Sahoo
Browse all articles by Sushanta Sahoo
·39 mins ago·2 min read
ଦିନେ ମାରିବାକୁ ଚାହୁଁଥିଲା ଆମେରିକା, ଏବେ ରାଷ୍ଟ୍ରପତି ହୋଇ ନ୍ୟୁୟର୍କ ପହଞ୍ଚିଲା ସେହି 'ଆତଙ୍କବାଦୀ'...
How US-Syria Relations Have Changed

Key Points

ଅଲ-ଶାରାଙ୍କ ଏହି ଗସ୍ତ ତାଙ୍କ ଅତୀତକୁ ନେଇ ବେଶ୍ ଗୁରୁତ୍ଵ ରଖୁଛି । ସେ ପୂର୍ବରୁ ଅବୁ ମହମ୍ମଦ ଅଲ-ଜୋଲାନି ନାମରେ ପରିଚିତ ଥିଲେ ଏବଂ ହୟାତ ତାହରିର ଅଲ-ଶାମ (HTS)ର ନେତୃତ୍ଵ ନେଉଥିଲେ ।
ନୂଆଦିଲ୍ଲୀ: ଯେଉଁ ବ୍ୟକ୍ତିଙ୍କୁ ଦିନେ ଆତଙ୍କବାଦୀ ସଂଗଠନର ନେତା ମାନି ଆମେରିକା ଖୋଜୁଥିଲା । ସେହି ଅହମଦ ଅଲ-ଶାରା ଏବେ ସିରିଆର ରାଷ୍ଟ୍ରପତି ଭାବେ ନ୍ୟୁୟର୍କରେ ପହଞ୍ଚିଛନ୍ତି । ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶାରା ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ ଯୋଗଦେବେ ।

ସେ ସୋମବାର ଏକ ସରକାରୀ ପ୍ରତିନିଧିମଣ୍ଡଳ ସହ ନ୍ୟୁୟର୍କ ଯାଇଛନ୍ତି । ପ୍ରତିନିଧିମଣ୍ଡଳରେ ସିରିଆର ବୈଦେଶିକ ମନ୍ତ୍ରୀ ଆସାଦ ହସନ ଅଲ-ଶୈବାନୀ ଏବଂ ଜରୁରୀକାଳୀନ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଏଦ ଅଲ-ସାଲେହଙ୍କ ସହ ଅନ୍ୟ ଅଧିକାରୀ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ଦିନ ଦ୍ଵି-ପ୍ରହରରେ ମନ୍ତ୍ରୀଙ୍କ କାର୍ ଅଟକାଇ ଟେକିନେଲେ ଆତଙ୍କବାଦୀ; ଦେଖନ୍ତୁ ଛାତିଥରା Video 

ଏହି ଗସ୍ତ ସମୟରେ ଅଲ-ଶାରା ଜାତିସଂଘ ସାଧାରଣ ସଭାରେ ସିରିଆ ପକ୍ଷରୁ ଭାଷଣ ଦେବେ । ଏହା ସହ ବିଭିନ୍ନ ଦେଶର ନେତା ଓ ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ଆଲୋଚନା ହେବ । ଆମେରିକାରେ ଥିବା ସିରିଆ ସମୁଦାୟର ସଦସ୍ୟମାନଙ୍କୁ ମଧ୍ୟ ସେ ଭେଟିବା କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ଚର୍ଚ୍ଚାରେ ରହିଛି ଅଲ-ଶାରା ଓ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ମଧ୍ୟରେ ହେବାକୁ ଥିବା ବୈଠକ । ୨୨ ସେପ୍ଟେମ୍ବରରେ ଦୁଇ ନେତାଙ୍କ ମଧ୍ୟରେ ସିରିଆ-ଆମେରିକା ସମ୍ପର୍କ, ସୁରକ୍ଷା ଓ ଅର୍ଥନୈତିକ ସହଯୋଗ ଭଳି ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଅଲ-ଶାରାଙ୍କ ଏହି ଗସ୍ତ ତାଙ୍କ ଅତୀତକୁ ନେଇ ବେଶ୍ ଗୁରୁତ୍ଵ ରଖୁଛି । ସେ ପୂର୍ବରୁ ଅବୁ ମହମ୍ମଦ ଅଲ-ଜୋଲାନି ନାମରେ ପରିଚିତ ଥିଲେ ଏବଂ ହୟାତ ତାହରିର ଅଲ-ଶାମ (HTS)ର ନେତୃତ୍ଵ ନେଉଥିଲେ । ଆମେରିକା ତାଙ୍କୁ ଧରାଇବା ପାଇଁ ରିୱାର୍ଡ ଫର୍ ଜଷ୍ଟିସ୍ କାର୍ଯ୍ୟକ୍ରମ ଅଧୀନରେ ୧ କୋଟି ଡଲାର ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଥିଲା । ୨୦୨୪ ଡିସେମ୍ବରରେ ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆମେରିକା ଉକ୍ତ ଅର୍ଥ ରାଶିକୁ ଆଗକୁ ବଢ଼ାଇନଥିଲା ।

ଏବେ ଆମେରିକା ଓ ସିରିଆ ମଧ୍ୟରେ ସମ୍ପର୍କରେ ପରିବର୍ତ୍ତନ ଦେଖାଯାଉଛି । ଜୁଲାଇ ୨୦୨୬ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିରିଆକୁ ଆମେରିକାର 'ଷ୍ଟେଟ୍ ସ୍ପନସର ଅଫ୍ ଟେରରିଜମ୍' ତାଲିକାରୁ ହଟାଇବା ପାଇଁ ପଦକ୍ଷେପ ଘୋଷଣା କରିଥିଲେ ।

ତେବେ ନ୍ୟୁୟର୍କ ଗସ୍ତ ସମୟରେ ଅଲ-ଶାରା ଓ ଟ୍ରମ୍ପଙ୍କ ମଧ୍ୟରେ ଅଲଗା ଔପଚାରିକ ବୈଠକ ହେବାର କୌଣସି କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ । ଜାତିସଂଘ ସଭାର ବିଭିନ୍ନ କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ ସାକ୍ଷାତ କିମ୍ବା ସଂକ୍ଷିପ୍ତ ଆଲୋଚନାର ସମ୍ଭାବନା ନେଇ ଚର୍ଚ୍ଚା ରହିଛି ।

ଏଥିସହ ପଢ଼ନ୍ତୁ: ବଢିପାରେ ଏଲପିଜି ଓ ପେଟ୍ରୋଲ ଦର; ପୁଣି ମଧ୍ୟପ୍ରାଚ୍ଯରେ ଯୁଦ୍ଧ ଆଶଙ୍କା 

ପୂର୍ବରୁ ଟ୍ରମ୍ପଙ୍କୁ କରିଛନ୍ତି ସାକ୍ଷାତ

ଅହମଦ ଅଲ-ଶାରା ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୂର୍ବରୁ ଏକାଧିକ ଥର ସିଧାସଳଖ ଆଲୋଚନା ହୋଇଛି । ଦୁଇ ନେତା ପୂର୍ବରୁ ହ୍ଵାଇଟ୍ ହାଉସରେ ଭେଟିଛନ୍ତି । ଏଥିସହ ନାଟୋ ସମ୍ମିଳନୀ ବେଳେ ତୁର୍କୀଏର ରାଜଧାନୀ ଅଙ୍କାରାରେ ଦ୍ଵିପାକ୍ଷିକ ଆଲୋଚନା କରିଥିଲେ ।

ଅର୍ଥାତ୍ ଗୋଟିଏ ସମୟରେ ଆମେରିକା ଯାହା ମୁଣ୍ଡ ଉପରେ ୧ କୋଟି ଡଲାର ପୁରସ୍କାର ରଖିଥିଲା । ଏବେ ସେହି ବ୍ୟକ୍ତିଙ୍କ ନେତୃତ୍ଵରେ ଆମେରିକା ସହ ରାଜନୈତିକ ସ୍ତରରେ ବାର୍ତ୍ତାଳାପ ହେବା ସିରିଆର ପରିବର୍ତ୍ତିତ ଚିତ୍ର ପ୍ରତିପାଦନ କରୁଛି ।