Videos
|
International

War Situation Again / ବଢିପାରେ ଏଲପିଜି ଓ ପେଟ୍ରୋଲ ଦର; ପୁଣି ମଧ୍ୟପ୍ରାଚ୍ଯରେ ଯୁଦ୍ଧ ଆଶଙ୍କା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବଢିପାରେ ଏଲପିଜି ଓ ପେଟ୍ରୋଲ ଦର; ପୁଣି ମଧ୍ୟପ୍ରାଚ୍ଯରେ ଯୁଦ୍ଧ ଆଶଙ୍କା
Middle East Conflict Impact

Key Points

ମଧ୍ୟ ଏସିଆରେ ପୁଣି ବଢିଲା ଉତ୍ତେଜନା
ଓ୍ବାଶିଂଟନ୍ ଓ ତେହେରାନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
ଇରାନକୁ ଉଡାଇଦେବାକୁ ଡୋନାଲଡ ଟ୍ରମ୍ପଙ୍କ ଧମକ
ମଧ୍ୟପ୍ରାଚ୍ୟରେ ପୁଣି ଘନେଇଲା ଯୁଦ୍ଧ ଆଶଙ୍କା । ଓ୍ବାଶିଂଟନ୍ ଓ ତେହେରାନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିବା ବେଳେ ୫୦ ମାସରେ ସର୍ବାଧିକ ୧୩୩ ଡଲାର ପାର୍ କଲା ଅଶୋଧିତ ତୈଳ ଦର । ଏଥିଯୋଗୁଁ ଭାରତୀୟ ବଜାରରେ ମହଙ୍ଗାମାଡ ହୋଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନକୁ ପୁରା ଭୂଗୋଳରୁ ଉଡାଇ ଦେବାକୁ ଧମକ ଦେଇଛନ୍ତି । ଯଦି ଇରାନ୍ ଡିଲ୍ ନକରେ ପରିଣାମ ଭୟାବହ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

  • କଡ଼ା ଜବାବ ଦେଲା ଇରାନ
ଇରାନ୍ ମଧ୍ୟ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ଯଦି ଇରାନ୍ ଉପରେ କୌଣସି ଆକ୍ରମଣ ହୁଏ ତେବେ ଆମେରିକାର ବେସ୍ କ୍ୟାମ୍ପଗୁଡିକୁ ଟାର୍ଗେଟ କରାଯିବ । ମାସ ମାସ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ସେମାନେ ଏହାର ସମାଧାନ ଚାହୁଁନାହାନ୍ତି । ବାରମ୍ବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଏଥିଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ତୈଳ ପରିବହନ ପ୍ରଭାବିତ ହୋଇଛି । ସେପଟେ ୯ଜଣ ଭାରତୀୟଙ୍କୁ ନେଇ ଯାଉଥିବା ଏଲପିଜି ଟ୍ୟାଙ୍କରକୁ ହର୍ମୁଜ ପ୍ରଣାଳୀରେ ଟାର୍ଗେଟ କରାଯାଇଛି ।

  • ହୁ ହୁ ହୋଇ ବଢୁଛି ତୈଳଦର
ମଧ୍ୟ ଏସିଆ ଯୁଦ୍ଧ ଅନିଶ୍ଚିତତା ମଧ୍ୟରେ ହୁ ହୁ ହୋଇ ବଢୁଛି ତୈଳଦର । ୫୦ ମାସ ମଧ୍ୟରେ ତେଳ ଦର ବ୍ୟାରେଲ ପ୍ରତି ସର୍ବାଧିକ ୧୩୩ ଡଲାର ପାର ହୋଇଛି । ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅଗଷ୍ଟ ମାସରେ ବ୍ୟାରେଲ ପ୍ରତି ହାରାହାରି ଦଳ ୧୧୦ ଡଲାର ରହିଥିଲା । ତୈଳ ଦର ବୃଦ୍ଧି ଯୋଗୁଁ ତୈଳ ବିତରଣ କମ୍ପାନୀମାନେ ପେଟ୍ରୋଲରେ ୫ ଟଙ୍କା ଓ ଡିଜେଲର ପ୍ରାୟ ୨୦ଟଙ୍କା କ୍ଷତି ସହୁଛନ୍ତି । ସେପଟେ ଋଷିଆଠାରୁ ତୈଳ କିଣା ବନ୍ଦ କରିବାକୁ ଭାରତ ଓ ଚୀନ ଉପରେ ବାରମ୍ବାର ଚାପ ପ୍ରୟୋଗ କରୁଛି ଆମେରିକା । ଏପରିକି ୧୦୦ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ଧମକ ଦେଇଛି । ଆମେରିକା ପରେ ଭାରତ ଓ ଚୀନ୍ ହେଉଛନ୍ତି ବିଶ୍ବର ବୃହତ୍ ତୈଳ ବ୍ୟବହାରକାରୀ ରାଷ୍ଟ୍ର । ଯଦି ଦୁଇ ଦେଶ ଯୋଗୁଁ ତୈଳ କିଣା ପ୍ରଭାବିତ ହୁଏ ତେବେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଘରୋଇ ଏଲପିଜି ଦର ମଧ୍ୟ ବଢିବା ଆଶଙ୍କା ରହିଛି ।

ପଢନ୍ତୁ ଏହି ଖବର: ସିରିଜ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଲା ଋଷିଆ; ୟୁକ୍ରେନ୍ ଛାଡ଼ିଲା ହଜାରରୁ ଅଧିକ ଡ୍ରୋନ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସୋମବାର ଦିନ ମଜଭୁତ ଡଲାର ଏବଂ ଆମେରିକୀୟ ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧହାର ବୃଦ୍ଧି ଆଶଙ୍କା ଯୋଗୁଁ ସୁନା ଦର ହ୍ରାସ ପାଇଛି। କିନ୍ତୁ ଯୁଦ୍ଧ ଆଶଙ୍କା ମଧ୍ୟରେ ସୁନା ଦର ପୁଣି ବଢିବା ଆଶଙ୍କା ଦେଖାଦେଇଛି । ଇରାନ ଓ ଆମେରିକା ଯୁଦ୍ଧ ପାଇଁ ଅନେକ ଦେଶର ଅର୍ଥନୀତି ପ୍ରଭାବିତ ହେଉଛି । ଆଗକୁ ମଧ୍ୟ ଆହୁରି ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।