Minister Abduction / ଦିନ ଦ୍ଵି-ପ୍ରହରରେ ମନ୍ତ୍ରୀଙ୍କ କାର୍ ଅଟକାଇ ଟେକିନେଲେ ଆତଙ୍କବାଦୀ; ଦେଖନ୍ତୁ ଛାତିଥରା Video
·1 hour ago·2 min read

Key Points
ଦିନ ଦ୍ଵି-ପ୍ରହରରେ ରାଜରାସ୍ତାରେ ମନ୍ତ୍ରୀଙ୍କ କାରକେଡ୍ ଅଟକାଇଲେ । ଗୁଳିମାଡ଼ କରିବା ସହ ମନ୍ତ୍ରୀଙ୍କୁ କାରରୁ ଅପହରଣ କରିନେଲେ । ସ୍ପଷ୍ଟ ଦିବାଲୋକରେ ମନ୍ତ୍ରୀଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ ।
ନୂଆଦିଲ୍ଲୀ: ଆତଙ୍କବାଦକୁ ଜାତୀୟ ନୀତିରେ ପରିଣତ କରିଥିବା ପାକିସ୍ତାନରେ ଆତଙ୍କବାଦୀଙ୍କ ରାଜ୍ । ଦିନ ଦ୍ଵି-ପ୍ରହରରେ ରାଜରାସ୍ତାରେ ମନ୍ତ୍ରୀଙ୍କ କାରକେଡ୍ ଅଟକାଇଲେ । ଗୁଳିମାଡ଼ କରିବା ସହ ମନ୍ତ୍ରୀଙ୍କୁ କାରରୁ ଅପହରଣ କରିନେଲେ । ସ୍ପଷ୍ଟ ଦିବାଲୋକରେ ମନ୍ତ୍ରୀଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଇମ୍ରାନ ଖାନଙ୍କ ଦଳ ପିଟିଆଇର ଇସଲାମାବାଦ ମାର୍ଚ୍ଚକୁ ନେଇ ଉତ୍ତେଜନା ଭିତରେ ଦଳର ମନ୍ତ୍ରୀଙ୍କୁ ଅପହରଣ କରାଯାଇଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତହରିକ-ଏ-ଇନସାଫ (PTI)ର ଅଭିଯୋଗ ଅନୁସାରେ, ଖୈବର ପଖତୁନଖ୍ଵାରୁ ମନ୍ତ୍ରୀ ଫଜଲ ଶକୁର ଖାନଙ୍କୁ ଅପହରଣ କରାଯାଇଛି । ଅନ୍ୟ ଏକ ଘଟଣାରେ କ୍ୟାବିନେଟ୍ ମନ୍ତ୍ରୀ ଶକୀଲ ଖାନଙ୍କ ଉପରକୁ ଗୁଳିମାଡ଼ ହୋଇଛି ।
ଏଥିସହ ପଢ଼ନ୍ତୁ: ବଢିପାରେ ଏଲପିଜି ଓ ପେଟ୍ରୋଲ ଦର; ପୁଣି ମଧ୍ୟପ୍ରାଚ୍ଯରେ ଯୁଦ୍ଧ ଆଶଙ୍କା
ସୂଚନା ଅନୁସାରେ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ତାଙ୍କ ଦଳ PTI ସେପ୍ଟେମ୍ବର ୨୭ ତାରିଖରେ ଇସଲାମବାଦ ମାର୍ଚ୍ଚ ଡାକରା ଦେଇଛି । ଆଉ ଏହାକୁ ଦବାଇବା ଲାଗି ପାକିସ୍ତାନ ସରକାର ସହ ସେନା ଯଥୋଚିତ ଉଦ୍ୟମ କରୁଛନ୍ତି । PTI ଦାବି କରିଛି ଯେ, ସରକାର ସେମାନଙ୍କ ଗୁଣ୍ଡାଙ୍କୁ ଲଗାଇ ରାଜ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି ।
ହାତରେ AK-47, ଦେହ ସାରା କଳା କପଡ଼ା
ମନ୍ତ୍ରୀଙ୍କ ଅପହରଣ କରୁଥିବା ଆତଙ୍କବାଦୀ ବା ଦୁର୍ବୃତ୍ତଙ୍କ ହାତରେ AK-47 ରହିଛି । ଅପହରଣକାରୀ ମାନେ କଳା କପଡ଼ା ପିନ୍ଧିଥିବା ବେଳେ ମୁହଁକୁ ବି ଘୋଡ଼ାଇଛନ୍ତି । ସୂଚନା ଅନୁସାରେ, ପେଶାୱର ମୋଟରୱେ ଟୋଲ୍ ପ୍ଲାଜା ନିକଟରେ ଏହି ଅପହରଣ କରାଯାଇଛି ।
ଟୋଲ୍ ପ୍ଲାଜା ନିକଟରେ କେପି ସରକାରଙ୍କ ମନ୍ତ୍ରୀ ଫଜଲ ଶକୁର ଖାନଙ୍କ ଗାଡ଼ି ଅଟକାଇଥିଲେ ସଶସ୍ତ୍ର ଆତଙ୍କବାଦୀ । ରାଜପଥକୁ ଅପହରଣକାରୀ ବନ୍ଦ କରିବା ସହ ଫଜଲ ଶକୁର ଖାନଙ୍କ ଗାଡ଼ିକୁ ଚାରିପଟୁ ଘେରି ଯାଇଥିଲେ । କାର୍ର ଟାୟାରକୁ ଗୁଳିମାଡ଼ କରିବା ସହ ଗାଡ଼ିର ସମ୍ମୁଖ ସିଟ୍ରୁ ଫଜଲ ଶକୁରଙ୍କୁ ବନ୍ଧୁକ ମୁନରେ ଉଠାଇ ନେଇଥିବା ଭାଇରାଲ୍ ଭିଡିଓରେ ଦେଖା ଯାଉଛି ।
ଏଥିସହ ପଢ଼ନ୍ତୁ: ଭୋର ୩ଟାରେ ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ଖାଲି ଘର ଓ ଦୋକାନରେ ବୋମା ବର୍ଷା…!
ଅନ୍ୟପଟେ ମଲାକନ୍ଦରେ ପିଟିଆଇର ପ୍ରମୁଖ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ଶକୀଲ ଅହମଦଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଯାହାପରେ ସ୍ଥାନୀୟ ଲୋକେ ଓ ପିଟିଆଇ ସମର୍ଥକ ବୁଟ ଖୈଲା ବାଇପାସ୍ରେ ରାସ୍ତାରୋକ କରିଛନ୍ତି ।
ସରକାରଙ୍କ ଉପରେ PTIର ଅଭିଯୋଗ
PTI ଅନୁସାରେ, ପାକିସ୍ତାନ ସରକାର ଇସଲାମାବାଦ ମାର୍ଚ୍ଚକୁ ଭଣ୍ଡୁର୍ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି । ସୋମବାର ଦେଶର ବିଭିନ୍ନ ଅଞ୍ଚଳରୁ ଅନେକ ନେତା ଓ ସମର୍ଥକଙ୍କ ଗିରଫଦାରୀ ପରେ ବି ପିଟିଆଇ ସେପ୍ଟେମ୍ବର ୨୭ ତାରିଖରେ ବିରୋଧ ପ୍ରଦର୍ଶନ କରିବାକୁ ପ୍ରତିବଦ୍ଧ ରହିଛି ।

🚨🇵🇰 SHOCKING DEVELOPMENTS FROM PESHAWAR!
— VIRAL VOLT (@ViralVolT1) September 22, 2026
PTI’s Khyber Pakhtunkhwa provincial minister Fazal Shakoor Khan was reportedly taken away by unidentified men in plain clothes.#Peshawar #KhyberPakhtunkhwa #Pakistan #PTI #FazalShakoorKhan #PakistanPolitics #KPPolitics #PoliticalNews pic.twitter.com/uJTshLTyxZ
ଟୋଲ୍ ପ୍ଲାଜା ନିକଟରେ କେପି ସରକାରଙ୍କ ମନ୍ତ୍ରୀ ଫଜଲ ଶକୁର ଖାନଙ୍କ ଗାଡ଼ି ଅଟକାଇଥିଲେ ସଶସ୍ତ୍ର ଆତଙ୍କବାଦୀ । ରାଜପଥକୁ ଅପହରଣକାରୀ ବନ୍ଦ କରିବା ସହ ଫଜଲ ଶକୁର ଖାନଙ୍କ ଗାଡ଼ିକୁ ଚାରିପଟୁ ଘେରି ଯାଇଥିଲେ । କାର୍ର ଟାୟାରକୁ ଗୁଳିମାଡ଼ କରିବା ସହ ଗାଡ଼ିର ସମ୍ମୁଖ ସିଟ୍ରୁ ଫଜଲ ଶକୁରଙ୍କୁ ବନ୍ଧୁକ ମୁନରେ ଉଠାଇ ନେଇଥିବା ଭାଇରାଲ୍ ଭିଡିଓରେ ଦେଖା ଯାଉଛି ।
ଏଥିସହ ପଢ଼ନ୍ତୁ: ଭୋର ୩ଟାରେ ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ଖାଲି ଘର ଓ ଦୋକାନରେ ବୋମା ବର୍ଷା…!
ଅନ୍ୟପଟେ ମଲାକନ୍ଦରେ ପିଟିଆଇର ପ୍ରମୁଖ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ଶକୀଲ ଅହମଦଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଯାହାପରେ ସ୍ଥାନୀୟ ଲୋକେ ଓ ପିଟିଆଇ ସମର୍ଥକ ବୁଟ ଖୈଲା ବାଇପାସ୍ରେ ରାସ୍ତାରୋକ କରିଛନ୍ତି ।
ସରକାରଙ୍କ ଉପରେ PTIର ଅଭିଯୋଗ
PTI ଅନୁସାରେ, ପାକିସ୍ତାନ ସରକାର ଇସଲାମାବାଦ ମାର୍ଚ୍ଚକୁ ଭଣ୍ଡୁର୍ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି । ସୋମବାର ଦେଶର ବିଭିନ୍ନ ଅଞ୍ଚଳରୁ ଅନେକ ନେତା ଓ ସମର୍ଥକଙ୍କ ଗିରଫଦାରୀ ପରେ ବି ପିଟିଆଇ ସେପ୍ଟେମ୍ବର ୨୭ ତାରିଖରେ ବିରୋଧ ପ୍ରଦର୍ଶନ କରିବାକୁ ପ୍ରତିବଦ୍ଧ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories