Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

AI Saves Life / କୁକୁରର ଶେଷ ପର୍ଯ୍ୟାୟ କ୍ୟାନସର୍‌କୁ ଭଲ କରିଦେଲା AIରୁ ତିଆରି ଭ୍ୟାକ୍ସିନ୍

Sushanta Sahoo
Browse all articles by Sushanta Sahoo
·3 months ago·2 min read
କୁକୁରର ଶେଷ ପର୍ଯ୍ୟାୟ କ୍ୟାନସର୍‌କୁ ଭଲ କରିଦେଲା AIରୁ ତିଆରି ଭ୍ୟାକ୍ସିନ୍
AI Cures Cancer?

Key Points

ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି କ୍ୟାନସର ପୀଡ଼ିତ କୁକୁରକୁ ବଞ୍ଚାଇବା ଲାଗି AIରେ ରିସର୍ଚ୍ଚ ପାଇଁ ଲମ୍ବା ଓ ଜଟିଳ ପଥା ଆପଣାଇଥିଲେ । AI ସହାୟତାରେ ରୋଗ ଅନୁସାରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ସହ କୁକୁରକୁ ଦେଇ ଜୀବନ ବଞ୍ଚାଇ ପାରିଛନ୍ତି ।
ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତା ଫଟୋ ଏଡିଟ୍ କରିବା, ପ୍ରେଜେଣ୍ଟେସନ୍ ପାଇଁ ନୋଟ୍ ତିଆରି କରିବା ସମସ୍ତେ ଜାଣିଛେ । କ'ଣ ଆପଣ କେବେ ଭାବିଛନ୍ତି କି AI ଜରିଆରେ ଜଣେ ସାଧାରଣ ଲୋକ ନିଜେ ଭ୍ୟାକ୍ସିନ୍ ତିଆରି କରିପାରିବେ । ଆଉ ସେହି ଭ୍ୟାକ୍ସିନ୍ ନେଲେ କ୍ୟାନସର ଠିକ୍ ହୋଇଯିବ ।

ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଚମତ୍କାର ହୋଇଛି । ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି କ୍ୟାନସର ପୀଡ଼ିତ କୁକୁରକୁ ବଞ୍ଚାଇବା ଲାଗି AIରେ ରିସର୍ଚ୍ଚ ପାଇଁ ଲମ୍ବା ଓ ଜଟିଳ ପଥା ଆପଣାଇଥିଲେ । AI ସହାୟତାରେ ରୋଗ ଅନୁସାରେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ସହ କୁକୁରକୁ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେବା ପରେ ମରିଗଲା ୨ ବର୍ଷର ଝିଅ; କାହିଁକି କାମ ଦେଲାନି ରେବିଜ୍ ଭ୍ୟାକ୍ସିନ୍ ?

ରିପୋର୍ଟ ଅନୁସାରେ, ପାଲ୍ କୋନିଂଘମ ନାମକ ଜଣେ AI କନସଲଟାଣ୍ଟଙ୍କ କୁକୁରକୁ କ୍ୟାନସର ହୋଇଥିଲା । ସିଡନୀରେ ରହୁଥିବା କୋନିଂଘମ AI ସହାୟତାରେ କୁକୁରର ଚିକିତ୍ସା ପରେ ସେ ଏବେ ଆଂଶିକ ସୁସ୍ଥ ହୋଇଛି । କୁକୁରର ବଡ଼ ଟ୍ୟୁମର ଆକାର ଛୋଟ ହୋଇ ଯାଇଛି ।

କେମିତି ତିଆରି କଲେ ଭ୍ୟାକ୍ସିନ୍ ?

କୋନିଂଘମଙ୍କ ଅନୁସାରେ, କୁକୁରର ଚିକିତ୍ସା ବାବଦରେ ବୁଝିବା ଲାଗି ସେ ଚାଟଜିପିଟି, ଜେମିନି ଓ ଗ୍ରୋକ୍ ସହ ନିୟମିତ ଚାଟ୍ କରୁଥିଲେ । ଆଉ ଏହି ଚାଟବଟ୍ ଉପଦେଶ ମାନେ ୩୦୦୦ ଜଲାର ଖର୍ଚ୍ଚ କରି କୁକୁରର ଜିନୋମ ସ୍ଵିକେନ୍ସିଂ କରିଥିଲେ ଓ AI ସହାୟତାରେ DNA ତଥ୍ୟ ବିଶ୍ଲେଷଣ କରିଥିଲେ । ଜଣାପଡ଼ିଥିଲା DNAରେ କେଉଁଠି ତ୍ରୁଟି ଅଛି ।

ଏହାପରେ ସେ ଅଲ୍ଫଫୋଲ୍ଡର ବ୍ୟବହାର କରିଥିଲେ । ଅଲ୍ଫଫୋଲ୍ଡ ହେଉଛି ଏକ ବୈଜ୍ଞାନିକ AI ମଡେଲ୍ । ଏହି ମଡେଲ୍ ୨୦୨୪ରେ ରସାୟନ ବିଜ୍ଞାନ ନୋବେଲ ପାଇଥିଲା । AIର ବ୍ୟବହାର କରି ସେ କୁକୁର ପରିବର୍ତ୍ତନ ଜିନ ନେଇ ଅଧ୍ୟୟନ କରିଥିଲେ ।

ଏହାପରେ କୋନିଂଘମ ନ୍ୟୁ ସାଉଥ୍ ୱେଲ୍ସ ୟୁନିଭରସିଟିର ସହାୟତା ନେଇଥିଲେ । ବିଶ୍ଵବିଦ୍ୟାଳୟ ସହ ସମ୍ପର୍କ ପାଇଁ ଚାଟଜିପିଟି ପରାମର୍ଶ ଦେଇଥିଲା । ଆଉ ଶେଷରେ କାନିଂଘମ ଅଷ୍ଟ୍ରେଲିଆର ଅନ୍ୟ ଶିକ୍ଷାବିତ୍‌ଙ୍କ ସହାୟତାରେ ନିଜ ଅଧ୍ୟୟନକୁ ବାସ୍ତବ ରୂପ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ପୋଷା କୁକୁରକୁ ମାଡ଼ ମାରିଲେ ବରଘର ଲୋକେ; ବେଦୀରେ ବାହାହେବାକୁ ମନା କଲା କନ୍ୟା

ପ୍ରଥମେ ଡାକ୍ତର ଜାଣିପାରି ନଥିଲେ କ୍ୟାନସର

କୋନିଂଘମଙ୍କ ଅନୁସାରେ, କୁକୁରକୁ କ୍ୟାନସ ହୋଇଥିବା ପ୍ରଥମେ ବର୍ଷେ ପର୍ଯ୍ୟନ୍ତ ଡାକ୍ତର ଧରିପାରି ନଥିଲେ । କୁକୁର ଦେହରେ ଲାଲ୍ ଚିହ୍ନକୁ ଡାକ୍ତର ସାଧାରଣ କହିଥିଲେ । ହେଲେ ୨୦୨୪ରେ କୁକୁରର ସ୍ଵାସ୍ଥ୍ୟ ବିଗିଡ଼ିବା ପରେ ବାୟୋପ୍ସିରୁ ଜଣା ପଡ଼ିଥିଲେ କ୍ୟାନସର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ବିକଳ୍ପ ସନ୍ଧାନ ଦେଲା ସଫଳତା

ଏହାପରେ କୁକୁରର ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଖର୍ଚ୍ଚ ବଢ଼ିଥିଲା । କୋନିଂଘମ ବିକଳ୍ପ ସନ୍ଧାନ ପାଇଁ AIର ସହାୟତା ନେଇଥିଲେ । ଯେଉଁଥିରେ mRNA ଭ୍ୟାକ୍ସିନ୍ ସହ ଅନ୍ୟ ଅଧ୍ୟୟନ ସାମିଲ୍ । AI ଚାଟବଟ୍ କୋନିଂଘମଙ୍କୁ ଭ୍ୟାକ୍ସିନ୍‌ର ନୈତିକ ଅନୁମତି ସହ ଜଡ଼ିତ କାଗଜ ପ୍ରକ୍ରିୟାକୁ ସରଳରେ ବୁଝାଇଥିଲା । ଆଉ ଶେଷରେ କୋନିଂଘମଙ୍କୁ ସଫଳତା ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
AI-Created Vaccine Helps Cure Terminal Cancer in Dog | Argus News | Argus News