|
logo
Live
Argus News App
GET APP

Argus News - କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେବା ପରେ ମରିଗଲା ୨ ବର୍ଷର ଝିଅ; କାହିଁକି କାମ ଦେଲାନି ରେବିଜ୍ ଭ୍ୟାକ୍ସିନ୍ ?

National

Dog Bite / କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେବା ପରେ ମରିଗଲା ୨ ବର୍ଷର ଝିଅ; କାହିଁକି କାମ ଦେଲାନି ରେବିଜ୍ ଭ୍ୟାକ୍ସିନ୍ ?

Sushanta Sahoo
Browse all articles by Sushanta Sahoo
·1 month ago·2 min read
କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେବା ପରେ ମରିଗଲା ୨ ବର୍ଷର ଝିଅ; କାହିଁକି କାମ ଦେଲାନି ରେବିଜ୍ ଭ୍ୟାକ୍ସିନ୍ ?
Rabies Vaccine Failure? 2-Year-Old Dies After Dog Bite in Telangana

Key Points

ରବିବାର ପରିବାର ଲୋକେ ଝିଅକୁ ତୃତୀୟ ଡୋଜ୍ ଦେବା ପାଇଁ ମେଡିକାଲ୍ ନେଇଥିଲା । ଆଉ ତୃତୀୟ ଡୋଜ୍ ନେବା କ୍ଷଣି କୁନି ଝିଅ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ହଠାତ୍ ଝିଅର ହୃଦସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା ।
ହାଇଦ୍ରାବାଦ: ବିଶେଷତଃ କୁକୁର କାହାରିକୁ କାମୁଡ଼ିଲେ ରେବିଜ୍ ଇଞ୍ଜେକ୍ସନ୍ ଦିଆଯାଇଥାଏ । କିନ୍ତୁ କୁକୁର କାମୁଡ଼ିବା ପରେ ରେବିଜ୍ ଭ୍ୟାକ୍ସିନ୍ ନେଇଥିବା ଏକ ୨ ବର୍ଷର ଝିଅ ଆଖି ବୁଜିଛି । ଏହି ଘଟଣା ଘଟିଛି ତେଲଙ୍ଗାନାର କମରରେଡ୍ଡୀ ସରକାରୀ ଡାକ୍ତରଖାନାରେ ।

ସୂଚନା ଅନୁସାରେ, ୨ ବର୍ଷ ଝିଅ ଜାନୁଆରୀ ୨୫ ତାରିଖରେ ଆୟପ୍ପା ନଗର ଘର ବାହାରେ ଖେଳୁଥିଲା । ସେହି ସମୟରେ ଏକ ବୁଲା କୁକୁର ଆସି କୁନି ଝିଅକୁ କାମୁଡ଼ି ଦେଇଥିଲା । ପରିବାର ଲୋକ ତୁରନ୍ତ ଝିଅକୁ ମେଡିକାଲ୍ ନେଇଥିବା ବେଳେ ଡାକ୍ତର ଦେଇଥିଲେ ରେବିଜ୍ ଇଞ୍ଜେକ୍ସନ୍ (କୁକୁର କାମୁଡ଼ା ପ୍ରତିଷେଧକ) ।

ଏଥିସହ ପଢ଼ନ୍ତୁ: ହ୍ଵାଟ୍ସଆପ୍‌କୁ ସୁପ୍ରିମକୋର୍ଟଙ୍କ ଚେତାବନୀ; 'ଗୋପନୀୟତା ସହ ଖେଳ ଚଳିବନି'

କୁନି ଝିଅକୁ ରେବିଜ୍ ଭ୍ୟାକ୍ସିନ୍‌ର ୨ଟି ଡୋଜ୍ ଦିଆଯାଇଥିଲା । ରବିବାର ପରିବାର ଲୋକେ ଝିଅକୁ ତୃତୀୟ ଡୋଜ୍ ଦେବା ପାଇଁ ମେଡିକାଲ୍ ନେଇଥିଲା । ଆଉ ତୃତୀୟ ଡୋଜ୍ ନେବା କ୍ଷଣି କୁନି ଝିଅ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ହଠାତ୍ ଝିଅର ହୃଦସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା । ପରିବାର ଲୋକେ ଡାକ୍ତରଖାନାକୁ ପୁଣି ଝିଅକୁ ନେଇ ଯାଇଥିଲେ । ସେଠାରେ ୨ ବର୍ଷର ଝିଅକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ରେବିଜ୍ କ'ଣ ?

ରେବିଜ୍ ହେଉଛି ଏକ ଭ୍ୟାକ୍ସିନ୍ । ଯାହାକୁ କେନ୍ଦ୍ରୀୟ ନର୍ଭସ୍‌ରେ ଭାଇରାଲ୍ ରୋଗ ପାଇଁ ଦିଆଯାଏ । କୁକୁର, ବିଲେଇ ସହ ହିଂସ୍ର ଜନ୍ତୁ କାମୁଡ଼ିଲେ ଦିଆ ଯାଇଥାଏ ଏହି ଇଞ୍ଜେକ୍ସନ୍ । ମଣିଷ ଠାରେ ଦେଖା ଯାଉଥିବା ୯୯ ପ୍ରତିଶତ ରେବିଜ୍ ମାମଲା କୁକୁର କାମୁଡ଼ା ଯୋଗୁଁ ହୋଇଥାଏ । ବିଶେଷ କରି ୫ରୁ ୧୪ ବର୍ଷର ଛୁଆ ଏହାର ଶିକାର ହୋଇଥାନ୍ତି ।

କାହିଁକି କାମ କଲାନି ରେବିଜ୍ ଇଞ୍ଜେକ୍ସନ୍ ?

ରେବିଜ୍ ଭ୍ୟାକ୍ସିନ୍ କାମ ନ କରିବା ପଛରେ ଏକାଧିକ କାରଣ ରହିଛି । ମେଡିକାଲ୍ ବିଜ୍ଞାନ ଅନୁସାରେ, ଏହି ଭ୍ୟାକ୍ସିନ୍‌କୁ କୁକୁର କାମୁଡ଼ାର ୭୨ ଘଣ୍ଟା ଭିତରେ ଦେବା ଆବଶ୍ୟକ । ନହେଲେ ଏହା ଜୀବନ ନେଇ ଯାଇପାରେ ।

ଏଥିସହ ପଢ଼ନ୍ତୁ: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍‌ ପରେ ପୁଣି ବଢ଼ିଲା

ଭ୍ୟାକ୍ସିନ୍ ଦେବାରେ ଗୋଟିଏ ଦିନ ବିଳମ୍ବ ଫଳରେ ରେବିଜ୍ ଭୂତାଣୁ ଶିରା ପ୍ରସିରାରେ ବ୍ୟାପି ମସ୍ତିଷ୍କକୁ ପଳାଇ ଯାଆନ୍ତି । କୁକୁର କାମୁଡ଼ିଥିବା କ୍ଷତ ସ୍ଥାନକୁ ସଂକ୍ରମଣରୁ ରୋକିବା ପାଇଁ ପାଣି ଓ ସାବୁନରେ ଧୋଇବା ଆବଶ୍ୟକ ।

ଏହା ଇମ୍ୟୁନିଟି ଦୁର୍ବଳ କରି କେବଳ ଭୂତାଣୁଙ୍କୁ ମାରିଥାଏ । ଏଚଆଇଭି ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ । ସଠିକ୍ ସ୍ଥାନରେ ଇଞ୍ଜେକ୍ସନ ନ ଦେବା ଦ୍ଵାରା ଭୂତାଣୁ ଶରୀର ସାରା ବ୍ୟାପି ଯାଏ । ସେହିଭଳି ଭ୍ୟାକ୍ସିନକୁ ୨ରୁ ୮ ଡିଗ୍ରୀ ମଧ୍ୟରେ ରଖାଯିବ ଉଚିତ୍ । ନହେଲେ ଭ୍ୟାକ୍ସିନ୍‌ର ଗୁଣ ନଷ୍ଟ ହୋଇଯାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dog Bite: କୁକୁର କାମୁଡ଼ା ଇଞ୍ଜେକ୍ସନ୍ ନେବା ପରେ ମରିଗଲା ୨ ବର୍ଷର ଝିଅ; କାହିଁକି କାମ ଦେଲାନି ରେବିଜ୍ ଭ୍ୟାକ୍ସିନ୍ ? | Argus News