Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Al Aqsa Mosque / ରମଜାନ ବେଳେ ଭାଙ୍ଗିଲା ୬୦ ବର୍ଷର ରେକର୍ଡ଼; ବନ୍ଦ ହୋଇଗଲା ଜୁମା ନମାଜ

Subhramjit Ray
Browse all articles by Subhramjit Ray
·4 months ago·3 min read
ରମଜାନ ବେଳେ ଭାଙ୍ଗିଲା ୬୦ ବର୍ଷର ରେକର୍ଡ଼; ବନ୍ଦ ହୋଇଗଲା ଜୁମା ନମାଜ
Al Aqsa Mosque

Key Points

୧୯୬୭ ମସିହା ପରେ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଶୁକ୍ରବାର ଜୁମା ନମାଜ ଅନୁଷ୍ଠିତ ହୋଇନାହିଁ।
Friday Prayer Al Aqsa Mosque: ୨୦୨୧ ଏବଂ ୨୦୨୩ ସଂଘର୍ଷ ପରେ ଏବେ ୨୦୨୬ ନମାଜ ବେଳେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି ଜେରୁସେଲମ ସହର ସ୍ଥିତ ଅଲ୍ ଅକ୍ସା ମସଜିଦ୍। ପ୍ରାୟ ୬୦ ବର୍ଷ ଧରି ଚାଲି ଆସୁଥିବା ପରମ୍ପରା ଏଥର ରମଜାନ ସମୟରେ ଭାଙ୍ଗିଯାଇଛି। ଛଅ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇସଲାମ ଧର୍ମର ଅନ୍ୟତମ ପବିତ୍ର ସ୍ଥାନ ଅଲ୍ ଅକ୍ସା ମସଜିଦରେ ଗତ ଦୁଇଟି ଶୁକ୍ରବାରର ଜୁମା ନମାଜ ଆୟୋଜିତ ହୋଇନାହିଁ। ଏଭଳି ବ୍ୟତିକ୍ରମ ରମଜାନ ମାସରେ ଦେଖିବାକୁ ମିଳିଛି।

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଜେରୁସେଲମ ସହରରେ ବଢ଼ୁଥିବା ସୁରକ୍ଷା ଚିନ୍ତା ମଧ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଐତିହାସିକ ଜେରୁସେଲମ ସହରରେ ଅବସ୍ଥିତ ଐତିହାସିକ ଧାର୍ମିକ ସ୍ଥଳରେ କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୯୬୭ ମସିହା ପରେ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଶୁକ୍ରବାର ଜୁମା ନମାଜ ଅନୁଷ୍ଠିତ ହୋଇନାହିଁ।

ପଢନ୍ତୁ ଏହି ଖବର: ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ସାର ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି

ମଧ୍ୟ ପ୍ରାଚ୍ୟ ଘଟଣାକ୍ରମ ସହ ଜଡ଼ିତ ରହିଛି ସୁରକ୍ଷା ଚିନ୍ତା
ଇସ୍ରାଏଲ ସରକାରଙ୍କ ଅଧିକାରୀଙ୍କ କହିବା ଅନୁଯାୟୀ ସୁରକ୍ଷା ଏଜେନ୍ସି ପକ୍ଷରୁ ଚେତାବନୀ ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଚେତାବନୀ ଏବେ ଜାରି ରହିଥିବା ଆଞ୍ଚଳିକ ସଂଘର୍ଷ ସମୟରେ ସମ୍ଭାବ୍ୟ ବିପଦ ସହ ଜଡ଼ିତ। ପ୍ରତିଶୋଧମୂଳକ ଆକ୍ରମଣ ଏବଂ ବଢ଼ୁଥିବା ଉତ୍ତେଜନା ପରେ ଇସ୍ରାଏଲ କର୍ତ୍ତୃପକ୍ଷ ଜେରୁସେଲେମ ସହରରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରି ସାରିଛନ୍ତି। ଏହି ପଦକ୍ଷେପର ଏକ ଅଂଶ ଭାବରେ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବରେ ଅଲ୍ ଅକ୍ସା ମସଜିଦ ପରିସରକୁ ବନ୍ଦ କରି ଦେଇଥିଲେ। ଏହା ସହିତ ସୁରକ୍ଷାଗତ କାରଣରୁ ସେଠାରେ ଧାର୍ମିକ ସମାବେଶ ଆୟୋଜନ କରିବା ଉପରେ ନିଷେଧାଦେଶ ଜାରି କରିଥିଲା।

ପୁରୁଣା ସହରର ଅନ୍ୟାନ୍ୟ ଧାର୍ମିକ ସ୍ଥଳ ମଧ୍ୟ ବନ୍ଦ

ଏହି କଟକଣା କେବଳ ଅଲ ଅକ୍ସା ମସଜିଦ (Al Aqsa Mosque) ପରିସର ପର୍ଯ୍ୟନ୍ତ ସୀମିତ ରହିନଥିଲା। ସୁରକ୍ଷା ବାହିନୀ ପୁରୁଣା ଜେରୁସେଲେମ ସହରରେ (Historical Jerusalem City) ଅବସ୍ଥିତ ଇହୁଦୀ ଧାର୍ମିକ ସ୍ଥଳ ପଶ୍ଚିମ ପ୍ରାଚୀର (Western Wall) ଏବଂ ପବିତ୍ର ସେପୁଲଚର ଚର୍ଚ୍ଚ (Church of Holy Sepulchre) ସମେତ ଅନ୍ୟାନ୍ୟ ପ୍ରମୁଖ ଧାର୍ମିକ ସ୍ଥଳକୁ ମଧ୍ୟ ବନ୍ଦ କରିଦେଇଥିଲେ। ଯାହା ପରେ ବିଭିନ୍ନ ଧର୍ମର ଲୋକଙ୍କୁ ସେମାନଙ୍କର ଧାର୍ମିସ୍ଥଳରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ପବିତ୍ର ରମଜାନ ମାସରେ ବନ୍ଦ ରହିଲା ମସଜିଦ
ରମଜାନ ମାସରେ ଇସଲାମ ଧର୍ମର ଅନ୍ୟତମ ପବିତ୍ର ସ୍ଥାନ ଅଲ୍ ଅକ୍ସା ମସଜିଦ ବନ୍ଦ ରହିଛି। କାରଣ ରମଜାନ ବେଳେ ନିଆଯାଇଥିବା ଏପରି ନିଷ୍ପତ୍ତି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। କାରଣ ରମଜାନ ସମୟ ମସଜିଦ ଠାରେ ଲୋକଙ୍କ ଉପସ୍ଥିତି ସାଧାରଣତଃ ଅଧିକ ରହିଥାଏ। ସେ ସମୟରେ ହଜାର ହଜାର ଲୋକ ସାଧାରଣତଃ ଶୁକ୍ରବାର ଆୟୋଜିତ ହେଉଥିବା ଧାର୍ମିକ ପ୍ରାର୍ଥନା ଏବଂ ସନ୍ଧ୍ୟା ସମୟରେ ହେଉଥିବା ଧାର୍ମିକ ସେବା ପାଇଁ ମସଜିଦ ଠାରେ ଏକାଠି ହୋଇଥାନ୍ତି।

ମସଜିଦ ପରିସରରେ ପ୍ରବେଶକୁ ନେଇ ଜାରି ହୋଇଛି କଠୋର ନିୟମ
ଯଦିଓ ରମଜାନ ବେଳେ ଅଲ ଅକ୍ସା ମସଜିଦ ପରିସରରେ ପ୍ରବେଶ କରିବା ଆଂଶିକ ଭାବେ ଅନୁମତି ଦିଆଯାଉଛି। ହେଲେ ଇସ୍ରାଏଲୀ କର୍ତ୍ତୃପକ୍ଷ ମସଜିଦ ପରିଦର୍ଶନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କଠୋର ପ୍ରବେଶ ନିୟମ ଲାଗୁ କରିଛନ୍ତି। ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ୫୫ ବର୍ଷରୁ ଅଧିକ ପୁରୁଷ, ୫୦ ବର୍ଷରୁ ଅଧିକ ମହିଳା ଏବଂ ୧୨ ବର୍ଷରୁ କମ୍ ବୟସର ପିଲା ଏଠାରେ ପ୍ରବେଶ କରିପାରିବେ।

ପାଲେଷ୍ଟାଇନ୍ ନାଗରିକଙ୍କ ପାଇଁ ଆବଶ୍ୟକୀୟ ଅନୁମତି
ରମଜାନ ବେଳେ ଅଲ ଅକ୍ସା ମସଜିଦ ପରିଦର୍ଶନ କରିବା ପାଇଁ ଅନ୍ୟ ଏକ ଆବଶ୍ୟକତା ହେଉଛି ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ୱତନ୍ତ୍ର ଅନୁମତି କିମ୍ବା ଇଲେକ୍ଟ୍ରୋନିକ୍ ପରିଚୟପତ୍ର। ପାଲେଷ୍ଟାଇନ ନାଗରିକଙ୍କୁ ଏଠାରେ ପ୍ରବେଶ କରିବା ପୂର୍ବରୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ଦସ୍ତାବିଜ ପାଇଥିବା ଆବଶ୍ୟକ। ଏହି ନିୟମ ଶୁକ୍ରବାର ଆୟୋଜିତ ହେଉଥିବା ପ୍ରାର୍ଥନାରେ ଯୋଗଦେବା ଲୋକଙ୍କ ସଂଖ୍ୟାକୁ ଆହୁରି କମ କରିଛି।

ଏହା ସହିତ କର୍ତ୍ତୃପକ୍ଷ ମସଜିଦ ପରିସରରେ ପ୍ରାର୍ଥନା ସମୟ ଏବଂ ସେଠାରେ ଧାର୍ମିକ କାର୍ଯ୍ୟରେ ଜଡ଼ିତ ଲୋକଙ୍କ ସଂଖ୍ୟା ଉପରେ କଟକଣା ଲଗାଇଛନ୍ତି। ବର୍ତ୍ତମାନ, ପରିଦର୍ଶକଙ୍କୁ କେବଳ ଅପରାହ୍ନ ଏବଂ ସନ୍ଧ୍ୟା ସମୟରେ ଆୟୋଜିତ ହେଉଥିବା ନମାଜ ପାଇଁ ଭିତର ଯିବାକୁ ଅନୁମତି ଦିଆଯାଇଛି। ସେମାନଙ୍କୁ ଇଫତାର ପାଇଁ ଭିତରେ ରହିବାକୁ ଅନୁମତି ଦିଆ ଯାଉନାହିଁ।

ପଢନ୍ତୁ ଏହି ଖବର: LPG ସିଲିଣ୍ଡରକୁ ନେଇ କରନ୍ତୁନି ଚିନ୍ତା, ସରକାର ଦେଲେ ବଡ଼ ସୂଚନା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Al-Aqsa Mosque: Friday Prayers Halted During Ramadan | Argus News