Iran US Conflict / ଇରାନ ଉପରେ ପୁଣି ଥରେ ଆମେରିକାର ଏୟାରଷ୍ଟ୍ରାଇକ୍, ଟାର୍ଗେଟ୍ରେ ଦ୍ଵୀପ ଓ ବନ୍ଦର
·2 months ago·2 min read

Key Points
ଇରାନ ଉପରେ ପୁଣି ଥରେ ଆକ୍ରମଣ କଲା ଆମେରିକା
କେଶମ ଦ୍ଵୀପ, ବନ୍ଦର ଅବ୍ବାସ ଓ ସିରିକ୍ରେ ଏୟାରଷ୍ଟ୍ରାଇକ୍
ଏୟାରଷ୍ଟ୍ରାଇକ୍ କରିଥିବା କହିଲା ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ
ହର୍ମୁଜରେ ୩ ଜାହାଜ ଉପରେ ଆକ୍ରମଣର ଜବାବରେ ଆଟାକ୍

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ପୁଣି ଥରେ ଅଶାନ୍ତ ହୋଇ ଉଠିଛି । ଶାନ୍ତି ଚୁକ୍ତି ପାଇଁ କିଛି ସପ୍ତାହ ହେଲା ବନ୍ଦ ଥିବା ଯୁଦ୍ଧ ପୁଣି ମୁଣ୍ଡ ଟେକିଛି । ହର୍ମୁଜ୍ ପ୍ରଣାଳୀରେ ୩ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ସେନା ଇରାନ ଉପରେ ଜବାବୀ ଆକ୍ରମଣ କରିଛି ।
ହର୍ମୁଜ୍ ପ୍ରଣାଳୀ ନିକଟ ଇରାନର ଅଞ୍ଚଳ ଉପରେ ଆକାଶ ମାର୍ଗରୁ ଗୁଳିଗୋଳା ବର୍ଷଣ କରିଛି ଆମେରିକା । ଇରାନର କେଶମ ଦ୍ଵୀପ, ସିରିକ୍ ସହର ସହ ପ୍ରମୁଖ ବନ୍ଦର ସର ବନ୍ଦର ଅବ୍ବାସ ଉପରେ ଆକ୍ରମଣ ହୋଇଥିବା ଇରାନ କହିଛି ।
ଏଥିସହ ପଢ଼ନ୍ତୁ: ପୁଣି କମ୍ପିଉଠିଲା ହର୍ମୁଜ ପ୍ରଣାଳୀ; ଯୁଦ୍ଧବିରାମ ହେବାର ୨୪ ଘଣ୍ଟାରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ
ଆମେରିକା ଏବେ କରିଥିବା ଆକ୍ରମଣ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି । ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ ଓ ବଡ଼ ଚୁକ୍ତି ପାଇ ଚାଲିଥିବା ପ୍ରୟାସକୁ ଝଟ୍କା ଲାଗିଛି । ଶାନ୍ତି ଚୁକ୍ତି ପରେ ପୁଣି ଥରେ ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟପ୍ରାଚ୍ୟକୁ ପୁଣି ଥରେ ଯୁଦ୍ଧ ମୁହଁକୁ ଟାଣି ଆଣିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ କହିଲା ଆମେରିକା ?
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ କହିଛି, "ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରୁଥିବା ଜାହାଜ ଉପରେ ଇରାନର ଆକ୍ରମଣର ଜବାବରେ ଜୋରଦାର୍ ଆକ୍ରମଣ କରାଯାଇଛି ।" ଆମେରିକା ସଫା ସଫା କହିଛି ଯେ, ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଭାରି ପଡ଼ିବ ।
ଅନ୍ୟପଟେ ଇରାନର ବିଦେଶ ମନ୍ତ୍ରଣାଳୟ କହିଛି, "ଉଭୟ ପକ୍ଷ ମଧ୍ୟରେ ହୋଥିବା ଚୁକ୍ତିକୁ ଆମେରିକା ବାରମ୍ବାର ଉଲ୍ଲଂଘନ କରୁଛି । ପ୍ରତି ଆକ୍ରମଣ ପାଇଁ ଆମେରିକା ଧମକ ଦେଉଛି । ଆମେରିକା ଚୁକ୍ତି ଭାଙ୍ଗୁଛି । ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଇରାନ କଡ଼ା ପଦକ୍ଷେପ ଗ୍ରହଣ କରିବ ।"
ବିପଦରେ ଶାନ୍ତି ଚୁକ୍ତି !
ଏବେ ହୋଇଥିବା ଆକ୍ରମଣ ଓ ପ୍ରତି ଆକ୍ରମଣ ଇରାନ-ଆମେରିକା ଶାନ୍ତି ଚୁକ୍ତି ଉପରେ ପ୍ରଶ୍ନ ଉଠାଇଛି । କାରଣ ଗତ ମାସରେ ହିଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସରେ ଜିତିଥିବା ଦାବି କରି ଫ୍ରାନ୍ସରେ ଚୁକ୍ତିରେ ସ୍ଵାକ୍ଷର କରିଥିଲେ । ଯୁଦ୍ଧ ସମାପ୍ତ ହୋଇଥିବା ଘୋଷଣା କରିଥିଲେ ଟ୍ରମ୍ପ ।
ଏଥିସହ ପଢ଼ନ୍ତୁ: ୯୦ ମିନିଟ୍ ଧରି କଥା ହେଲେ ଟ୍ରମ୍ପ-ପୁଟିନ୍; ୟୁକ୍ରେନ୍କୁ ନେଇ ନୂଆ ରଣନୀତି...

ଆକ୍ରମଣର ସମୟ ସମ୍ବେଦନଶୀଳ
ଏବେ ଆମେରିକା ଆକ୍ରମଣ କରିଥିବା ସମୟ ସମ୍ବେଦନଶୀଳ ଅଟେ । କାରଣ ଇରାନ ଏବେ ପୂର୍ବତନ ସର୍ବୋଚ୍ଚ ନେତା ଖାମେନେଇଙ୍କ ଅନ୍ତିମ ସଂସ୍କାର କରୁଛି । ଯାହାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଲକ୍ଷ ଲକ୍ଷ ଲୋକଙ୍କ ଇରାନର ସଡ଼କରେ ଛିଡ଼ା ହୋଇ ଖାମେନେଇଙ୍କୁ ଅଶ୍ରୁଳ ବିଦାୟ ଦେଉଛନ୍ତି । ଅନ୍ୟପଟେ ତୁର୍କୀର ନାଟୋ ସମ୍ମିଳନୀରେ ଟ୍ରମ୍ପ ନିଜେ ସାମିଲ୍ ହୋଇଛନ୍ତି । ନାଟୋ ସମ୍ମିଳନୀ ବେଳେ ଆମେରିକା ଆକ୍ରମଣ କରି ତାର କ୍ଷମତା ଓ ଶକ୍ତି ଦର୍ଶାଇବାକୁ ଚାହୁଁଥିବା ବିଶେଷଜ୍ଞ କହିଛନ୍ତି ।

Related Topics
Explore more stories