Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି କମ୍ପିଉଠିଲା ହର୍ମୁଜ ପ୍ରଣାଳୀ; ଯୁଦ୍ଧବିରାମ ହେବାର ୨୪ ଘଣ୍ଟାରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

International

US Iran Ceasefire 24 Hours / ପୁଣି କମ୍ପିଉଠିଲା ହର୍ମୁଜ ପ୍ରଣାଳୀ; ଯୁଦ୍ଧବିରାମ ହେବାର ୨୪ ଘଣ୍ଟାରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

Subhramjit Ray
Browse all articles by Subhramjit Ray
·1 hour ago·2 min read
ପୁଣି କମ୍ପିଉଠିଲା ହର୍ମୁଜ ପ୍ରଣାଳୀ; ଯୁଦ୍ଧବିରାମ ହେବାର ୨୪ ଘଣ୍ଟାରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ
US Iran Ceasefire

Key Points

ଓମାନ ଉପକୂଳ ଦେଇ ଯାତ୍ରା କରୁଥିବା ସମୟରେ ଆକ୍ରମଣ ପରେ ଗୋଟିଏ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଯଦିଓ ଇରାନର ସରକାରୀ ଟେଲିଭିଜନ କହିଛି ଯେ ଚେତାବନୀକୁ ଅଣଦେଖା କରିବା ପରେ ତରଳ ପ୍ରାକୃତିକ ଗ୍ୟାସ ଟ୍ୟାଙ୍କରଟି ଆକ୍ରମଣର ଶିକାର ହୋଇଥିଲା।
3 tankers attacked in Strait Of Hormuz: ପୁଣି ଥରେ ଆକ୍ରମଣରେ ଥରହର ହୋଇଉଠିଛି ହର୍ମୁଜ ପ୍ରଣାଳୀ। ଯୁଦ୍ଧବିରାମ ହେବାର ୨୪ ଘଣ୍ଟା ମଧ୍ୟରେ ଏହି ଜଳମାର୍ଗରେ ତୃତୀୟ ଟ୍ୟାଙ୍କର ଉପରେ ହୋଇଛି ଆକ୍ରମଣ। ମଙ୍ଗଳବାର (ଜୁଲାଇ ୭) ୟୁକେ ସାମୁଦ୍ରିକ ଏଜେନ୍ସି କହିଛି ଗୁଳିଗୋଳା ବ୍ୟବହାର କରି ଏହି ଆକ୍ରମଣ କରାଯାଇଥିଲା। ପର୍ସିଆନ୍ ଉପସାଗରର ସଂକୀର୍ଣ୍ଣ ମୁହାଣ ଦେଇ ଗତି କରୁଥିବା ସମୟରେ ପୂର୍ବରୁ ଦୁଇଟି ଜାହାଜ ଉପରେ ହୋଇଥିବା ଆକ୍ରମଣ ପରେ ଏବେ ତୃତୀୟ ଜାହାଜକୁ ଚାର୍ଗେଟ କରାଯାଇଛି।

ୟୁକେ ସାମୁଦ୍ରିକ ଏଜେନ୍ସି (UKMTO) ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା ଏକ ଟ୍ୟାଙ୍କର ସହିତ ଆହୁରି ଏକ ଘଟଣାର ରିପୋର୍ଟ ପାଇଛି। ଏନେଇ କୁହାଯାଉଛି ଏହି ଟ୍ୟାଙ୍କର ଉପରେ ଏକ ଅଜଣା ମାନବରହିତ ବାୟୁଯାନ (UAV) ଦ୍ୱାରା ଆଘାତ ପାଇଥିଲା। ଯେଉଁଥିରେ ଏହାର ସାମାନ୍ୟ ସଂରଚନାତ୍ମକ କ୍ଷତି ହୋଇଛି। ଏହା ଦ୍ୱାରା କୌଣସି ମୃତାହତ କିମ୍ବା ପରିବେଶଗତ ପ୍ରଭାବ ଜନିତ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିନାହିଁ।

ଏହା ସହ ପଢନ୍ତୁ:  ହର୍ମୁଜ ପ୍ରଣାଳୀ କ'ଣ? କିପରି ହୋଇଥିଲା ଏହାର ନାମକରଣ?

ଓମାନ ଉପକୂଳରୁ ଯାତ୍ରା କରିବା ସମୟରେ ଆକ୍ରମଣ ପରେ ଗୋଟିଏ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଏଜେନ୍ସି କହିଛି ଯେ ଜାହାଜର ଯେଉଁ ପାର୍ଶ୍ୱ ବନ୍ଦର ଆଡ଼କୁ ରହିଥିଲା ଆକ୍ରମଣ କାରଣରୁ ସେହି ପାର୍ଶ୍ୱରେ ଆଘାତ ଲାଗିଥିଲା। ​ଯେତେବେଳେ ହର୍ମୁଜ ପ୍ରଣାଳୀରୁ ଦକ୍ଷିଣକୁ ଓମାନ ଉପସାଗର ଆଡକୁ ଯାତ୍ରା କରୁଥିଲା ସେତେବେଳେ ଏହି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା।

ଯଦିଓ ଇରାନ ସରକାରୀ ଟେଲିଭିଜନ କହିଛି ଯେ ଚେତାବନୀକୁ ଅଣଦେଖା କରିବା ପରେ ତରଳ ପ୍ରାକୃତିକ ଗ୍ୟାସ ବହନ କରୁଥିବା ଏହି ଟ୍ୟାଙ୍କର ଆକ୍ରମଣର ଶିକାର ହୋଇଥିଲା ଏହା ଉପରେ ସିଧାସଳଖ ବିନା କୌଣସି ଆକ୍ରମଣ ହୋଇନଥିବା ଦାବି କରିନାହିଁ ଇରାନୀ ଗଣମାଧ୍ୟମ। ଦ୍ୱିତୀୟ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣରେ ଏହାର ଗଠନଗତ କ୍ଷତି ହୋଇଥିଲା। ହେଲେ ଏହା ଦ୍ୱାରା କେହି ଆହତ ହୋଇନଥିବା ୟୁକେ ଏଜେନ୍ସି କହିଛି।

ଏହା ସହ ପଢନ୍ତୁ: ଭୂତ ଜାହାଜ ପାର ହେଉଛନ୍ତି ହର୍ମୁଜ; କ'ଣ ରହିଛି ଏହା ପଛର ରହସ୍ୟ?

ଇରାନ ଦ୍ୱାରା ଘୋଷଣା କରାଯାଇଥିବା ବେଳେ ଏହି ଆକ୍ରମଣ ହୋଇଛି। ଯେଉଁଥିରେ କୁହାଯାଉଛି ଯେ କେବଳ ହର୍ମୁଜ୍ ପ୍ରଣାଳୀ ଦେଇ ସେ ଯେଉଁ ରାସ୍ତାକୁ ଅନୁମୋଦନ କରାଯାଇଛି ତାହା ସୁରକ୍ଷିତ। ଏହି ସମୟରେ ଯୁଦ୍ଧ ଆରମ୍ଭରେ ପ୍ରାଣ ହରାଇଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ କବର ଦିଆଯିବା ପର୍ଯ୍ୟନ୍ତ ଇରାନ-ଆମେରିକା ମଧ୍ୟରେ ଆଲୋଚନା ସ୍ଥଗିତ ରହିଥିବା ପରି ମନେ ହେଉଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଅନେକ ଲୋକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୃତ୍ୟୁ କାମନା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored