|
logo
Live

Argus News - ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି

International

Cuba Vs America / ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି
Cuba Vs America

Key Points

ଇରାନ ପରେ ଆମେରିକାର ପରବର୍ତ୍ତୀ ଟାର୍ଗେଟ ହୋଇପାରେ କ୍ୟୁବା
ଯୁଦ୍ଧ ହେଲେ ଆମେରିକାକୁ ଟକ୍କର ଦେଇପାରିବ କି କ୍ୟୁବା ?
ପାଖରେ ମାତ୍ର କମ୍ ସୈନ୍ୟ, ନାହିଁ ଆଧୁନିକ ଅସ୍ତ୍ରଶସ୍ତ୍ର
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧରୁ ପ୍ରାୟ ଓହରି ଯାଇଛନ୍ତି । ତେଣୁ, ବିଶ୍ୱର ଧ୍ୟାନ ଏବେ କ୍ୟୁବା ଆଡ଼କୁ ମୁହାଁଇଛି । ଯଦି ଆମେରିକା କ୍ୟୁବା ଆଡ଼କୁ ଧ୍ୟାନ ଦିଏ ତେବେ କ'ଣ ହେବ ତାହା ଅନେକ ଆଲୋଚନା କରୁଛନ୍ତି । ବିଶ୍ଵ ଫାୟାର ପାୱାର ୨୦୨୬ ରିପୋର୍ଟ ଅନୁସାରେ କ୍ୟୁବା ବିଶ୍ଵରେ ୧୪୫ ଦେଶ ମଧ୍ୟରେ ୬୫ ନମ୍ବରରେ ରହୁଥିବାବେଳେ ଶୀର୍ଷରେ ରହେ ଆମେରିକା । ଏପରି ସ୍ଥିତିରେ ଗୋଟିଏ ଚର୍ଚ୍ଚା ଯେ କ୍ୟୁବା ପାଖରେ କେତେ ସାମରିକ ଏବଂ ଅସ୍ତ୍ରଶସ୍ତ୍ର ଅଛି ? ଏହା ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ କି ?

କ୍ୟୁବାର ପ୍ରତିରକ୍ଷା ନୀତିକୁ "ସମସ୍ତ ଲୋକଙ୍କ ଯୁଦ୍ଧ" କୁହାଯାଏ । ଅର୍ଥାତ ଯଦି କେହି ଆକ୍ରମଣ କରନ୍ତି, ତେବେ ସମଗ୍ର ଦେଶ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥାଏ । କିନ୍ତୁ କ୍ୟୁବାରେ ସକ୍ରିୟ ଏବଂ ଆଧୁନିକ ଭାବରେ ପ୍ରଶିକ୍ଷିତ ସୈନ୍ୟଙ୍କ ସଂଖ୍ୟା ଆମେରିକା ତୁଳନାରେ ବହୁତ କମ୍ । ଆମେରିକା ନିକଟରେ ୧୪ ଲକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି । ସେପଟେ କ୍ୟୁବା ନିକଟରେ ସଶସ୍ତ୍ର ବଳରେ ପ୍ରାୟ ୫୦,୦୦୦ ସୈନ୍ୟ ଥିବାବେଳେ ରିଜର୍ଭ ସୈନିକ ୪୦,୦୦୦ ଏବଂ ପାରାମିଲିଟାରୀ ଫୋର୍ସ ୧୧ ଲକ୍ଷ ୪୫ ହଜାର ।

  • କ୍ୟୁବାର ସୈନ୍ୟ ବଳ ଓ ଅସ୍ତ୍ରଶସ୍ତ୍ର
କ୍ୟୁବାରେ ସେନା ବିଶେଷ ଭାବରେ ପୁରୁଣା କାଳର ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି । ସ୍ଥଳ ଭାଗରେ ୧୯୪ ଟ୍ୟାଙ୍କ (ବିଶେଷ ଭାବେ ଟି-୫୪, ଟି-୫୫ ଓ ଟି-୬୨) । ସେପଟେ ୧୨୦୦ରୁ ଅଧିକ ହାଲୁକା ଶସ୍ତ୍ରଧାରୀ ଯାନ, ପରିବହନ ଯାନ ଅଛି । ଅନ୍ୟପଟେ ଆକାଶ ପଥରେ ୨୦ଟି ଏୟାରକ୍ରାଫ୍ଟ ଥିବାବେଳେ ସେଥିରୁ କେବଳ ୧୧ଟି ଫାଇଟର ଜେଟ୍ । ଅଧିକ ଯାନ MiG ସିରିଜର । ହେଲିକପ୍ଟର ମଧ୍ୟ ବହୁତ କମ ଓ ପୁରୁଣା । ନୌସେନା ନିକଟରେ ୩୩ଟି ଜାହାଜ ଥିବାବେଳେ ସେଥିମଧ୍ୟରୁ ଅଧିକାଂଶ ତଟକ୍ଷେତ୍ରର ସୁରକ୍ଷା ଲାଗି ନିୟୋଜିତ ଅଛନ୍ତି । କ୍ୟୁବା ନିକଟରେ କୌଣସି ବଡ଼ ଯୁଦ୍ଧପୋତ, ଆଧୁନିକ ସବମରିନ ବା ବୁଡ଼ା ଜାହାଜ ନାହିଁ ।

  • ଆମେରିକାକୁ ଟକ୍କର ଦେଇପାରିବ କ୍ୟୁବା ?
ଆମେରିକା ନିକଟରେ ବିଶ୍ଵର ସବୁଠୁ ଶକ୍ତିଶାଳୀ ସେନା ଅଛି । ଦେଶ ପାଖରେ ୧୩ ହଜାରରୁ ଅଧିକ ଏୟାରକ୍ରାଫ୍ଟ, ୧୦୦୦ରୁ ଅଧିକ ଆଧୁନିକ ଟ୍ୟାଙ୍କ, ୧୧ ଏୟାରକ୍ରାଫ୍ଟ କ୍ୟାରିଅର, ପରମାଣୁ ଅସ୍ତ୍ରଶସ୍ତ୍ର ଓ ବହୁତ ବଡ଼ ପ୍ରତିରକ୍ଷା ବଜେଟ୍ ଅଛି । ଅପରପକ୍ଷରେ କ୍ୟୁବା ପାଖରେ ପ୍ରତିରକ୍ଷା ବଜେଟ୍ ବହୁତ କମ । କ୍ୟୁବାର ଶକ୍ତି କେବଳ ଗରିଲା ଯୁଦ୍ଧ ଓ ଘରୋଇ ସ୍ତରରେ ବହୁ ସମୟ ପର୍ଯ୍ୟନ୍ତ ବିରୋଧ କରିବା ପର୍ଯ୍ୟନ୍ତ ସୀମିତ । ଯଦି ଆମେରିକା ଯୁଦ୍ଧ କରେ, ତେବେ କ୍ୟୁବା ସିଧାସଖଳ ଯୁଦ୍ଧରେ ଜିତି ପାରିବ ନାହିଁ, କିନ୍ତୁ ପୂରା ଦେଶ ସାମିଲ ହୋଇ ଲମ୍ବା ସମୟ ଧରି ଯୁଦ୍ଧ ଜାରି ରଖିପାରିବ ।

ପଢନ୍ତୁ ଏହି ଖବର: ଆଉ ରହିବନି ତୈଳ, ଗ୍ୟାସ୍ ଅଭାବ; ୪୯ ଦିନ ପରେ ସମ୍ପୂର୍ଣ୍ଣ ସ୍ଵାଭାବିକ ହେଲା 'ହର୍ମୁଜ' ପ୍ରଣାଳୀ

  • କ୍ୟୁବାକୁ କାହିଁକି ଟାର୍ଗେଟ କରିଛି ଆମେରିକା ?
ଆମେରିକା ଦ୍ୱାରା କ୍ୟୁବାକୁ ଟାର୍ଗେଟ୍ କରିବା ପଛରେ ମୁଖ୍ୟ କାରଣ ହେଉଛି ରାଜନୈତିକ, ବିଚାରଧାରାଗତ ଏବଂ ଭୌଗୋଳିକ । କ୍ୟୁବାରେ କମ୍ୟୁନିଷ୍ଟ ଶାସନ ଚାଲିଥିବାବେଳେ ଆମେରିକା ତାହାକୁ ନିଜର ସୁରକ୍ଷା ପାଇଁ ବିପଦ ବୋଲି ମାନିଥାଏ । ଏପରିକି ୧୯୫୯ କ୍ୟୁବାନ୍ ବିପ୍ଳବ ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଆସିଛି । ୨୦୨୬ରେ ଆମେରିକା କ୍ୟୁବାରେ ଶାସନ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି, ଯାହାଦ୍ୱାରା ସେଠାରେ ଥିବା କମ୍ୟୁନିଷ୍ଟ ସରକାରକୁ ହଟାଯାଇପାରିବ । ସେହି ଲକ୍ଷ୍ୟରେ ଆମେରିକା କ୍ୟୁବାରେ କୃତ୍ରିମ ଅର୍ଥନୈତିକ ସଙ୍କଟ, ଖାଦ୍ୟ ଏବଂ ଇନ୍ଧନ ଅଭାବ ସୃଷ୍ଟି କରିଛି । ଆମେରିକା ଭେନେଜୁଏଲାରୁ କ୍ୟୁବାକୁ ଯାଉଥିବା ତେଲ ଯୋଗାଣକୁ ବି ବନ୍ଦ କରିଦେଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuba Vs America: ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି | Argus News