Oil Crisis Ends / ଆଉ ରହିବନି ତୈଳ, ଗ୍ୟାସ୍ ଅଭାବ; ୪୯ ଦିନ ପରେ ସମ୍ପୂର୍ଣ୍ଣ ସ୍ଵାଭାବିକ ହେଲା 'ହର୍ମୁଜ' ପ୍ରଣାଳୀ
·1 hour ago·2 min read

Key Points
- 'ହର୍ମୁଜ' ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା
- ସମସ୍ତ ବାଣିଜ୍ୟିକ ଜାହାଜ 'ହର୍ମୁଜ' ଦେଇ ଯାଇ ପାରିବ
- ଇସ୍ରାଏଲ୍-ଲେବାନନ ଅସ୍ତ୍ରବିରତି ପରେ ଇରାନର ନିଷ୍ପତ୍ତି
- ଫେବ୍ରୁଆରୀ ୨୮ରେ ଆକ୍ରମଣ ପରେ ବନ୍ଦ ଥିଲା 'ହର୍ମୁଜ'
ତେହରାନ: ଯୁଦ୍ଧ ଭିତରେ ବଡ଼ ଘୋଷଣା । ସମ୍ପୂର୍ଣ୍ଣ ଖୋଲିଲା 'ହର୍ମୁଜ' ପ୍ରଣାଳୀ । ଯୁଦ୍ଧର ୪୯ ଦିନ ପରେ 'ହର୍ମୁଜ' ପ୍ରଣାଳୀକୁ ନେଇ ଇରାନ କରିଛି ବଡ଼ ଘୋଷଣା । ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ 'ହର୍ମୁଜ' ପ୍ରଣାଳୀକୁ ଇରାନ ମୁକ୍ତ କରିଛି ।
ଇସ୍ରାଏଲ୍-ଲେବାନନ ଅସ୍ତ୍ରବିରତି ପରେ 'ହର୍ମୁଜ' ପ୍ରଣାଳୀକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଇଛି ଇରାନ । ଇସ୍ରାଏଲ୍-ଆମେରିକା ମିଳିତ ଭାବେ ଫେବ୍ରୁଆରୀ ୨୮ ତାରିଖରେ ଇରାନ ଉପରେ ଆକ୍ରମଣ କରିଥିଲେ । ସେବେଠୁ 'ହର୍ମୁଜ' ପ୍ରଣାଳୀକୁ ବନ୍ଦ କରି ଦେଇଥିଲା ଇରାନ ।
ଏଥିସହ ପଢ଼ନ୍ତୁ: ଚକ୍ମା ଦେଲା ପାକିସ୍ତାନ; ଆମେରିକାର ନାକାବନ୍ଦୀ ଭିତରେ ହର୍ମୁଜ୍ ଅତିକ୍ରମ କଲା ପ୍ରଥମ ଜାହାଜ
'ହର୍ମୁଜ' ପ୍ରଣାଳୀ ଖୋଲିବା ନେଇ ଇରାନର ବିଦେଶ ମନ୍ତ୍ରୀ ଅରାଘଚି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଲେବାନନ ଅସ୍ତ୍ରବିରତିକୁ ଦେଖି 'ହର୍ମୁଜ' ପ୍ରଣାଳୀରେ ସମସ୍ତ ବାଣିଜ୍ୟିକ ଜାହାଜ ଯିବାଆସିବା କରିବାକୁ ଦିଆଯିବ ।" ସେ ଆହୁରି କହିଛନ୍ତି ଲେବାନନ ଅସ୍ତ୍ରବିରତି ପର୍ଯ୍ୟନ୍ତ 'ହର୍ମୁଜ' ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଛି ।
ଏନେଇ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ଲେବାନନରେ ଅସ୍ତ୍ରବିରତି ପରେ 'ହର୍ମୁଜ'କୁ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ମୁକ୍ତ କରାଯାଇଛି । ଅସ୍ତ୍ରବିରତି ପର୍ଯ୍ୟନ୍ତ 'ହର୍ମୁଜ' ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ ।
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ 'ହର୍ମୁଜ' ପ୍ରଣାଳୀ ସମସ୍ତ ଜାହାଜ ଲାଗି ସମ୍ପୂର୍ଣ୍ଣ ମୁକ୍ତ କରିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ରମ୍ପ ତାଙ୍କ ନିଜସ୍ଵ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ସୂଚନା ଦେଇଛନ୍ତି ।
୨୦୨୬ ଫେବ୍ରୁଆରୀ ୨୮ରେ ଇରାନ ଉପରେ ଆକ୍ରମଣ ହୋଇଥିଲା । ସେହି ଦିନ ଠାରୁ ଇରାନ 'ହର୍ମୁଜ' ପ୍ରଣାଳୀ ଦେଇ ଜାହାଜ ଯାତାୟତକୁ ନିୟନ୍ତ୍ରଣକୁ ନେଇ ଯାଇଥିଲା । କିଛିଦିନ ପାଇଁ 'ହର୍ମୁଜ'କୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା ଇରାନ । ଏପ୍ରିଲ୍ ୧୭ରେ 'ହର୍ମୁଜ' ଖୋଲିବା ନେଇ ଘୋଷଣା ହୋଇଛି । ଫଳରେ ୪୯ ଦିନ ପରେ 'ହର୍ମୁଜ' ପ୍ରଣଳୀ ସ୍ଵାଭାବିକ ହୋଇଛି ।
ଏଥିସହ ପଢ଼ନ୍ତୁ: ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା'
ଇରାନ 'ହର୍ମୁଜ'ରେ ପ୍ରତିବନ୍ଧକ ଲାଗୁ କରିବା ପରେ ଆମେରିକା ମଧ୍ୟ ଇରାନର ଅନ୍ୟ ବନ୍ଦରକୁ ନାକାବନ୍ଦୀ କରି ନେଇଥିଲା । 'ହର୍ମୁଜ' ବାହାରେ ଘେରି ରହିଥିଲା ଆମେରିକାର ଯୁଦ୍ଧ ଜାହାଜ । 'ହର୍ମୁଜ' ପ୍ରଣାଳୀ ଦେଇ ବିଶ୍ଵର ୨୦ ପ୍ରତିଶତ ତୈଳ ରପ୍ତାନୀ ହୋଇଥାଏ ।
ଭାରତ ପାଇଁ 'ହର୍ମୁଜ' ଗୁରୁତ୍ଵପୂର୍ଣ୍ଣ
'ହର୍ମୁଜ' ପ୍ରଣାଳୀ ବନ୍ଦ ହେବା ଦ୍ଵାରା ଭାରତ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ଭାରତୀୟ ପତାକା ଥିବା ଜାହାଜକୁ ଇରାନ୍ ଛାଡ଼ୁଥିଲା । ଗ୍ୟାସ୍ ସମେତ ଅନ୍ୟ ଉପସାଗରୀୟ ରାଷ୍ଟ୍ରରୁ ଭାରତ ଅଶୋଧିତ ତୈଳ 'ହର୍ମୁଜ' ଦେଇ ଆମଦାନୀ କରିଥାଏ ।

In line with the ceasefire in Lebanon, the passage for all commercial vessels through Strait of Hormuz is declared completely open for the remaining period of ceasefire, on the coordinated route as already announced by Ports and Maritime Organisation of the Islamic Rep. of Iran.
— Seyed Abbas Araghchi (@araghchi) April 17, 2026
ଏନେଇ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ଲେବାନନରେ ଅସ୍ତ୍ରବିରତି ପରେ 'ହର୍ମୁଜ'କୁ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ମୁକ୍ତ କରାଯାଇଛି । ଅସ୍ତ୍ରବିରତି ପର୍ଯ୍ୟନ୍ତ 'ହର୍ମୁଜ' ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ ।
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ 'ହର୍ମୁଜ' ପ୍ରଣାଳୀ ସମସ୍ତ ଜାହାଜ ଲାଗି ସମ୍ପୂର୍ଣ୍ଣ ମୁକ୍ତ କରିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ରମ୍ପ ତାଙ୍କ ନିଜସ୍ଵ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ସୂଚନା ଦେଇଛନ୍ତି ।
୨୦୨୬ ଫେବ୍ରୁଆରୀ ୨୮ରେ ଇରାନ ଉପରେ ଆକ୍ରମଣ ହୋଇଥିଲା । ସେହି ଦିନ ଠାରୁ ଇରାନ 'ହର୍ମୁଜ' ପ୍ରଣାଳୀ ଦେଇ ଜାହାଜ ଯାତାୟତକୁ ନିୟନ୍ତ୍ରଣକୁ ନେଇ ଯାଇଥିଲା । କିଛିଦିନ ପାଇଁ 'ହର୍ମୁଜ'କୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା ଇରାନ । ଏପ୍ରିଲ୍ ୧୭ରେ 'ହର୍ମୁଜ' ଖୋଲିବା ନେଇ ଘୋଷଣା ହୋଇଛି । ଫଳରେ ୪୯ ଦିନ ପରେ 'ହର୍ମୁଜ' ପ୍ରଣଳୀ ସ୍ଵାଭାବିକ ହୋଇଛି ।
ଏଥିସହ ପଢ଼ନ୍ତୁ: ହର୍ମୁଜ ପାର୍ ପରେ ଆଗକୁ ବଢ଼ି ପାରିଲାନି ୮ ଇରାନୀ ଜାହାଜ; ରୋକିଲା ଟ୍ରମ୍ପଙ୍କ 'ଲକ୍ଷ୍ମଣ ରେଖା'
ଇରାନ 'ହର୍ମୁଜ'ରେ ପ୍ରତିବନ୍ଧକ ଲାଗୁ କରିବା ପରେ ଆମେରିକା ମଧ୍ୟ ଇରାନର ଅନ୍ୟ ବନ୍ଦରକୁ ନାକାବନ୍ଦୀ କରି ନେଇଥିଲା । 'ହର୍ମୁଜ' ବାହାରେ ଘେରି ରହିଥିଲା ଆମେରିକାର ଯୁଦ୍ଧ ଜାହାଜ । 'ହର୍ମୁଜ' ପ୍ରଣାଳୀ ଦେଇ ବିଶ୍ଵର ୨୦ ପ୍ରତିଶତ ତୈଳ ରପ୍ତାନୀ ହୋଇଥାଏ ।
ଭାରତ ପାଇଁ 'ହର୍ମୁଜ' ଗୁରୁତ୍ଵପୂର୍ଣ୍ଣ
'ହର୍ମୁଜ' ପ୍ରଣାଳୀ ବନ୍ଦ ହେବା ଦ୍ଵାରା ଭାରତ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା । ଭାରତୀୟ ପତାକା ଥିବା ଜାହାଜକୁ ଇରାନ୍ ଛାଡ଼ୁଥିଲା । ଗ୍ୟାସ୍ ସମେତ ଅନ୍ୟ ଉପସାଗରୀୟ ରାଷ୍ଟ୍ରରୁ ଭାରତ ଅଶୋଧିତ ତୈଳ 'ହର୍ମୁଜ' ଦେଇ ଆମଦାନୀ କରିଥାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories