Trump Praises Iran / ଯୁଦ୍ଧ ଭିତରେ ଶତ୍ରୁ ଉପରେ ଫିଦା ହେଲେ ଟ୍ରମ୍ପ; ଇରାନକୁ ନେଇ କହିଲେ ଏମିତି
·6 months ago·2 min read

Key Points
ଯୁଦ୍ଧ ଭିତରେ ଇରାନର ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ଇରାନର ତୁଳନା ସବୁଠାରୁ ବୁଦ୍ଧିମାନ ଖେଳ ଚେସ୍ ସହ କରିଛନ୍ତି

ଆଜି ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ଦିନକୁ ଦିନ ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି, କିନ୍ତୁ କୌଣସି ପକ୍ଷ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରଚୁର ପ୍ରଶଂସା କରିଛନ୍ତି । ସେ ଇରାନ ସହିତ ଚାଲିଥିବା ଯୁଦ୍ଧକୁ ଏକ ମହାନ ଚେସ୍ ମ୍ୟାଚ୍ ସହିତ ତୁଳନା କରିଛନ୍ତି ।
ସେ କହିଛନ୍ତି ଯେ ସେମାନେ ବିଶ୍ୱର ସର୍ବୋଚ୍ଚ IQର ସମ୍ମୁଖୀନ ହେଉଛନ୍ତି । ସୋମବାର ହ୍ୱାଇଟ୍ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଡୋନାଲ୍ଡ ଟ୍ରମ୍ପ ଇରାନୀ ସାମରିକ କମାଣ୍ଡର ଜେନେରାଲ କାସେମ ସୁଲେମାନିଙ୍କ ପ୍ରଶଂସା କରି ତାଙ୍କୁ ଜଣେ ଉତ୍କୃଷ୍ଟ ଜେନେରାଲ ବୋଲି କହିଥିଲେ । ଆମେରିକା ଜାନୁଆରୀ ୨୦୨୦ରେ ଇରାକରେ ଏକ ଡ୍ରୋନ୍ ଆକ୍ରମଣରେ ସୋଲେମାନୀଙ୍କୁ ହତ୍ୟା କରିଥିଲା । ଟ୍ରମ୍ପ କହିଥିଲେ ଯେ ଇରାନର ପତନ ସେହି ଦିନଠାରୁ ଆରମ୍ଭ ହୋଇଥିଲା ।
ଇରାନର ପ୍ରଶଂସାରେ ଟ୍ରମ୍ପ କଣ କହିଲେ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥା ହେଉଥିଲେ । ତାଙ୍କୁ ପଚରାଯାଇଥିଲା ଯେ ଇରାନ ସହିତ ଯୁଦ୍ଧ ଶୀଘ୍ର ଶେଷ ହେବାକୁ ଯାଉଛି କି ? ଉତ୍ତରରେ ଟ୍ରମ୍ପ କହିଥିଲେ, "ହଁ, ଏହା ଶୀଘ୍ର ଶେଷ ହେବ । ଏହା ପରେ ଆମର ବିଶ୍ୱ ବହୁତ ସୁରକ୍ଷିତ ହେବ । ଏହା କରିବା ମୋର କର୍ତ୍ତବ୍ୟ ଥିଲା ।"
ପଢନ୍ତୁ ଏହି ଖବର: ଫୋର୍-ଡେ ୱାର୍କିଂ ୱିକ୍'; ଯୁଦ୍ଧ ଭିତରେ ଏହି ସରକାରଙ୍କ ବଡ଼ ଘୋଷଣା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପ ଆହୁରି କହିଥିଲେ ଯେ ଏହା ଏକ ବହୁତ ଉଚ୍ଚସ୍ତରୀୟ ଚେସ୍ ଖେଳ । ସେ ବହୁତ ଚତୁର ଖେଳାଳିଙ୍କ ବିପକ୍ଷରେ ଅଛନ୍ତି। ସେମାନେ ବହୁତ ଚତୁର ଲୋକ । ଇରାନକୁ ଟ୍ରମ୍ପ ହିଂସାତ୍ମକ ଏବଂ ଦୁଷ୍ଟ ବୋଲି ମଧ୍ୟ କହିଥିଲେ । ଯଦି ସେ ଇରାନ ସହିତ ଯୁଦ୍ଧ କରିନଥାନ୍ତେ, ତେବେ ବିଶ୍ଵ ଅଧିକ ବିପଦର ସମ୍ମୁଖୀନ ହୋଇଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି ।
ଜେନେରାଲ କାସେମଙ୍କୁ ଟ୍ରମ୍ପଙ୍କ ପ୍ରଶଂସା
ଏହା ପୂର୍ବରୁ ଟ୍ରମ୍ପ ଇରାନର ଜେନେରାଲ କାସେମ ସୁଲେମାନିଙ୍କ ପ୍ରଶଂସା କରିଥିଲେ । ସୁଲେମାନି ଜଣେ ଭଲ ଜେନେରାଲ ଥିଲେ । ଯଦି ଆମେରିକା ତାଙ୍କୁ ମାରିନଥାନ୍ତା, ତେବେ ଆଜି ପରିସ୍ଥିତି ଭୟାବହ ହୋଇଥାନ୍ତା । ସୁଲେମାନି ଜଣେ ଦୁଷ୍ଟ ପ୍ରକୃତିର ଲୋକ ଥିଲେ, କିନ୍ତୁ ଜଣେ ଭଲ ଜେନେରାଲ ଥିଲେ ବୋଲି ଟ୍ରମ୍ପ କହିଛନ୍ତି ।
ଅଧିକ ଖବର ପଢନ୍ତୁ...

Related Topics
Explore more stories