Government Update / ଫୋର୍-ଡେ ୱାର୍କିଂ ୱିକ୍'; ଯୁଦ୍ଧ ଭିତରେ ଏହି ସରକାରଙ୍କ ବଡ଼ ଘୋଷଣା
·6 months ago·2 min read

Key Points
ଇନ୍ଧନ ବଞ୍ଚାଇବା ଲାଗି ବଡ଼ ଘୋଷଣା
ସପ୍ତାହକୁ ୪ ଦିନ ଖୋଲିବ ସ୍କୁଲ-ଅଫିସ୍
ସପ୍ତାହକୁ ୪ ଦିନ ଖୋଲିବ ସ୍କୁଲ-ଅଫିସ୍
ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଓ ଶକ୍ତି ସଙ୍କଟ ଦକ୍ଷିଣ ଏସିଆ ଦେଶଗୁଡ଼ିକୁ ବେଶ ପ୍ରଭାବିତ କରିଛି । ପାକିସ୍ତାନ ପରେ ଏବେ ଶ୍ରୀଲଙ୍କା ଇନ୍ଧନ ବଞ୍ଚାଇବା ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛି । ଦେଶରେ ତେଲର ଏକ ବୁନ୍ଦା ବଞ୍ଚାଇବା ଲାଗି ମଧ୍ୟ ପ୍ରୟାସ କରାଯାଉଛି । ଏହାରି ମଧ୍ୟରେ ଶ୍ରୀଲଙ୍କା ସରକାର ଏକ ବଡ଼ ତଥା ଐତାହାସିକ ନିଷ୍ପତ୍ତି ନେଇଛନ୍ତି । ସୋମବାର ଶ୍ରୀଲଙ୍କା ସରକାର ଦେଶରେ 'ଫୋର୍-ଡେ-ୱାର୍କିଂ-ୱିକ୍' ଲାଗୁ କରିବା ଲାଗି ଘୋଷଣା କରିଛନ୍ତି । ଏବେ ସରକାରୀ ସଂସ୍ଥା, ସ୍କୁଲ, ବିଶ୍ଵବିଦ୍ୟାଳୟରେ ସପ୍ତାହକୁ କେବଳ ୪ ଦିନ ଖୋଲା ରହିବ ।
କଲୋମ୍ବୋରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର ଜେନେରାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ପରିବହନରେ ବ୍ୟବହୃତ ତେଲକୁ ହ୍ରାସ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ସପ୍ତାହକୁ ଚାରି ଦିନ ସମସ୍ତେ ସ୍କୁଲ, କଲେଜ ଏବଂ ଅଫିସ ଯିବେ । ଅନ୍ୟ ତିନି ଦିନ ଶିକ୍ଷାନୁଷ୍ଠାନ ସହିତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏହାଦ୍ଵାରା କିଛି ପରିମାଣରେ ଇନ୍ଧନ ଖର୍ଚ୍ଚକୁ ରୋକାଯାଇପାରିବ ବୋଲି ଶ୍ରୀଲଙ୍କ ସରକାର କହିଛନ୍ତି ।
ପଢନ୍ତୁ ଏହି ଖବର: ରମଜାନ ମାସରେ କାବୁଲ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକକୁ ନେଇ ବର୍ଷିଲେ କ୍ରିକେଟର ରାଶିଦ ଖାନ...ବଡ଼ ଅପରାଧ କରୁଛି ପାକିସ୍ତାନ
ଜରୁରୀ ସେବା ଜାରି ରହିବ

ସରକାର ଏହି ନିଷ୍ପତ୍ତିକୁ କେବଳ ସରକାରୀ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି । କିନ୍ତୁ ବେସରକାରୀ ସଂସ୍ଥାଗୁଡ଼ିକ ଏହି ନିଷ୍ପତ୍ତିକୁ ଅନୁସରଣ କରିବା ଲାଗି ସରକାର ନିବେଦନ କରିଛନ୍ତି । ବେସରକାରୀ ସଂସ୍ଥାଗୁଡ଼ିକ ଚାହିଁଲେ ୱାର୍କ-ଫ୍ରମ୍-ହୋମ୍ (WFH) ବିକଳ୍ପ ଆପଣେଇବା ଲାଗି ସରକାର କହିଛନ୍ତି । ତଥାପି, ଦେଶର ବ୍ୟବସ୍ଥାରେ ବାଧା ଏଡାଇବା ପାଇଁ, ସ୍ୱାସ୍ଥ୍ୟ ସେବା, ବନ୍ଦର, ଜଳ ଯୋଗାଣ ଏବଂ କଷ୍ଟମ୍ସ ଭଳି କିଛି ବିଭାଗକୁ ଏହି କଟକଣାରୁ ମୁକ୍ତ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
QR କୋଡରେ ମିଳିବ ପେଟ୍ରୋଲ-ଡିଜେଲ
ଶ୍ରୀଲଙ୍କା ଇନ୍ଧନ ଖର୍ଚ୍ଚ ରୋକିବା ଲାଗି କେବଳ ଛୁଟିଦିନ ବୃଦ୍ଧି କରିନାହିଁ, ବରଂ ଇନ୍ଧନ ବଣ୍ଟନକୁ କଠୋର କରିଛି । ଦେଶରେ ଏବେ ଏକ ଡିଜିଟାଲ୍ ରାସନିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଦୁଇ ଚକିଆ, ତିନି ଚକିଆ କିମ୍ବା କାର ଆଦି ବାହନ ଭଳି ଯାନର ପ୍ରକାର ଉପରେ ଆଧାର କରି ସାପ୍ତାହିକ କୋଟା ସ୍ଥିର ହୋଇଛି । ଗ୍ରାହକମାନଙ୍କୁ ଇନ୍ଧନ ଷ୍ଟେସନରେ ଏକ QR କୋଡ୍ ଦେଖାଇବାକୁ ପଡ଼ିବ । ସରକାରଙ୍କ ମତରେ ଏହା କେବଳ କଳାବଜାରୀକୁ ରୋକିବ ନାହିଁ, ବରଂ ସୀମିତ ଷ୍ଟକର ସମାନ ବଣ୍ଟନ ମଧ୍ୟ ସୁନିଶ୍ଚିତ କରିବ ।
ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଲା ?
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଛି । ପୂର୍ବରୁ ଆର୍ଥିକ ଚ୍ୟାଲେଞ୍ଜ ସହିତ ସଂଘର୍ଷ କରୁଥିବା ଶ୍ରୀଲଙ୍କା ପାଖରେ ସୀମିତ ଇନ୍ଧନ ସଂରକ୍ଷଣ ଅଛି । ସରକାର ଆଶା କରୁଛନ୍ତି ଯେ କାର୍ଯ୍ୟ ସପ୍ତାହକୁ ହ୍ରାସ କରିବା ଦ୍ୱାରା ଲକ୍ଷ ଲକ୍ଷ ଲିଟର ଇନ୍ଧନ ସଞ୍ଚୟ ହୋଇପାରିବ, ଯାହା ଦେଶର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭୁଶୁଡ଼ିବାରୁ ରୋକିବ ।
ଅଧିକ ଖବର ପଢନ୍ତୁ...

Related Topics
Explore more stories