Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Britain new PM / ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ ଆଣ୍ଡି ବର୍ନହାମ; ରାଜାଙ୍କୁ ଭେଟିବା ପରେ ଗ୍ରହଣ କଲେ ପଦଭାର

Subhramjit Ray
Browse all articles by Subhramjit Ray
·12 hours ago·2 min read
ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ ଆଣ୍ଡି ବର୍ନହାମ; ରାଜାଙ୍କୁ ଭେଟିବା ପରେ ଗ୍ରହଣ କଲେ ପଦଭାର
Britain new PM

Key Points

ସେ ଲେବର ପାର୍ଟି ନେତା ହେବା ପାଇଁ ୨ ଥର ପ୍ରୟାସ କରି ବିଫଳ ହୋଇଥିଲେ। ୱେଷ୍ଟମିନିଷ୍ଟର ଛାଡିବା ପରେ, ସେ ଦେଶର ସବୁଠାରୁ ପରିଚିତ ଆଞ୍ଚଳିକ ନେତାଙ୍କ ମଧ୍ୟରୁ ଅନ୍ୟତମ ନେତା ଉଭା ହୋଇଥିଲେ।
Britain new pm Andy Burnham: କୈର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ରାଜା ଚାର୍ଲ୍ସ ତୃତୀୟ ତାଙ୍କୁ ସରକାର ଗଠନ କରିବା ଲାଗି ନିମନ୍ତ୍ରଣ କରିବା ସହ ପ୍ରଧାନମନ୍ତ୍ରୀ ପଦ ହସ୍ତାନ୍ତର କରିଛନ୍ତି। ସେ ବିଗତ ଏକ ଦଶନ୍ଧି ମଧ୍ୟରେ ଦେଶର ସପ୍ତମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଯଦିଓ ସେ ସାଧାରଣ ଲୋକଙ୍କ ଭଳି ନଜର ଆସୁଛନ୍ତି, ହେଲେ ତାଙ୍କର ଏପରି ଆଚରଣ ପଛରେ ଏକ ପ୍ରଚଣ୍ଡ ମହତ୍ତ୍ୱକାଂକ୍ଷା ଏବଂ ନିଜକୁ ପୁନର୍ଜୀବିତ କରିବାର କ୍ଷମତା ରହିଛି। ଯାହା ତାଙ୍କୁ ବ୍ରିଟିଶ ରାଜନୀତିର ଶୀର୍ଷକୁ ନେଇଛି।

ପ୍ରଧାନମନ୍ତ୍ରୀ ହେବାକୁ ନେଇ କ'ଣ କହିଥିଲେ ଆଣ୍ଡି ବର୍ନହାମ?
୫୬ ବର୍ଷୀୟ ଲେବର ପାର୍ଟି ନେତା ଆଣ୍ଡି ବର୍ନହାମ ସୋମବାର (ଜୁଲାଇ ୨୦) ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ। ମାତ୍ର ୩ ଦିନ ପୂର୍ବରୁ, ସେ ତାଙ୍କର ତୃତୀୟ ପ୍ରୟାସରେ ଶାସକ ଦଳର ନେତା ହୋଇଥିଲେ। ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ କୌଣସି ନୋଟ୍ ବିନା ଭାଷଣ ଦେଇ, ଗ୍ରେଟର ମାଞ୍ଚେଷ୍ଟର ସହରର ପୂର୍ବତନ ମେୟର ସ୍ୱୀକାର କରିଥିଲେ ଯେ ଦେଶର ଜନସାଧାରଣ ସାମ୍ପ୍ରତିକ ରାଜନୀତିକୁ ନେଇ ହତାଶ ହୋଇ ଉଠିଲେଣି। ଦେଶର ରାଜନୈତିକ ବର୍ଗ ଆଶାନୁରୂପ କାର୍ଯ୍ୟ କରିବାରେ ବିଫଳ ହୋଇଛି। ସେ ପ୍ରତିଶୃତି ଦେଇଥିଲେ, ଆମକୁ ସ୍ଥିତି ସୁଧାରିବାକୁ ହେବ ଏବଂ ଆମେ ଏହାକୁ କରି ଦେଖାଇବୁ। ସେ ବିଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ପ୍ରତିଶତି ଦେଇଥିଲେ।

ଏହା ସହ ପଢନ୍ତୁ: ୧୦ ବର୍ଷରେ ଗାଦି ହରାଇଲେଣି ୫ ପ୍ରଧାନମନ୍ତ୍ରୀ; ଏବେ ପଡ଼ିଛି ଷ୍ଟାର୍ମରଙ୍କ ପାଳି

ମେୟର ଭାବରେ କାହିଁକି ହୋଇଥିଲେ ସଫଳ?
ମେୟର ଭାବରେ ତାଙ୍କର ୯ ବର୍ଷର ସଫଳ କାର୍ଯ୍ୟକାଳ ମଧ୍ୟରେ, ବର୍ନହାମ ନିଜକୁ ଜଣେ ପୂର୍ବତନ ସରକାରୀ ମନ୍ତ୍ରୀରୁ ଅଲଗା,ଏକ ଭିନ୍ନ ରାଜନେତା ଭାବରେ ସକ୍ରିୟ ନେତା ରୂପରେ ପରିଣତ କରିଥିଲେ। ଏହାର ଏକ ପ୍ରମୁଖ ଉଦାହରଣ ଥିଲା ସୁଟ୍ ଏବଂ ଟାଇରୁ ଟି-ସାର୍ଟ ଏବଂ କାଜୁଆଲ୍ ଜ୍ୟାକେଟ୍ ପ୍ରତି ତାଙ୍କର ପରିବର୍ତ୍ତନ। ଲେବର ପାର୍ଟି ମଧ୍ୟରେ ମଧ୍ୟମପନ୍ଥୀ-ବାମପନ୍ଥୀ ପକ୍ଷର ପ୍ରତିନିଧିତ୍ୱ କରି, ବର୍ଣ୍ଣହାମ ଗତ ୨୦୦୧ ରୁ ୨୦୧୭ ପର୍ଯ୍ୟନ୍ତ ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ଏପରିକି ସେ ଟୋନି ବ୍ଲେୟାର ଏବଂ ଗର୍ଡନ ବ୍ରାଉନଙ୍କ ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଲେବର ପାର୍ଟି ନେତା ହେବା ପାଇଁ ୨ ଥର ପ୍ରୟାସ କରି ବିଫଳ ହୋଇଥିଲେ। ୱେଷ୍ଟମିନିଷ୍ଟର ଛାଡିବା ପରେ, ସେ ଦେଶର ସବୁଠାରୁ ପରିଚିତ ଆଞ୍ଚଳିକ ନେତାଙ୍କ ମଧ୍ୟରୁ ଅନ୍ୟତମ ନେତା ଉଭା ହୋଇଥିଲେ।

ମାଞ୍ଚେଷ୍ଟର ସହରରେ ଲଗାତାର ୩ ଥର ନିର୍ବାଚନରେ ​​ବିଜୟୀ ହେବା ଏବଂ ତାଙ୍କ ନିର୍ବାଚନମଣ୍ଡଳୀକୁ ନିଜ ନିୟନ୍ତ୍ରଣରେ ରଖିବା ପରେ ତାଙ୍କୁ "ଉତ୍ତରର ରାଜା" (King of the North) ଉପନାମ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ବିପରୀତ, ସୋସିଆଲ ମିଡିଆରେ ତାଙ୍କର ମନୋରମ ଏବଂ ସାମାନ୍ୟ ହାସ୍ୟରସପୂର୍ଣ୍ଣ ଭିଡିଓ ତାଙ୍କ ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିଛି। ଆଣ୍ଡି ବର୍ନହାମ ଜନସାଧାରଣଙ୍କ ସହ ଆଲୋଚନା କରିବାରେ ସେ ବହୁତ ପାରଙ୍ଗମ। କୁହାଯାଏ ଯେ ସେ ରାଜନୀତି ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ଚିନ୍ତା କରୁଥିବାର ମନେ ହୁଏନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored