British PM Resignation / ୧୦ ବର୍ଷରେ ଗାଦି ହରାଇଲେଣି ୫ ପ୍ରଧାନମନ୍ତ୍ରୀ; ଏବେ ପଡ଼ିଛି ଷ୍ଟାର୍ମରଙ୍କ ପାଳି
·1 hour ago·4 min read

Key Points
ବିଗତ ୧୦ ବର୍ଷ ମଧ୍ୟରେ ବ୍ରିଟେନ୍ ରେ ମୋଟ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଛି। ଏହା ପଛରେ ଭିନ୍ନ କିନ୍ତୁ ଘନିଷ୍ଠ ଭାବରେ ଜଡି଼ତ ରାଜନୈତିକ କାରଣ ରହିଛି।
British PM Series Resignation History: ଗୁରୁତର ଦୁର୍ନୀତି ଏବଂ ବିଭିନ୍ନ ନୀତିଗତ ମାମଲାରେ ୟୁ-ଟର୍ନ (U-Turn) ନେଇଥିବାର ଅଭିଯୋଗ ଆସିବା ପରେ ପଦ ଛାଡି଼ପାରନ୍ତି ବର୍ତ୍ତମାନର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର। ବ୍ରିଟିଶ ଗଣମାଧ୍ୟମ "ଦି ଅବଜରଭର" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେ ସୋମବାର (ଜୁନ୍ ୨୨) ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ଏହା ପରେ ସେ ଦେଶର ନୂତନ ନେତା ବାଛିବା ପାଇଁ ଏକ ସମୟସୀମା ମଧ୍ୟ ସ୍ଥିର କରିପାରିବେ। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡି଼ତ ଏକ ସରକାରୀ ଉତ୍ସ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ ସେ ( କୀର ଷ୍ଟାର୍ମର୍) ତାଙ୍କ ସରକାର ଚଳାଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି। ଯାହାର ଅର୍ଥ ହେଉଛି ସେ ଇସ୍ତଫା ଦେବା ପରିବର୍ତ୍ତେ ନିଜ ପଦ ବଜାୟ ରଖିପାରନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ବର୍ତ୍ତମାନ ତାଙ୍କ ଗାଁକୁ ଯାଇଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପତ୍ନୀଙ୍କ ସହ ଆଲୋଚନା କରୁଛନ୍ତି। ତାଙ୍କ ଦଳର (ଲେବର ପାର୍ଟି) ବରିଷ୍ଠ ନେତା ଆଶା କରୁଛନ୍ତି ଯେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ତାଙ୍କ ଭବିଷ୍ୟତ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର ଏକ ବିବୃତ୍ତି ଦେଇଛନ୍ତି ଯେ ସେ ତାଙ୍କ ନେତୃତ୍ୱ ବିରୋଧରେ ସାହସର ସହିତ କୌଣସି ଆହ୍ୱାନର ସାମ୍ନା କରିବେ। ସେ ତାଙ୍କର ସାଂସଦଙ୍କୁ ଦଳୀୟ ଗୋଷ୍ଠୀ ବିବାଦରେ ଜଡିତ ହୋଇ ଦଳକୁ ନଷ୍ଟ ନକରିବାକୁ ସେ ନିବେଦନ କରିଛନ୍ତି।
କାହିଁକି ଉପୁଜିଲା ଇସ୍ତଫା ଦେବା ଭଳି ପରିସ୍ଥିତି?
କୀର୍ ଷ୍ଟାର୍ମରଙ୍କ ଲାଗି ଇସ୍ତଫା ଦେବା ଭଳି ପରିସ୍ଥିତି ଉପୁଜିବା ପଛରେ ରହିଥିବା ସବୁଠାରୁ ବଡ କାରଣ ହେଉଛି ମାଣ୍ଡେଲସନ୍ ଦୁର୍ନୀତି। ଗତ ୨୦୨୪ ଡିସେମ୍ବରରେ ଷ୍ଟାର୍ମର୍ ପିଟର ମାଣ୍ଡେଲସନ୍ ଙ୍କୁ ଆମେରିକାରେ ବ୍ରିଟେନ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଥିଲେ। ହେଲେ ଗତ ୨୦୨୬ ଫେବୃଆରୀରେ ହୋଇଥିବା ଖୁଲାସା ବ୍ରିଟିଶ ରାଜନୀତିରେ ବିବାଦ ସୃଷ୍ଟି କରିଥିଲା। ବ୍ରିଟିଶ ରାଷ୍ଟ୍ରଦୂତ ମାଣ୍ଡେଲସନ୍ ଙ୍କ କୁଖ୍ୟାତ ଆମେରିକୀୟ ଅପରାଧୀ ଜେଫ୍ରି ଏପିଷ୍ଟାଇନ୍ ଙ୍କ ସହ ସମ୍ପର୍କ ରହିଥିଲା। ଯିଏ ବାଳ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେତେବେଳେ ମାଣ୍ଡେଲସନ୍ ଏପିଷ୍ଟାଇନ୍ ଙ୍କୁ ତାଙ୍କର ଘନିଷ୍ଠ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ, ଯେତେବେଳେ ସେ ସରକାରୀ ମନ୍ତ୍ରୀ ଥିଲେ। ବିବାଦୀୟ ଏପିଷ୍ଟାଇନ୍ ଫାଇଲ ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ତାଙ୍କୁ ଲେବର ପାର୍ଟି ଏବଂ ହାଉସ୍ ଅଫ୍ ଲର୍ଡସ୍ ପଦ ଛାଡିବାକୁ ପଡିଲା। ଏହି ଦୁର୍ନୀତି ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କ ବିଶ୍ୱସନୀୟତାକୁ ସିଧାସଳଖ କ୍ଷତି ପହଞ୍ଚାଇଥିଲା। କାରଣ ଏହା ତାଙ୍କ ସରକାରର ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ନିଯୁକ୍ତି ମଧ୍ୟରୁ ଅନ୍ୟତମ ଥିଲା।
ଏହା ସହ ପଢନ୍ତୁ: ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା
ସୁରକ୍ଷା ଯାଞ୍ଚରେ ବିଫଳ ହେବା ସତ୍ତ୍ୱେ କିପରି ହୋଇଥିଲେ ରାଷ୍ଟ୍ରଦୂତ?
ଏହି ବିବାଦର ସବୁଠାରୁ ବଡ ମୋଡ଼ ଆସିଥିଲା ଯେତେବେଳେ ଗତ ଅପ୍ରେଲ୍ ମାସରେ ପ୍ରକାଶ ପାଇଲା ଯେ ସରକାରୀ ସୁରକ୍ଷା ଏଜେନ୍ସି 'ୟୁକେ ସିକ୍ୟୁରିଟି ଭେଟିଂ' (United Kingdom Security Vetting) ମାଣ୍ଡେଲସନ୍ ଙ୍କୁ ସୁରକ୍ଷା ମଞ୍ଜୁର ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛି। ଅନୁସନ୍ଧାନକାରୀ ସଂସ୍ଥା ତାଙ୍କର ପୃଷ୍ଠଭୂମି ରିପୋର୍ଟ ଦେଖିବା ପରେ, ମାଣ୍ଡେଲସନ୍ ଙ୍କୁ ଏହି ପଦ ପ୍ରଦାନ ନକରିବାକୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ସୁରକ୍ଷା ଏଜେନ୍ସି, ଚେତାବନୀକୁ ଅଣଦେଖା କରି ମାଣ୍ଡେଲସନ୍ ଙ୍କୁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ଦିଆଯାଇଥିଲା।
ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ ଗତ ଅପ୍ରେଲ୍ ୨୦ ତାରିଖରେ ସଂସଦରେ ସ୍ପଷ୍ଟ କରିଥିଲେ ଯେ ମାଣ୍ଡେଲସନ୍ ସୁରକ୍ଷା ଯାଞ୍ଚରେ ବିଫଳ ହୋଇଛନ୍ତି ବୋଲି ସେ ଏବଂ ତାଙ୍କ ମନ୍ତ୍ରୀ ଜାଣିନାହାଁନ୍ତି। ସେ ଏହାକୁ ଏକ କ୍ଷମା ଯୋଗ୍ୟ ଭୁଲ ବୋଲି କହିଛନ୍ତି। ହେଲେ ବିରୋଧି ଦଳ ଏବଂ ତାଙ୍କ ଦଳର ସାଂସଦ ଏତେ ବଡ଼ କଥା ବିଷୟରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଅବଗତ ନଥିବା କଥା ଗ୍ରହଣ କରିବାକୁ ରାଜି ନଥିୱେ। ଏହି ପ୍ରସଙ୍ଗରେ ତାଙ୍କ ମୁଖ୍ୟ ଷ୍ଟାଫ୍ ମୋର୍ଗାନ୍ ମ୍ୟାକସ୍ୱେନିଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିଲା।
ଦଳରେ କିଏ ଆରମ୍ଭ କରିଥିଲେ ବିଦ୍ରୋହ?
ଷ୍ଟାର୍ମରଙ୍କ ଲାଗି ଅସୁବିଧା କେବଳ ମାଣ୍ଡେଲସନ୍ ଦୁର୍ନୀତି ପର୍ଯ୍ୟନ୍ତ ସୀମିତ ନଥିଲା। ଗତ ଶୁକ୍ରବାର (ଜୁନ୍ ୧୯) ଲେବର ପାର୍ଟି ନେତା ଆଣ୍ଡି ବର୍ନହମ୍ ସଂସଦୀୟ ଉପନିର୍ବାଚନରେ ଜିତିଥିଲେ। ବର୍ନହମ ବର୍ତ୍ତମାନ ଗ୍ରେଟର ମଞ୍ଚେଷ୍ଟର ମେୟର ଭାବରେ ନିଜକୁ ଦୃଢ ଦାବିଦାର ଭାବରେ ଉପସ୍ଥାପନ କରିଥିଲେ। ହେଲେ ବର୍ତ୍ତମାନ ସେ ସାଂସଦ ହୋଇ ସିଧା ସଂସଦକୁ ଯାଇଛନ୍ତି। ବ୍ରିଟିଶ ରାଜନୀତିର ବିଶେଷଜ୍ଞ କହିଛନ୍ତି ଯେ ବର୍ନହମଙ୍କ ଏହି ପ୍ରବେଶ କେବଳ ଷ୍ଟାର୍ମରଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ହୋଇଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ ଶହେରୁ ଅଧିକ ଲେବର ପାର୍ଟି ସାଂସଦ (ମୋଟ ଦଳୀୟ ସାଂସଦଙ୍କ ସଂଖ୍ୟାର ଏକ ଚତୁର୍ଥାଂଶ) ଷ୍ଟାର୍ମର ଇସ୍ତଫା କିମ୍ବା ନୂତନ ନିର୍ବାଚନ ପାଇଁ ସର୍ବସାଧାରଣରେ ଦାବି କରି ସାରିଛନ୍ତି। ଯେଉଁମାନେ ଆଣ୍ଡି ବର୍ନହମ୍ ଙ୍କ ନିକଟବର୍ତ୍ତୀ, ସେମାନେ ଷ୍ଟାର୍ମରଙ୍କୁ ସମ୍ମାନର ସହ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାପ ପକାଇବା ଆରମ୍ଭ କରିଛନ୍ତି। ଯାହା ଦ୍ୱାରା କ୍ଷମତା ଶାନ୍ତିପୂର୍ଣ୍ଣ ଭାବରେ ହସ୍ତାନ୍ତର ହୋଇପାରିବ। "ଟାଇମ୍ସ" ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ବର୍ନହମ୍ ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହେଲେ ସେ ବର୍ତ୍ତମାନର ଅର୍ଥମନ୍ତ୍ରୀ ରେଚେଲ ରିଭ୍ ଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ପାରିବେ। କାରଣ ସେ ବର୍ତ୍ତମାନର ଆର୍ଥିତ ନୀତିରେ ଖୁସି ନୁହଁନ୍ତି।
୧୦ ବର୍ଷରେ ୫ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ, କ'ଣ ରହିଛି ଏହାର କାରଣ?
ଡେଭିଡ କାମେରୁନ୍ (୨୦୧୬) - ବ୍ରେକ୍ସିଟ୍ (ୟୁରୋପୀୟ ସଂଘରୁ ବ୍ରିଟେନ୍ ବାହାରିଯିବା ପ୍ରକ୍ରିୟା) ପାଇଁ ହୋଇଥିବା ଜନମତ ସଂଗ୍ରହରେ ପରାସ୍ତ ହୋଇଥିଲେ।
ଥେରେସା ମେ (୨୦୧୯) - ସଂସଦ ତାଙ୍କ ବ୍ରେକ୍ସିଟ୍ ଚୁକ୍ତିକୁ ୩ ଥର ପ୍ରତ୍ୟାଖ୍ୟାନ କରିଥିଲା, ଯିଏ ପରେ ଦଳ ଏବଂ ସଂସଦର ବିଶ୍ୱାସ ହରାଇଲେ।
ବୋରିସ୍ ଜନସନ (୨୦୨୨) - ଦୁର୍ନୀତି ଏବଂ ଦଳ ମଧ୍ୟରେ ହୋଇଥିବା ବିଦ୍ରୋହ ପାଇଁ ପଦ ଛାଡି଼ଥିଲେ। କୋଭିଡ ସମୟରେ ନିୟମ ଭାଙ୍ଗିବା ପାର୍ଟି କରିଥିବା ନେଇ ଆସିଥିଲା ଅଭିଯୋଗ।
ଲିଜ୍ ଟ୍ରସ୍ (୨୦୨୨) - ଟ୍ୟାକ୍ସ କଟ୍ ନୀତି ଯୋଗୁଁ ପାଉଣ୍ଡ ମୂଲ୍ୟ ହ୍ରାସ ପାଇଥିଲା। ଏପରିକି ତାଙ୍କର ଆର୍ଥିକ ନୀତି ଉପରେ ମଧ୍ୟ ଉଠିଥିଲା ପ୍ରଶ୍ନ।
ଋଷି ସୁନକ (୨୦୨୪)- ସାଧାରଣ ନିର୍ବାଚନରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।
ଏହା ସହ ପଢନ୍ତୁ: କାହିଁକି ରାଷ୍ଟ୍ରପତିଙ୍କୁ ବିମାନରେ ଚାପୁଡ଼ା ମାରିଥିଲେ ପତ୍ନୀ? ସାମ୍ନାକୁ ଆସିଲା କାରଣ
ଷ୍ଟାରମରଙ୍କ ଲୋକପ୍ରିୟତା ହ୍ରାସ ପାଇବାର କାରଣ
ଯେତେବେଳେ କୀର ଷ୍ଟାର୍ମର ୨୦୨୪ ବ୍ରିଟେନ ସାଧାରଣ ନିର୍ବାଚନରେ ବହୁମତ ସହିତ କ୍ଷମତାକୁ ଆସିଥିଲେ, ବ୍ରିଟିଶ ଜନସାଧାରଣ ତାଙ୍କ ଉପରେ ବହୁତ ଆଶା ରଖିଥିଲେ। ହେଲେ ତଥାପି ୨ ବର୍ଷ ମଧ୍ୟରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଛି। ଭୋଟର ବିଶ୍ୱାସ କରନ୍ତି ଯେ ଷ୍ଟାର୍ମର ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ତାଙ୍କର ପ୍ରତିଶୃତି ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାରଙ୍କ ବାରମ୍ବାର ନୀତି ୟୁ-ଟର୍ଣ୍ଣ ଏବଂ ଚାଲିଥିବା ଆଭ୍ୟନ୍ତରୀଣ ଘୋଟାଲା ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି।
ଯଦି କୀର୍ ଷ୍ଟାରମର ସୋମବାର ଇସ୍ତଫା ଦିଅନ୍ତି କିମ୍ବା ତାଙ୍କୁ ବଳପୂର୍ବକ ପଦରୁ ହଟାଇ ଦିଆଯାଏ, ତାହେଲେ ବିଗତ ୧୦ ବର୍ଷ ମଧ୍ୟରେ ସଲେ ସପ୍ତମ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବେ। ଏହାକୁ ଗତ ଦୁଇ ଶତାବ୍ଦୀରେ ବ୍ରିଟେନ ରାଜନୈତିକ ଇତିହାସରେ ସବୁଠାରୁ ଅସ୍ଥିର ରାଜନୈତିକ ସମୟ ବୋଲି ବିବେଚନା କରାଯାଏ। ବ୍ରିଟିଶ ଜନସାଧାରଣ ମଧ୍ୟ ଅତ୍ୟନ୍ତ କ୍ରୋଧିତ ଯେ ସରକାରର ନିରନ୍ତର ପରିବର୍ତ୍ତନ ସତ୍ତ୍ୱେ, ଦେଶର ଖରାପ ସାଧାରଣ ସେବା ଏବଂ ଅବୈଧ ପ୍ରବାସନ ଭଳି ଗମ୍ଭୀର ସମସ୍ୟା ସମାଧାନ ହୋଇନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories