Uniform vs Suit Diplomacy / ଇରାନ ପାଇଁ ସେନା ପୋଷାକ, ଆମେରିକା ପାଇଁ ସୁଟ୍; ମୁନୀରଙ୍କ ରଣନୀତି ନା ସଂକେତ ?
·1 hour ago·2 min read

Key Points
ଇରାନର ୭୦ ଜଣିଆ ପ୍ରତିନିଧି ଇସଲାମାବାଦରେ ପହଞ୍ଚିଛନ୍ତି । ସେମାନଙ୍କ ସ୍ଵାଗତ ମୁନୀର ସେନାର ଯୁଦ୍ଧ ବର୍ଦ୍ଦିରେ କରିଛନ୍ତି । କିନ୍ତୁ ତାର ମାତ୍ର କେଇ ଘଣ୍ଟା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ପହଞ୍ଚିବା ବେଳେକୁ ମୁନୀରଙ୍କ ପୋଷାକ ବଦଳି ଯାଇଛି ।
ନୂଆଦିଲ୍ଲୀ: ସମଗ୍ର ବିଶ୍ଵର ନଜର ଏବେ ପାକିସ୍ତାନର ରାଜଧାନୀ ଇସଲାମାବାଦ ଉପରେ ରହିଛି । ଯେଉଁଠି ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ରକ୍ଷା ନେଇ ବଡ଼ ଆଲୋଚନା ହେବ । ୨ ସପ୍ତାହର ଅସ୍ତ୍ରବିରତି ଘୋଷଣା ପରେ ଆମେରିକା ଓ ଇରାନ ଆଲୋଚନା ଟେବୁଲକୁ ଆସିଛନ୍ତି ।
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଇରାନ ସହ ଆମେରିକା ପ୍ରତିନିଧି ପହଞ୍ଚିଛନ୍ତି । ଆଲୋଚନା ପୂର୍ବରୁ ମାହୋଲ୍ ସରଗରମ ଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁନୀର । ତେବେ କୌଣସି ଚୁକ୍ତିକୁ ନେଇ ନୁହେଁ ବରଂ ପୋଷାକକୁ ନେଇ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀର ଚର୍ଚ୍ଚାକୁ ଆସିଛନ୍ତି ।
ଏଥିସହ ପଢ଼ନ୍ତୁ: ନିଜ ଚାଲ୍ରେ ଫସି ଯାଇଛି ଇରାନ୍; ଖୋଜି ପାଉନି 'ହର୍ମୁଜ'ରେ କେଉଁଠି ବିଛାଇଥିଲା ବାରୁଦ
ଶେହୱାଜଙ୍କ ଠାରୁ ଶକ୍ତିଶାଳୀ ମୁନୀର
ସାଧାରଣତଃ କୌଣସି ଦେଶର ଶୀର୍ଷ ନେତା ଅଥବା ବଡ଼ ପ୍ରତିନିଧି ଆସିଲେ, ଦେଶର ପ୍ରଧାନମନ୍ତ୍ରୀ ସ୍ଵାଗତ କରିଥାନ୍ତି । କିନ୍ତୁ ପାକିସ୍ତାନରେ ଚଳିତଥର ପ୍ରଧାନମନ୍ତ୍ରୀ ଶେହୱାଜ ସରିଫଙ୍କ ବଦଳରେ ଅସୀମ ମୁନରଙ୍କ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ସୁଯୋଗର ବ୍ୟବହାର କରି ମୁନୀର ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଯେ, ପାକିସ୍ତାନର ପ୍ରକୃତ କ୍ଷମତା ତାଙ୍କ ପାଖରେ ରହିଛି । ଗୋଟିଏ ଦିନରେ ମୁନୀର ଦୁଇଟି ଭିନ୍ନ ଭିନ୍ନ କପଡ଼ା ପିନ୍ଧିବା ବିଶେଷଜ୍ଞଙ୍କୁ ଏହା ପଛର କାରଣ ଖୋଜିବାକୁ ବାଧ୍ୟ କରିଛି ।
ଇରାନର ୭୦ ଜଣିଆ ପ୍ରତିନିଧି ଇସଲାମାବାଦରେ ପହଞ୍ଚିଛନ୍ତି । ସେମାନଙ୍କ ସ୍ଵାଗତ ମୁନୀର ସେନାର ଯୁଦ୍ଧ ବର୍ଦ୍ଦିରେ କରିଛନ୍ତି । କିନ୍ତୁ ତାର ମାତ୍ର କେଇ ଘଣ୍ଟା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ପହଞ୍ଚିବା ବେଳେକୁ ମୁନୀରଙ୍କ ପୋଷାକ ବଦଳି ଯାଇଛି । ସେନା ପୋଷାକ ବଦଳରେ କଳା ରଙ୍ଗର ସୁଟ୍ ପିନ୍ଧି ଜେଡି ଭ୍ୟାନ୍ସଙ୍କୁ ସ୍ଵାଗତ କରିଛନ୍ତି ମୁନୀର ।
ଏଥିସହ ପଢ଼ନ୍ତୁ: ଇସ୍ରାଏଲକୁ 'ସୈତାନ' କହିଲା ପାକିସ୍ତାନ; ଖୋଲା ଧମକ ଦେଲେ ନେତାନ୍ୟାହୁ
ଇରାନକୁ ଦେଖାଇଲେ ସୈନ୍ୟ ଶକ୍ତି, ଆମେରିକା ଆଗରେ ରାଜନେତା
ଅସୀମ ମୁନୀର ଏଭଳି କରିବା ପଛରେ ଏକ ସୁଚିନ୍ତିତ ରଣନୀତି ରହିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଇରାନ ଓ ଆମେରିକା ପ୍ରତିନିଧିଙ୍କ ସ୍ଵାଗତ ବେଳେ ଭିନ୍ନ ପୋଷାକରେ ଆସି ମୁନୀର ଅଲଗା ଅଲଗା ବାର୍ତ୍ତା ଦେବାକୁ ଚାହିଁଛନ୍ତି । ଇରାନ ସହ ପାକିସ୍ତାନର ସମ୍ପର୍କ ବିଗତ କିଛିବର୍ଷ ହେଲା ତିକ୍ତତା ଭରା ରହଛି । ୨୦୨୪ ଆରମ୍ଭରେ ଦୁଇ ଦେଶ ପରସ୍ପର ଉପରେ ମିସାଇଲ୍ ମାଡ଼ କରିଥିଲେ । ବିଶେଷଜ୍ଞଙ୍କ ଅନୁସାରେ, ସେନା ପୋଷାକରେ ଇରାନ ପ୍ରତିନିଧିଙ୍କୁ ସ୍ଵାଗତ ସୀମା ସୁରକ୍ଷା ପ୍ରତି ଆଲର୍ଟ ଥିବା ଦର୍ଶାଉଛି ।
ଅନ୍ୟପଟେ ଜେଡି ଭ୍ୟାନ୍ସ ଓ ଆମେରିକା ପ୍ରତିନିଧିଙ୍କୁ ସୁଟ୍ ପିନ୍ଧି ସ୍ଵାଗତ କରିବା ନିଜକୁ ବଡ଼ ଅଧିକାରୀ ଓ ରାଜନେତା ଭାବେ ଉପସ୍ଥାପନ କରିବା । ଆମେରିକା ସହ ଏକ କୂଟନୈତିକ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ହୋଇପାରେ । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ବେଳେ ମୁନୀର ସୁଟ୍ ପିନ୍ଧିଥିଲେ । ହୁଏତ ଏଥିପାଇଁ ଆମେରିକା ଆଗରେ ମୁନୀର ସେନା ମୁଖ୍ୟ ପରିବର୍ତ୍ତେ ଜଣେ ପରିପକ୍ଵ ନେତା ଭାବେ ନିଜକୁ ଉସ୍ଥାପନ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories