Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Bangladesh Internet Crisis / ମୋବାଇଲ ନେଟୱର୍କ ଯାଏଁ ପହଞ୍ଚିଲା ଯୁଦ୍ଧର ପ୍ରଭାବ; ଚିନ୍ତାରେ ବାଂଲାଦେଶ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ମୋବାଇଲ ନେଟୱର୍କ ଯାଏଁ ପହଞ୍ଚିଲା ଯୁଦ୍ଧର ପ୍ରଭାବ; ଚିନ୍ତାରେ ବାଂଲାଦେଶ
Bangladesh Internet Crisis

Key Points

ବାଂଲାଦେଶ ଉପରେ ଆମେରିକା-ଇରାନ ଯୁଦ୍ଧର ବଡ଼ ପ୍ରଭାବ
ମୋବାଇଲ ନେଟୱର୍କ ହେଲାଣି ପ୍ରଭାବିତ, ଅଚଳ ହୋଇପାରେ ଇଣ୍ଟରନେଟ୍
ଇରାନ ଓ ଆମେରିକା ଯୁଦ୍ଧ ଲାଗି ଅନେକ ଦେଶର ତେଲ ସଙ୍କଟ ଉଭା ହୋଇଛି । ଦୁନିଆର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍ ଅଫ ହର୍ମୁଜ୍ ବନ୍ଦ ସହିତ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ନୂଆ ଧମକ ଓ ଯୁଦ୍ଧ ବିରତି ସତ୍ତ୍ଵେ ଇରାନର ଜାହାଜକୁ ଅଟକ ରଖିବା ସ୍ଥିତିକୁ ଆହୁରି ଗମ୍ଭୀର କରୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସବୁଠି କୃତ୍ରିମ ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଆଗକୁ ଇଣ୍ଟରନେଟ୍ ଠପ୍ ହୋଇପାରେ ।

୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶର ସ୍ଥିତି ଏଥିପାଇଁ ବିଗିଡ଼ିଛି କାରଣ ଏହି ଦେଶ ତେଲ ଓ ଗ୍ୟାସ ଆବଶ୍ୟକତାର ପ୍ରାୟ ୯୫ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରେ । ଏଥିମଧ୍ୟରୁ ଅଧିକାଂଶ ତେଲ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଏବେ ହର୍ମୁଜ ସାମୁଦ୍ରିକ ପଥଟି ବନ୍ଦ ହେବା ପରେ ବାଂଲାଦେଶରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ସଙ୍କଟ ଯୋଗୁଁ ବହୁ ପୂର୍ବରୁ ବାଂଲାଦେଶରେ ପୋଷାକ ଶିଳ୍ପ ପ୍ରଭାବିତ ହୋଇଥିବାବେଳେ ୩୦% ଉତ୍ପାଦନ ହ୍ରାସ ପାଇଛି । ଦେଶର ବିଭିନ୍ନ ସହରର ପେଟ୍ରୋଲ ପମ୍ପରେ ୧୨ରୁ ୧୩ ଘଣ୍ଟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗୁଛି । ଏବେ ଏହି ସମସ୍ୟା ଇଣ୍ଟରନେଟ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଯାଉଛି।

  • ଡାଟା ସେଣ୍ଟର ପାଇଁ ଆବଶ୍ୟକ ଡିଜେଲ
ରିପୋର୍ଟ ଅନୁସାରେ ସୋମବାର ବାଂଲାଦେଶର ମୋବାଇଲ ଟେଲିକମ ଅପରେଟର ସଂଗଠନ ଚେତାବନୀ ଦେଇଛି ଯେ ଯଦି ସରକାର ହସ୍ତକ୍ଷେପ ନ କରନ୍ତି, ତେବେ ବହୁ ସମୟ ଧରି ଇଣ୍ଟରନେଟ୍ ସେବା ଯୋଗାଇବାରେ ସଂଗଠନ (AMTOB) ବିଫଳ ହେବ । ସହରରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଯୋଗୁଁ ଟେଲିକମ କମ୍ପାନୀଗୁଡ଼ିକ ନିଜର ଡାଟା ସେଣ୍ଟର ଚଲାଇବା ଲାଗି ଡିଜେଲ ଚାଳିତ ଜେନେରେଟର୍ ଉପରେ ନିର୍ଭର କରନ୍ତି । କିନ୍ତୁ ଏବ ଦେଶର ଅନେକ ସହରରେ ୫ରୁ ୮ ଘଣ୍ଟା ବିଦ୍ୟୁତ କଟୁଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି ।

ପଢନ୍ତୁ ଏହି ଖବର: ଟ୍ରମ୍ପ ଦେଲେ ନୂଆ ଧମକ; ହସରେ ଉଡ଼ାଇଦେଲା ଇରାନ, କହିଲା ଆମେ ବି ରେଡି..

  • ଠପ୍ ହୋଇଯିବ ଇଣ୍ଟରନେଟ୍
ସଂଗଠନର କହିବାନୁସାରେ, କେବଳ ଡାଟା ସେଣ୍ଟର ପ୍ରତି ଘଣ୍ଟାରେ ପ୍ରାୟ ୫୦୦ରୁ ୬୦୦ ଲିଟର ଡିଜେଲ ଖାଉଛି । ସଂଗଠନର ମହାସଚିବ ମହମ୍ମଦ ଜୁଲ୍ଫିକାର କହିଛନ୍ତି, "ଡାଟା ସେଣ୍ଟର ଅପରେଟରଙ୍କର ମସ୍ତିଷ୍କ ପରି, ଯଦି ଏହା ବନ୍ଦ ହୋଇଯାଏ ତେବେ ପୂରା ନେଟୱର୍କ ଠପ୍ ହୋଇଯିବ ।" ଯଦି ନେଟୱର୍କ ବନ୍ଦ ହେଲା ତେବେ କେବଳ କଲ୍ ଓ ଇଣ୍ଟରନେଟ୍ ନୁହେଁ, ବରଂ SMS ଓ ବ୍ୟାକିଂ ସେବା ବି ବନ୍ଦ ହୋଇଯିବା । ଏହାର ପ୍ରଭାବ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିବ । ବାଂଲାଦେଶରେ ମୋବାଇଲ ଫାଇନାନ୍ସିଆଲ୍ ସର୍ଭିସ (MFS) ଦୈନନ୍ଦିନ ଟଙ୍କା କାରବାର ସହ ଜଡ଼ିତ ଓ ରେଡିମେଡ୍ ପୋଷାକ ଶିଳ୍ପ ଦେଶର ଅର୍ଥବ୍ୟବସ୍ଥାର ମୁଖ୍ୟ ଅଂଶ ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladesh Internet Crisis Deepens Amid Iran War, Hormuz Blockade Sparks Shutdown Fears | Argus News