Bangladesh President Resignation 2026 / ଇସ୍ତଫା ଦେଲେ ବାଂଲାଦେଶୀ ରାଷ୍ଟ୍ରପତି; ସାମ୍ନାକୁ ଆସିଲା କାରଣ
·2 hours ago·2 min read

Key Points
ବାଂଲାଦେଶ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରମୁଖ୍ୟ। ଏହି ପଦବୀ ମୁଖ୍ୟତଃ ଆନୁଷ୍ଠାନିକ, ହେଲେ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ୍ ପାଖରେ ରହିଛି।
Bangladesh President Mohammed Shahabuddin: ଶୁକ୍ରବାର (ଜୁଲାଇ ୨୪) ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ତାଙ୍କ ଇସ୍ତଫାର କାରଣ ବିଷୟରେ ପଚରାଯିବାରୁ ସେ କହିଛନ୍ତି, "ମୁଁ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସାମ୍ନା କରୁଛି।" ସ୍ଥାନୀୟ ଗଣମାଧ୍ୟମ "ଦି ଡେଲି ଷ୍ଟାର" କୁ ପ୍ରତିକ୍ରିୟା ଦେଇ ବିଦାୟୀ ରାଷ୍ଟ୍ରପତି କହିଛନ୍ତି, "ମୋତେ ଏହି ସମୟରେ ଆଉ କିଛି କହିବାର ନାହିଁ।" ଅନେକ ସୂତ୍ରର କହିବା ଅନୁସାରେ ତାଙ୍କ ଇସ୍ତଫା ପତ୍ର ନେଇ ପ୍ରତିନିଧି ବଙ୍ଗଭବନରୁ ଦେଶର ସଂସଦ ଅଭିମୁଖେ ବାହାରି ଯାଇଛନ୍ତି।
ମହମ୍ମଦ ଶହାବୁଦ୍ଦିନ୍ ଗତ ୨୦୨୩ ଅପ୍ରେଲରେ ବାଂଲାଦେଶର ରାଷ୍ଟ୍ରପତି ପଦଭାର ଗ୍ରହଣ କରିଥିଲେ। ଗତ ୨୦୨୪ ଅଗଷ୍ଟରେ ହୋଇଥିବା ଆନ୍ଦୋଳନ ପରେ ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ବହିଷ୍କାର କରାଯିବା ଏବଂ କିଛି ଦିନ ପରେ ଏକ କାମଚଳା ସରକାର ଗଠନ ହେବା ପରେ, ଦେଶରେ ସୃଷ୍ଟି ହୋଇଥିବା ଅସ୍ଥିର ସମୟରେ ସେ ଦେଶର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ। ବାଂଲାଦେଶ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରମୁଖ୍ୟ। ଏହି ପଦବୀ ମୁଖ୍ୟତଃ ଆନୁଷ୍ଠାନିକ, ହେଲେ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ୍ ପାଖରେ ରହିଛି।
ବାଂଲାଦେଶ ରାଷ୍ଟ୍ରପତିଙ୍କ ଇସ୍ତଫା ଏପରି ଗଣମାଧ୍ୟମ ରିପୋର୍ଟ ମଧ୍ୟରେ ଆସିଛି, ଯେଉଁଥିରେ କୁହାଯାଇଛି ମହମ୍ମଦ ଶହାବୁଦ୍ଦିନ୍ ଚଳିତ ବର୍ଷ ମେ ମାସରେ ଚିକିତ୍ସା ପାଇଁ ଲଣ୍ଡନ ଗସ୍ତ କରିବା ସମୟରେ ଫୋନ୍ ଯୋଗେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ କଥା ହୋଇଥିଲେ। ଗତ ମେ ୯ ତାରିଖରେ ରାଷ୍ଟ୍ରପତି ଶାହାବୁଦ୍ଦିନ ଲଣ୍ଡନ ଯାଇଥିଲେ ଏବଂ ମେ ୧୮ ତାରିଖରେ ଫେରି ଆସିଥିଲେ। ଶେଖ୍ ହସିନା ୨୦୨୪ ଅଗଷ୍ଟରୁ ଭାରତରେ ନିର୍ବାସିତ ଜୀବନଯାପନ କରୁଛନ୍ତି।
ଏହା ସହ ପଢନ୍ତୁ: 'ମୋର ପୂର୍ବଜ ହିନ୍ଦୁ ଥିଲେ, ପାକିସ୍ତାନରେ ପଢାଯାଉଛି ଭୁଲ ଇତିହାସ'
କିଏ ଏହି ମହମ୍ମଦ ଶହାବୁଦ୍ଦିନ୍?
ମହମ୍ମଦ ଶହାବୁଦ୍ଦିନ ୨୦୨୩ ଅପ୍ରେଲ ୨୩ ତାରିଖରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତତ୍କାଳୀନ ବାଚସ୍ପତି ଶିରିନ ଶର୍ମିନ ଚୌଧୁରୀ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ତତ୍କାଳୀନ ଶାସକ ଦଳ ଆୱାମୀ ଲିଗ୍ ପ୍ରାର୍ଥୀ ଥିଲେ। ୨୦୨୩ ଫେବୃଆରୀ ୧୩ ତାରିଖରେ ନିର୍ବିରୋଧରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। କାରଣ ସେତେବେଳେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ସେ ହେଉଛନ୍ତି ଜଣେ ସ୍ୱାଧିନତା ସଂଗ୍ରାମୀ, ଯିଏ ଗତ ୨୦୦୬ ରେ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ ଅବସର ନେଇଥିଲେ। ସେ ୨୦୧୧ ରୁ ୨୦୧୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ଆୟୋର କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ଶହାବୁଦ୍ଦିନ ଆୱାମୀ ଲିଗର ପାବନା ଏଡୱାର୍ଡ କଲେଜ ଛାତ୍ର ଶାଖାର ସାଧାରଣ ସମ୍ପାଦକ ଏବଂ ପାବନା ଜିଲ୍ଲା ଛାତ୍ର ଲିଗ ଏବଂ ଯୁବ ଲିଗ ସଭାପତି ରହିଥିଲେ। ସେ ବାଂଲାଦେଶ କୃଷକ ଶ୍ରମିକ ଆୱାମୀ ଲିଗ ଜିଲ୍ଲା ୟୁନିଟ୍ ଯୁଗ୍ମ ସମ୍ପାଦକ ଏବଂ ଆୱାମୀ ଲିଗ ଜିଲ୍ଲା ୟୁନିଟ ପ୍ରଚାର ସମ୍ପାଦକ ମଧ୍ୟ ରହିଥିଲେ। ଏପରିକି ସେ ଦଳର ପରାମର୍ଶଦାତା ପରିଷଦରେ ମଧ୍ୟ କାର୍ଯ୍ୟ କରିଥିଲେ। ଯାହାର ଗତିବିଧି ଉପରେ ବର୍ତ୍ତମାନ ନିଷେଧାଦେଶ ଜାରି ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Bangladesh President ResignsMohammed Shahabuddin ResignationPresident Mohammed Shahabuddin Steps DownBangladesh Political Crisis NewsFreedom Fighter Mohammed ShahabuddinBangladesh President Mohammed Shahabuddin resigns postFreedom fighter president of Bangladesh steps downBangabhaban presidential transition updates