Videos
|
International

Khawaja Asif Hindu Ancestors / 'ମୋର ପୂର୍ବଜ ହିନ୍ଦୁ ଥିଲେ, ପାକିସ୍ତାନରେ ପଢାଯାଉଛି ଭୁଲ ଇତିହାସ'

Subhramjit Ray
Browse all articles by Subhramjit Ray
·3 months ago·3 min read
'ମୋର ପୂର୍ବଜ ହିନ୍ଦୁ ଥିଲେ, ପାକିସ୍ତାନରେ ପଢାଯାଉଛି ଭୁଲ ଇତିହାସ'
Pakistan Defence Minister Khawaja Asif

Key Points

ଦେଶରେ ପଢାଯାଉଥିବା ଇତିହାସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ। ସେ କହିଛନ୍ତି ଯେ ପାକିସ୍ତାନରେ ପ୍ରକୃତ ଇତିହାସ ପଢ଼ାଯାଉନାହିଁ। ଅଧାରୁ ଅଧିକ ପାକିସ୍ତାନୀ ବିଶ୍ୱାସ କରୁଛନ୍ତି ଯେ ସେମାନଙ୍କ ପୂର୍ବପୁରୁଷ ଇରାନ କିମ୍ବା ଆରବ ଦେଶରୁ ଆସିଥିଲେ।
Pakistan Defence Minister Khawaja Asif: ନିକଟରେ ଦେଇଥିବା ଏକ ସାକ୍ଷାତକାର ପରେ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍। ସାକ୍ଷାତକାର ଦେବା ସମୟରେ ସେ ଦେଇଥିବା ସେ ଯାହା କହିଛନ୍ତି ତାହା ଦେଶର ପରିଚୟ ଏବଂ ଇତିହାସ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି। ପାକିସ୍ତାନୀ ମନ୍ତ୍ରୀ ଖୋଲାଖୋଲି ଭାବରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନରେ ଭୁଲ ଇତିହାସ ପଢ଼ାଯାଉଛି। ପାକିସ୍ତାନୀ ସେମାନଙ୍କ ମୂଳ ପରିଚୟ ଠାରୁ ଦୂରେଇ ଯାଉଛନ୍ତି।

ସାକ୍ଷାତକାର ଦେବା ଅବସରରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ, "ଆମେ ପାକିସ୍ତାନୀ ମୁସଲମାନ ଆମର ହିନ୍ଦୁ ପୂର୍ବପୁରୁଷଙ୍କୁ ଘୃଣା କରୁ। ଅଧାରୁ ଅଧିକ ପାକିସ୍ତାନୀ ସେମାନଙ୍କ ପୂର୍ବଜଙ୍କୁ ନେଇ ମିଥ୍ୟା ନେଇ ଦାବି କରିଥାନ୍ତି। ସେମାନେ କହିଥାନ୍ତି ଯେ ସେମାନଙ୍କ ପୂର୍ବପୁରୁଷ ସାଉଦି ଆରବ କିମ୍ବା ଇରାନରୁ ଆସିଥିଲେ। ଏଭଳି ମାନସିକତା ଜାଣିଶୁଣି ପାକିସ୍ତାନୀଙ୍କ ମନରେ ଭରି ଦିଆଯାଇଥିଲସ। ଯାହା ଦ୍ୱାରା ଦେଶର ନୂତନ ପିଢ଼ି ସେମାନଙ୍କର ମୂଳ ସାଂସ୍କୃତିକ ପରିଚୟରୁ ବିଚ୍ଛିନ୍ନ ହୋଇଯିବ।"

ଇତିହାସ ଉପରେ ପ୍ରଶ୍ନ ଉଠାଇ ଖୱାଜା ଆସିଫ୍ କହିଛନ୍ତି ଯେ ପାକିସ୍ତାନରେ ହିନ୍ଦୁ ଶାସକଙ୍କୁ ଇତିହାସ ପୁସ୍ତକରୁ ପ୍ରାୟତଃ ଗାଏବ ଦିଆଯାଇଛି। ସେ କହିଛନ୍ତି ଯେ, ଆମେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକଙ୍କୁ ଇତିହାସ ପୁସ୍ତକରୁ ହଟାଇ ଦେଇଥିଲୁ କାରଣ ସେମାନେ ହିନ୍ଦୁ ଥିଲେ। ସେ ଆହୁରି କହିଛନ୍ତି, ମୋର ପୂର୍ବପୁରୁଷ ହିନ୍ଦୁ ଥିଲେ। ଏହା ଦ୍ୱାରା କ'ଣ ମୁଁ କମ୍ ପାକିସ୍ତାନୀ ହୋଇଯିବି? ତାଙ୍କ କହିବା ଅନୁସାରେ, ପାକିସ୍ତାନରେ ପଢ଼ାଯାଉଥିବା ପୁସ୍ତକ ସେହି ଲୋକଙ୍କ ଦ୍ୱାରା ଲେଖାଯାଇଥିଲା ଯେଉଁମାନେ ଭବିଷ୍ୟତ ପିଢ଼ି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବିଚାରଧାରା ବିକଶିତ କରିବାକୁ ଚେଷ୍ଟା କରୁଥିଲେ।

ଏହା ସହିତ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!

ପାକିସ୍ତାନ ସମାଜର ମାନସିକତା ବଦଳି ଯାଇଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଖ୍ୱାଜା ଆସିଫ କହିଛନ୍ତି ଯେ ଆମେରିକା ଲଢୁଥିବା ଯୁଦ୍ଧରେ ପାକିସ୍ତାନକୁ ବ୍ୟବହାର କରିବା ପାଇଁ ସମାଜର ମାନସିକତା ବଦଳି ଯାଇଛି। ଇତିହାସକୁ ସେହି ଅନୁସାରେ ଉପସ୍ଥାପନ କରାଯାଇଛି। ପାକିସ୍ତାନର ଛାତ୍ର ସମାଜ ତଥ୍ୟଗତ ଇତିହାସ ଶିଖୁନାହିଁ। ଆଜି ପାକିସ୍ତାନର ଅନେକ ଲୋକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଅଶୋକ କିଏ ଥିଲେ ତାହା ମଧ୍ୟ ଜାଣନ୍ତି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କର ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ପୂର୍ବରୁ ଆମେରିକା-ଇସ୍ରାଏଲ ପ୍ରସଙ୍ଗକୁ ନେଇ ବିବାଦରେ ଫସି ରହିଛି। ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସମେତ ଅନେକ ମୁସଲିମ ଦେଶକୁ ଆବ୍ରାହମ ଚୁକ୍ତିରେ ସାମିଲ ହେବା ଏବଂ ଇସ୍ରାଏଲ୍କୁ ଏକ ଦେଶ ଭାବରେ ମାନ୍ୟତା ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଏହା ସହିତ ପଢନ୍ତୁ: ନାଁ ତେଲ ନାଁ ଟଙ୍କା; ବ୍ଲାକ୍ ଆଉଟ୍ ପାଇଁ ରିପବ୍ଲିକ୍ ଡେ ପ୍ୟାରେଡ୍ ବନ୍ଦ

ଇସ୍ରାଏଲ୍କୁ ଦେଶ ଭାବେ ମାନ୍ୟତା ଦେବ ନାହିଁ ପାକିସ୍ତାନ: ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନ ଇସ୍ରାଏଲ୍କୁ ଏକ ଦେଶ ଭାବରେ ମାନତ୍ୟ ଦେବ ନାଁ ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଥିଲେ, "ମୁଁ ବ୍ୟକ୍ତିଗତ ଭାବରେ ଭାବୁନାହିଁ ଯେ ଆମର ମୌଳିକ ଚିନ୍ତାଧାରା ସହିତ ବିରୋଧାଭାସ କରୁଥିବା କୌଣସି ଚୁକ୍ତିରେ ଆମେ ଯୋଗ ଦେବା ଉଚିତ। ପାକିସ୍ତାନର ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦରେ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି। ଯେପର୍ଯ୍ୟନ୍ତ ୧୯୬୭ ସୀମା ଆଧାରରେ ଏକ ସ୍ୱାଧୀନ ପାଲେଷ୍ଟାଇନୀ ରାଷ୍ଟ୍ର ପ୍ରତିଷ୍ଠା ହୋଇନାହିଁ ଏବଂ ପୂର୍ବ ଜେରୁସାଲେମ ସହରକୁ ଏହାର ରାଜଧାନୀ ଭାବରେ ଗ୍ରହଣ କରାଯାଇ ନାହିଁ, ସେପର୍ଯ୍ୟନ୍ତ ପାକିସ୍ତାନ, ଇସ୍ରାଏଲକୁ ଏକ ଦେଶ ଭାବରେ ମାନ୍ୟତା ଦେବ ନାହିଁ।

ପାକିସ୍ତାନ ଏହାର ୭୮ ବର୍ଷର ଇତିହାସରେ କେବେ ସରକାରୀ ଭାବରେ ଇସ୍ରାଏଲ୍କୁ ଏକ ଦେଶ ଭାବରେ ମାନ୍ୟତା ଦେଇନାହିଁ। ଏପରିକି ପାକିସ୍ତାନୀ ପାସପୋର୍ଟରେ ଏକଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଦେଶର କୌଣସି ନାଗରିକ ଇସ୍ରାଏଲ ଯାତ୍ରା କରିପାରିବେ ନାହିଁ। ପାକିସ୍ତାନ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ମଧ୍ୟ ଆମେରିକା ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଉଠିଛି। ଶାସକ ରିପବ୍ଲିକାନ୍ ପାର୍ଟି ସିନେଟର ଲିଣ୍ଡସେ ଗ୍ରାହାମ ପାକିସ୍ତାନର ଭୂମିକା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଇସ୍ରାଏଲ ପ୍ରତି ପାକିସ୍ତାନର ଦୀର୍ଘକାଳୀନ ନକାରାତ୍ମକ ମନୋଭାବ ଆମେରିକା, ଇରାନ କିମ୍ବା ଇସ୍ରାଏଲ ସହିତ ଜଡିତ ମାମଲାରେ ମଧ୍ୟସ୍ଥତାକୁ ସମସ୍ୟାପୂର୍ଣ୍ଣ କରିଦେବ।