Bangladesh President Election 2026 / ୨୦ ଅଗଷ୍ଟରେ ହେବ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନ, ୧୩ ତାରିଖ ସୁଦ୍ଧା ଦାଖଲ ହେବ ନାମାଙ୍କନ ପତ୍ର
·1 hour ago·2 min read

Key Points
ଦେଶର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ବାଂଲାଦେଶ ନିର୍ବାଚନ ଆୟୋଗ।
Bangladesh President Election 2026 Schedule: ବାଂଲାଦେଶ ଇଲେକସନ୍ କମିଶନ ଗୁରୁବାର (୬ ଅଗଷ୍ଟ) ଦେଶର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। ବାଂଲାଦେଶ ନିର୍ବାଚନ କମିଶନ ବରିଷ୍ଠ ସଚିବ ଅଖତର ଅହମ୍ମଦ ରାଜଧାନୀ ଢାକା ସ୍ଥିତ ନିର୍ବାଚନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୧୩ ତାରିଖ ସକାଳ ଦଶଟାରୁ (10:00 AM) ଅପରାହ୍ନ ଚାରିଟା (04:00 PM) ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ।
ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟସୂଚୀ
ସେହିପରି ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି ୧୮ ଅଗଷ୍ଟ। ଆସନ୍ତା ୨୦ ତାରିଖରେ ଅପରାହ୍ନ ଦୁଇଟାରୁ (02:00 PM) ସନ୍ଧ୍ୟା ପାଞ୍ଚଟା (05:00 PM) ପର୍ଯ୍ୟନ୍ତ ଜାତୀୟ ସଂସଦର ଅଧିବେଶନ ପ୍ରକୋଷ୍ଠରେ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ବାଂଲାଦେଶ ନିର୍ବାଚନ ଆୟୋଗ (Bangladesh Election Commission) ଦେଶର ସଂସଦ ସଚିବାଳୟରୁ ରାଷ୍ଟ୍ରପତି ନିର୍ବାଚନ (Bangladesh President Election 2026) ପାଇଁ ଭୋଟର ତାଲିକା ପାଇଥିଲେ। ଯଦି କେବଳ ଜଣେ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୁଅନ୍ତି, ତାହେଲେ ଭୋଟଗ୍ରହଣ କରାଯିବ ନାହିଁ।
ଏହା ସହ ପଢନ୍ତୁ: ଇସ୍ତଫା ଦେଲେ ବାଂଲାଦେଶୀ ରାଷ୍ଟ୍ରପତି; ସାମ୍ନାକୁ ଆସିଲା କାରଣ
କାହିଁକି ଅନୁଷ୍ଠିତ ହେଉଛି ନିର୍ବାଚନ?
ଗତ ଜୁଲାଇ ୨୪ ତାରିଖରେ ବର୍ତ୍ତମାନର ବାଂଲାଦେଶ ମହମ୍ମଦ ଶାହାବୁଦ୍ଦିନ୍ (Bangladesh President Mohammed Shahabuddin) ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦେଶର ଜାତୀୟ ସଂସଦର (Speaker of the Jatiya Sangsad Bangladesh) ବାଚସ୍ପତି ହାଫିଜ୍ ଉଦ୍ଦିନ୍ ଅହମ୍ମଦ (Hafiz Uddin Ahmad) କାର୍ଯ୍ୟକାରୀ ରାଷ୍ଟ୍ରପତି (Acting Bangladesh President 2026) ଭାବରେ ପଦଭାର ଗ୍ରହଣ କରିଥିଲେ। ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନଙ୍କ ନେତୃତ୍ୱରେ ନିର୍ବାଚନ କମିଶନ ୨୮ ଜୁଲାଇରେ କାର୍ଯ୍ୟକାରୀ ବାଚସ୍ପତି ବାରିଷ୍ଟର କୈସର କମଲଙ୍କ ସହ ସାକ୍ଷାତ କରିଥିଲେ।
ଏହି ବୈଠକ ରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୯୧ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଏହି ଆଇନ୍ ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ କମିଶନ ବାଚସ୍ପତିଙ୍କ ସହ ପରାମର୍ଶ କରିବାକୁ ବାଧ୍ୟ। ବାଂଲାଦେଶ ସମ୍ବିଧାନର ଧାରା ୧୨୩(୨) ଅନୁଯାୟୀ, ଇସ୍ତଫା ଦ୍ୱାରା ଖାଲି ହୋଇଥିବା ରାଷ୍ଟ୍ରପତିଙ୍କ ପଦବୀ ପୂରଣ ପାଇଁ ନିର୍ବାଚନ, ଏହି ପଦ ଖାଲି ହେବାର ୯୦ ଦିନ ମଧ୍ୟରେ ହେବା ଆବଶ୍ୟକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories