Macron Couple Clash / କାହିଁକି ରାଷ୍ଟ୍ରପତିଙ୍କୁ ବିମାନରେ ଚାପୁଡ଼ା ମାରିଥିଲେ ପତ୍ନୀ? ସାମ୍ନାକୁ ଆସିଲା କାରଣ
·1 hour ago·3 min read

Key Points
ଗତ ବର୍ଷ ଭିଏତନାମ ଗସ୍ତ ସମୟରେ କାହିଁକି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ କାହିଁକି ମୁହାମୁହିଁ ହୋଇଛନ୍ତି ତାହାର କାରଣ ଏବେ ସାମ୍ନାକୁ ଆସିଛି।
Iranian Actress Golshifteh Farahani: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଗତ ବର୍ଷ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନଙ୍କ ସହ ତାଙ୍କର ଏକ ଭିଡିଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଭିଏତନାମ ଗସ୍ତ ବେଳେ ବିମାନର ଦ୍ୱାର ଖୋଲିବା ସମୟରେ ହଠାତ୍ ଇମାନୁଏଲ ମାକ୍ରୋନଙ୍କୁ ଠେଲି ଦେଇଥିଲେ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ। ସେତେବେଳେ ରାଷ୍ଟ୍ରପତି ମାକ୍ରୋନ୍ ଏହାକୁ ଏକ ମଜାକ ମସ୍ତ ଘଟଣା ବୋଲି ବର୍ଣ୍ଣନା କରିଥିଲେ। ହେଲେ ଏହି ଘଟଣା ପଛରେ ଲୁଚି ରହିଥିବା ରହସ୍ୟ ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ନୂତନ ପୁସ୍ତକରେ ଦାବି କରାଯାଇଛି ଯେ ଏହି ଘଟଣା ପଛରେ ପ୍ରକୃତ କାରଣ ଅନ୍ୟ କିଛି ରହିଥିଲା। ଏହି ପୁସ୍ତକ ଅନୁଯାୟୀ ଜଣେ ଇରାନୀ ଅଭିନେତ୍ରୀଙ୍କୁ ପଠାଯାଇଥିବା ଏକ କଥିତ ବାର୍ତ୍ତାକୁ ନେଇ ରାଷ୍ଟ୍ରପତି ମାକ୍ରୋନ୍ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯେଉଁଥି ପାଇଁ ମାହୋଲ ବିଗିଡ଼ି ଯାଇଥିଲା।
ଏହି ଘଟଣାକୁ ଆଜିକୁ ଠିକ୍ ବର୍ଷକ ତଳେ (୨୦୨୫ ମେ) ଭିଏତନାମ ରାଜଧାନୀ ହାନୋଇ ସ୍ଥିତ ବିମାନବନ୍ଦରରେ ଘଟିଥିଲା। ସେତେବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ଭିଏତନାମ ଗସ୍ତରେ ଆସିଥିଲେ। ବିମାନର ଦ୍ୱାର ଖୋଲିବା ପରେ ରାଷ୍ଟ୍ରପତିଙ୍କୁ ତାଙ୍କ ପତ୍ନୀ ତାଙ୍କ ମୁହଁରେ ଧକ୍କା ଦେଇ ଠେଲି ଦେଇଥିଲେ। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ନ୍ୟୁଜ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ଦ୍ୱାରା କଏଦ ହୋଇଥିଲା। ସେତେବେଳେ ରାଷ୍ଟ୍ରପତି ମାକ୍ରୋନ୍ ଏହି ଘଟଣାକୁ ଏକ ମଜାକ ବୋଲି କହି ଏଡ଼ାଇ ଦେଇଥିଲେ। ହେଲେ ବର୍ତ୍ତମାନ ମାକ୍ରୋନ୍ ଦମ୍ପତିଙ୍କ ଉପରେ ଲିଖିତ ଏକ ନୂତନ ପୁସ୍ତକ ଏହି ହାନୋଇ ବିମାନ ବନ୍ଦରରେ ଘଟିଥିବା ଘଟଣାକୁ ଭିନ୍ନ କାହାଣୀ ଭାବରେ ଉପସ୍ଥାପନ କରିଛି।
ଏହ ସହ ପଢନ୍ତୁ: ପତ୍ନୀଙ୍କ ପାଇଁ ବିବାଦରେ ଆମେରିକୀୟ ପ୍ରତିରକ୍ଷା ସଚିବ; କ'ଣ ରହିଛି ପୁରା ଘଟଣାକ୍ରମ?
ପୁସ୍ତକରେ କ'ଣ ଦାବି କରାଯାଇଛି?
ମାକ୍ରୋନ୍ ଦମ୍ପତିଙ୍କ ଉପରେ ଯେଉଁ ପୁସ୍ତକ ଲେଖାଯାଇଛି ତାହାର ଶୀଷର୍କ "ଅନ୍ କପଲ୍ (ପ୍ରେସ୍କ୍ୟୁ) ପରଫେଟ୍" (Un Couple (Presque) Parfait) ରଖାଯାଇଛି। ଯାହାର ଅର୍ଥ ହେଉଛି "ପ୍ରାୟ ଏକ ସଫଳ ଦମ୍ପତି"। ଏହି ପୁସ୍ତକର ରଚୟିତା ହେଉଛନ୍ତି ପ୍ୟାରିସ୍ ମ୍ୟାଚ୍ ପତ୍ରିକାର ରାଜନୈତିକ ପ୍ରତିନିଧି ଫ୍ଲୋରିଆନ୍ ଟାର୍ଡିଫ୍ (French journalist Florian Tardif)। ଏହି ପୁସ୍ତକ ଦାବି କରିଛି ଯେ ନିର୍ବାସିତ ଇରାନୀ ଅଭିନେତ୍ରୀ ଗୋଲସିଫ୍ତେ ଫାରାହାନିଙ୍କୁ (Exiled Iranian Actress Golshifteh Farahani) କଥିତ ରୂପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ (French President Emmanuel Macron) ତାଙ୍କ ଫୋନ୍ ରେ ଏକ ବାର୍ତ୍ତା ପଠାଇଥିଲେ। ଏହାକୁ ଦେଖିବା ପରେ ଫ୍ରାନ୍ସର ପ୍ରଥମ ମହିଳା (ରାଷ୍ଟ୍ରପତିଙ୍କ ପତ୍ନୀ) ବ୍ରିଜିଟ୍ ମାକ୍ରୋନ୍ (Brigitte Macron) ତାତି ଉଠିଥିଲେ। ଲେଖିକ ଫ୍ଲୋରିଆନ୍ ଟାର୍ଡିଫ୍ ଦାବି କରିଛନ୍ତି ଯେ ସେହି ବାର୍ତ୍ତା ଦେଖିବା ପରେ, ବ୍ରିଜିଟ୍ ମାକ୍ରୋନ୍ ସନ୍ଦେହ କରୁଥିଲେ ଯେ ତାଙ୍କ ସ୍ୱାମୀ ଇମାନୁଏଲ ମାକ୍ରୋନ ତାଙ୍କୁ ଛାଡି ସେହି ନିର୍ବାସିତ ଇରାନୀ ଅଭିନେତ୍ରୀଙ୍କ ପାଖକୁ ଯାଇପାରନ୍ତି।
ଏହା ସହ ପଢନ୍ତୁ: ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?
ଇରାନୀ ଅଭିନେତ୍ରୀ ଗୋଲସିଫ୍ତେ ଫାରାହାନି (୪୨ ବର୍ଷ) ୪୮ ବର୍ଷୀୟ ମାକ୍ରୋନ୍ ଙ୍କ ସହିତ କୌଣସି ପ୍ରେମ ସମ୍ପର୍କକୁ ମଧ୍ୟ ଅସ୍ୱୀକାର କରିଛନ୍ତି। ସାମ୍ବାଦିକ ଟାର୍ଡିଫ୍ ଏହା ମଧ୍ୟ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେବଳ ଏକ ବନ୍ଧୁତା ରହିଥିଲା। ହେଲେ ତଥାପି ତାଙ୍କ ପୁସ୍ତକର ପ୍ରଚାର କରୁଥିବା RTL ରେଡିଓ ସହିତ ଏକ ସାକ୍ଷାତକାରରେ, ଟାର୍ଡିଫ୍ କହିଛନ୍ତି ଯେ ରାଷ୍ଟ୍ରପତି ମାକ୍ରୋନ୍ ଅଭିନେତ୍ରୀଙ୍କୁ ଏପରି ବାର୍ତ୍ତା ପଠାଇଥିଲେ ଯାହା କଥାକୁ ବହୁତ ଆଗକୁ ନେଇ ଯାଇଥିଲା। ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ରାଷ୍ଟ୍ରପତି ମାକ୍ରୋନ୍ ଇରାନୀ ଅଭିନେତ୍ରୀଙ୍କ ପାଖକୁ ପଠାଇଥିବା ବର୍ତ୍ତାରେ ଲେଖିଥିଲେ ଯେ, " ଆପଣ ମୋତେ ବହୁତ ସୁନ୍ଦର ଦିଶୁଛନ୍ତି।"
ଏହା ସହ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!
"ଦି ଟାଇମ୍ସ" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ପୁସ୍ତକ ଦାବି କରିଛି ଯେ ରାଷ୍ଟ୍ରପତି ମାକ୍ରୋନ୍ ଇରାନୀ ଅଭିନେତ୍ରୀଙ୍କ ପାଖକୁ ଏପରି ଏକ ବାର୍ତ୍ତା ପଠାଇଥିଲେ ଯେ, ଯାହାକୁ ନେଇ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିବା ବ୍ରିଜିଟ୍ ଶେଷରେ ମାକ୍ରୋନ୍ ଙ୍କୁ ଏକ ଚାପୁଡ଼ା ମାରିବା ସହ ନିଜର ଅସନ୍ତୋଷ ଜାହିର କରିଥିଲା। ଲେଖକ ଦାବି କରିଛନ୍ତି ଯେ ପୁସ୍ତକରେ ଯାହା କିଛି ଲେଖାଯାଇଛି ତାହା କେବଳ ସତ୍ୟ ଉପରେ ଆଧାରିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories