Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

London train accident / ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪୦ ରୁ ଅଧିକ ଆହତ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪୦ ରୁ ଅଧିକ ଆହତ
London train accident

Key Points

ଲୁଟନ୍-ବେଡ଼ଫୋର୍ଡ଼ ମଧ୍ୟରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଦୁଇ ସହର ମଧ୍ୟରେ ଟ୍ରେନ୍ ସେବା ଦୁର୍ଘଟଣା ପରେ ବାଧାପ୍ରାପ୍ତ ହୋଇଛି।
Two trains collide at Bedford London: ଲଣ୍ଡନ ନିକଟସ୍ଥ ବେଡ଼ଫୋର୍ଡ଼ ଅଞ୍ଚଳରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିବାର ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବେଡ଼ଫୋର୍ଡ଼ ସହରରେ ହୋଇଥିବା ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରୀୟ ଲଣ୍ଡନ (Central London Area) ସ୍ଥିତ ସେଣ୍ଟ ପାନକ୍ରାସ୍ ରେଳ ଷ୍ଟେସନ୍ (Saint Pancras Railway Station) କୁ କେନ୍ଦ୍ରୀୟ ଇଂଲଣ୍ଡ (Central England) ସହିତ ସଂଯୋଗ କରୁଥିବା ମାର୍ଗରେ ବେଡ଼ଫୋର୍ଡ଼ଶାୟାର ସହରର (Bedfordshire City) ଦକ୍ଷିଣ ଭାଗରେ ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ପରେ ଲୁଟନ୍-ବେଡ଼ଫୋର୍ଡ଼ ମଧ୍ୟରେ ଟ୍ରେନ ସେବା (Luton-Bedford Train Service) ବନ୍ଦ କରାଯାଇଛି। ପୂର୍ବ ମିଡଲ୍ୟାଣ୍ଡସ୍ ରେଳବାଇ (East Midland Railway) ଏକ ଏକ୍ସ ପୋଷ୍ଟ କରି କହିଛି ଯେ ପରିସ୍ଥିତିର ମୁକାବିଲା କରିବାକୁ ଯାଇ ଜରୁରୀକାଳୀନ ସେବା କାମ କରୁଥିବାରୁ ସେଣ୍ଟ ପାନକ୍ରାସ୍-ଲିସେଷ୍ଟର ମଧ୍ୟରେ ଟ୍ରେନ୍ (Saint Pancras-Leicester Train Route) ଚଳାଚଳ କରି ପାରୁନାହିଁ।

ଏହା ସହ ପଢନ୍ତୁ: ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ

ଏହି ଘଟଣା ସମ୍ପର୍କରେ ପ୍ରତ୍ରିକ୍ରିୟା ରଖି ବ୍ରିଟିଶ ପରିବହନ ପୋଲିସ (British Transport Police) କହିଛି ଯେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ବେଡ଼ଫୋର୍ଡ଼ଶାୟାର ସହର ପୋଲିସ (Bedfordshire Police) ଏବଂ ଅଗ୍ନିଶମ ବାହିନୀ (Bedfordshire Fire Brigade) ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆମେ ଲୋକଙ୍କୁ ଏହି ଅଞ୍ଚଳକୁ ନଯିବା ପାଇଁ ଅନୁରୋଧ କରୁଛୁ।

ଏହି ଘଟଣାର ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି। ହେଲେ ଏହାର ସତ୍ୟତା ଯାଞ୍ଚ ହୋଇନାହିଁ। ଯେଉଁଥିରେ ଦେଖିବାକୁ ମିଳିଛି ପୂର୍ବ ମିଡଲ୍ୟାଣ୍ଡସ୍ ରେଳବାଇ (EMR) ଦ୍ୱାରା ପରିଚାଳିତ ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ଗୋଟିଏ ଟ୍ରେନ୍ ଅନ୍ୟ ଟ୍ରେନ୍ ସହ ଧକ୍କା ହୋଇଛି। ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ବଗି ପାଖରେ ଯାତ୍ରୀ ରେଲୱେ ଟ୍ରାକ୍ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଏହି ଘଟଣାରେ ପୋଷ୍ଟ ହୋଇଥିବା ଫଟୋ ଅନୁସାରେ ଟ୍ରେନ୍ ରେଳ ଧାରଣାରେ ସିଧା ଛିଡ଼ା ହୋଇଥିବାର ନଜର ଆସୁଛି। ପୂର୍ବ ମିଡ଼ଲ୍ୟାଣ୍ଡସ୍ ରେଳବାଇ ଏକ ଏକ୍ସ ପୋଷ୍ଟ ସେୟାର କରି କହିଛି ଯେ ଜରୁରୀକାଳୀନ ସେବାକୁ ଲଣ୍ଡନ ସେଣ୍ଟ ପାନକ୍ରାସ୍-ଲିସେଷ୍ଟର ମଧ୍ୟରେ ନିୟୋଜିତ କରାଯାଇଛି। ପୂର୍ବ ଇଂଲଣ୍ଡ ଆମ୍ବୁଲାନ୍ସ ସେବା ଏହାର ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି କହିଛି ଯେ, ବେଡ଼ଫୋର୍ଡ଼ ସହରର ଦକ୍ଷିଣ ଭାଗରେ ହୋଇଥିବା ରେଳ ଦୁର୍ଘଟଣାର ମୁକାବିଲା ପାଇଁ ଆବଶ୍ୟକୀୟ ସହଯୋଗ ପଠାଯାଇଛି। ଯେଉଁଥିରେ ଏକ ଏୟାର ଆମ୍ବୁଲାନ୍ସ, (Air Ambulance) ଏବଂ ଉଦ୍ଧାରକାରୀ ଦଳ (Hazardous Area Response Team) ସାମିଲ ରହିଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
London Train Crash: 1 Dead, Over 40 Injured Near Bedford | Argus News