Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ

International

Belgium Railway Crossing Accident / ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ
ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ

Key Points

ଉତ୍ତର ବେଲଜିୟମ୍ ର ବୁଗେନହାଉଟ୍ ଗ୍ରାମର ରେଳ ଷ୍ଟେସନ ନିକଟରେ ରହିଥିବା ଏକ ରେଲୱେ କ୍ରସିଂ ଠାରେ ଏହି ଦୁର୍ଘଟଣା ଘଟିଛି। ଏହି ସ୍ଥାନ ରାଜଧାନୀ ବ୍ରସେଲସ୍ ଠାରୁ ୨୩ କିଲୋମିଟର ଦୂରରେ ଅବସ୍ଥିତ।
Belgium Train-School Bus Accident: ବେଲଜିୟମ୍ ରେ ଏକ ସ୍କୁଲ ବସ୍ କୁ ଧକ୍କା ଦେଇଛି ଏକ ଟ୍ରେନ୍। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର କୁହାଯାଉଛି। ଯେତେବେଳେ ଏହି ଟ୍ରେନ୍ ଏହାର ଗନ୍ତବ୍ୟସ୍ଥଳସ ଅଭିମୁଖେ ଯାାତ୍ରା କରୁଥିଲା ସେତେବେଳେ ଫାଟକ ବନ୍ଦ ରହିବା ଲାଲ ବତୀ ଜଳୁଥିଲା। ଏହି ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ଜରୁରୀକାଳୀନ ସେବା ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

ମଙ୍ଗଳବାର (ମେ ୨୬) ଉତ୍ତର ବେଲଜିୟମ୍ ରେ ୭ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ମିନି ସ୍କୁଲ ବସ୍ ସହିତ ଏକ ଟ୍ରେନ୍ ଧକ୍କା ହୋଇଥିଲା। ଏହି ଘଟଣାରେ ପ୍ରାୟ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୁଗେନହାଉଟ୍ ଗ୍ରାମର ରେଳ ଷ୍ଟେସନ ନିକଟରେ ରହିଥିବା ଏକ ରେଲୱେ କ୍ରସିଂ ଠାରେ ଧକ୍କା ହେବା ପରେ ସେହି ମିନି ବସ୍ ରେ ରହିଥିବା ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ସ୍ଥାନ ରାଜଧାନୀ ବ୍ରସେଲସ୍ ଠାରୁ ୨୩ କିଲୋମିଟର ଦୂରରେ ଅବସ୍ଥିତ।

ଏହା ସହ ପଢନ୍ତୁ:  ବ୍ୟାଙ୍କକ୍ ରେ ମାଲଗାଡ଼ି-ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ; ଅଗ୍ନିକାଣ୍ଡରେ ୮ ମୃତ

ଏହି ଘଟଣାରେ ପ୍ରତିକ୍ରିୟା ରଖି ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ ଏହି ମିନି ବସ୍ ଯୋଗେ ୭ ଜଣ ପିଲା, ଜଣେ ସୁପରଭାଇଜର ଏବଂ ଅନ୍ୟ ଜଣେ ଡ୍ରାଇଭର ଯାତ୍ରାା କରୁଥିଲେ। ଯଦିଓ ଏହି ୪ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି, ହେଲେ ବେଲଜିୟମ୍ ପୋଲିସ ମୃତକଙ୍କ ସଂଖ୍ୟା ନିଶ୍ଚିତ କରିବାକୁ ମନା କରିଦେଇଛି। ଏନେଇ ମୁଖପାତ୍ର ଫ୍ରେଡେରିକ୍ ସାକରେ କହିଛନ୍ତି ଯେ, ଏହି ଦୁର୍ଘଟଣାର ପ୍ରଭାବ ବହୁତ ଗୁରୁତର ରହିଛି। ମୃତକଙ୍କ ସଂଖ୍ୟା ବହୁତ ଅଧିକ ରହିତାଇ ପାରେ।

ସକାଳ ଆଠଟା ବେଳେ ଘଟିଥିଲା ଦୁର୍ଘଟଣା
ଫେଡ଼େରାଲ ପୋଲିସ ମୁଖପାତ୍ର ଆନ୍ ବର୍ଗର କହିଛନ୍ତି ଯେ ବୁଗେନହାଉଟ୍ ଗ୍ରାମ ନିକଟରେ ଘଟିଥିବା ଦୁର୍ଘଟଣା ସ୍ଥାନୀୟ ସମୟ ସକାଳ ଆଠଟା ବେଳେ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବସ୍ ଏକ ସ୍ୱତନ୍ତ୍ର ଶିକ୍ଷା ସ୍କୁଲ ଅଭିମୁଖେ ଯାତ୍ରା କରୁଥିଲେ। ଏହି ବସ୍ ରେ ମାଧ୍ୟମିକ ସ୍କୁଲ ପିଲା ରହିଥିଲେ। ବେଲଜିୟମ୍ ରେ ରେଲୱେ-କ୍ରସିଂ ଦୁର୍ଘଟଣାର ଇତିହାସ ରହିଛି। ଗତ ବର୍ଷ ଘଟିଥିବା ଏପରି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Belgium Train Crash: 4 Killed, Several Injured as Train Hits School Bus | Argus News