BLA Fidayeen Attack / ବିଏଲଏ ଆକ୍ରମଣରେ କମ୍ପିଉଠିଲା ପାକିସ୍ତାନ ତଟରକ୍ଷୀ ବାହିନୀ ଶିବିର; ଟଳିପଡ଼ିଲେ ୩୦ ସୈନ୍ୟ
·1 hour ago·2 min read

Key Points
BLA ଏହାର ବିବୃତ୍ତିରେ ଦାବି କରିଛି ଯେ ଏପର୍ଯ୍ୟନ୍ତ ଜଣରୁ ଅଧିକ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। BLA ଏହା ମଧ୍ୟ କହିଛି ଯେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ଏବଂ ଆହତଙ୍କୁ ଦୃଷ୍ଟିରେ ରଖି ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ।
BLA Fidayeen Attack Viral Video: ବଲୁଚ୍ ଲିବରେସନ୍ ଆର୍ମି (ବିଏଲଏ) ପକ୍ଷରୁ ବଲୁଚିସ୍ତାନ ପ୍ରଦେଶର ଗ୍ୱାଦର ଜିଲ୍ଲାର ଜିୱାନି ଅଞ୍ଚଳ। ଏଠାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ କମ୍ପିଉଠିଛି ପାକିସ୍ତାନ ତଟରକ୍ଷୀ ବାହିନୀର ପନୱାନ୍ ଶିବିର। ଏନେଇ ବିଏଲଏ (BLA) ପକ୍ଷରୁ କୁହାଯାଇଛି ଯେ ଏହି ଆକ୍ରମଣରେ ୩୦ ଜଣରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ହେଲେ ତଥାପି ବିଏଲଏ ପକ୍ଷରୁ ହୋଇଥିବା ଦାବିକୁ ସରକାରୀ ସ୍ତରରେ ନିଶ୍ଚିତ କରାଯାଇ ପାରିନାହିଁ। ଏପରିକି ପାକିସ୍ତାନୀ କର୍ତ୍ତୃପକ୍ଷ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।
ବଲୁଚ୍ ଲିବରେସନ୍ ଆର୍ମି (Baloch Liberation Army) ମୁଖପାତ୍ର ଜିୟନ୍ଦ ବଲୋଚଙ୍କ ନାମରେ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଆକ୍ରମଣ (BLA Fidayeen Attack) ଗତ ଶୁକ୍ରବାର (୩ ଜୁଲାଇ) ସନ୍ଧ୍ୟା ପ୍ରାୟ ୬:୩୨ ସମୟରେ ହୋଇଥିଲା। ସଙ୍ଗଠନ କହିବା ଅନୁଯାୟୀ ଏହାର ମଜିଦ୍ ବ୍ରିଗେଡ୍ (BLA Majeed Brigade) ଦ୍ୱାରା ଆତ୍ମଘାତୀ ଆକ୍ରମଣକାରୀ ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ୍, ଜିୱାନି ଅଞ୍ଚଳରେ (Jiwani Area ) ଅବସ୍ଥିତ ରହିଥିବା ପାକିସ୍ତାନ ତଟରକ୍ଷୀ ବାହିନୀ (Pakistan Coast Guards) ପନୱାନ୍ ଶିବିରରେ (PCG Panwan Camp) ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ଚଳାଇ ବିସ୍ଫୋରଣରେ ଏହାକୁ ଉଡ଼ାଇ ଦେଇଥିଲା।
ଏହା ସହ ପଢନ୍ତୁ: ଆକାଶରୁ ଆସି ସିଧା ରାସ୍ତାରେ ପଡ଼ିଲା ବିମାନ; ଆଖି ପିଛୁଳାକେ ହୋଇଗଲା ଧ୍ୱଂସ
ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଦାବି
ଏହି ବିବୃତ୍ତିରେ ଦାବି କରାଯାଇଛି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପନୱାନ୍ ଶିବିରକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଏହାର ଅଧିକାଂଶ ଗଠନ ଭଗ୍ନସ୍ତୁପରେ ପରିଣତ ହୋଇଥିଲା। ବିଏଲଏ କହିଛି ଯେ ବିସ୍ଫୋରଣ ପରେ ତୁରନ୍ତ, ଏହାର ଫତେହ ସ୍କ୍ୱାର୍ଡ ଯୋଦ୍ଧା (BLA Fatah Squad Fighters) ଶିବିର ଉପରେ ଚାରିପଟରୁ ଆକ୍ରମଣ କରିଥିଲେ। ସଙ୍ଗଠନ କହିବା ଅନୁଯାୟୀ ଫିଦାୟିନ୍ ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ସୁରକ୍ଷା କର୍ମୀଙ୍କୁ ଏକ ମୁହାଁମୁହିଁ ମୁକାବିଲାରେ ଟାର୍ଗେଟ କରାଯାଇଥିଲା।
ଆଗକୁ ମଧ୍ୟ ଜାରି ରହିବ ଆକ୍ରମଣ
ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ ସମଗ୍ର ଅପରେସନ ସହ ଜଡ଼ିତ ଏକ ବିସ୍ତୃତ ବିବରଣୀ ଏବଂ ଭିଡିଓ ସଙ୍ଗଠନର ଅଧିକାରିକ ଚ୍ୟାନେଲ ମାଧ୍ୟମରେ ଖୁବ୍ ଶୀଘ୍ର ପ୍ରକାଶ କରାଯିବ। BLA ଏହା ମଧ୍ୟ କହିଛି ଯେ ଏହା ବେଲୁଚିସ୍ତାନ ପ୍ରଦେଶର ସ୍ୱାଧିନତା ପାଇଁ ଏହାର ଦାବିକୁ ସମର୍ଥନ କରି ଏପରି ଆକ୍ରମଣ କରିବା ଜାରି ରଖିବ। ବର୍ତ୍ତମାନ BLA ଦ୍ୱାରା କରାଯାଉଥିବା ଏହି ଦାବିକୁ କୌଣସି ନିରପେକ୍ଷ ସୂତ୍ର ଦ୍ୱାରା ନିଶ୍ଚିତ କରାଯାଇ ନାହିଁ। ଏପରିକି ପାକିସ୍ତାନ ସରକାର କିମ୍ବା ସୁରକ୍ଷା ଏଜେନ୍ସି ଦ୍ୱାରା ଏହି ଘଟଣାରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।

#BREAKING: Baloch Liberation Army has claimed responsibility for suicide attack on the occupied Pakistani forces' Coast Guards camp at Panwan in Jiwani, Gwadar. “Over 30 enemy personnel have been killed so far, and dozens of others are severely injured”, says BLA statement. pic.twitter.com/S6mu6ChnYu
— Aditya Raj Kaul (@AdityaRajKaul) July 3, 202
ଏହା ସହ ପଢନ୍ତୁ: ଆକାଶରୁ ଆସି ସିଧା ରାସ୍ତାରେ ପଡ଼ିଲା ବିମାନ; ଆଖି ପିଛୁଳାକେ ହୋଇଗଲା ଧ୍ୱଂସ
ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଦାବି
ଏହି ବିବୃତ୍ତିରେ ଦାବି କରାଯାଇଛି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପନୱାନ୍ ଶିବିରକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଏହାର ଅଧିକାଂଶ ଗଠନ ଭଗ୍ନସ୍ତୁପରେ ପରିଣତ ହୋଇଥିଲା। ବିଏଲଏ କହିଛି ଯେ ବିସ୍ଫୋରଣ ପରେ ତୁରନ୍ତ, ଏହାର ଫତେହ ସ୍କ୍ୱାର୍ଡ ଯୋଦ୍ଧା (BLA Fatah Squad Fighters) ଶିବିର ଉପରେ ଚାରିପଟରୁ ଆକ୍ରମଣ କରିଥିଲେ। ସଙ୍ଗଠନ କହିବା ଅନୁଯାୟୀ ଫିଦାୟିନ୍ ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ସୁରକ୍ଷା କର୍ମୀଙ୍କୁ ଏକ ମୁହାଁମୁହିଁ ମୁକାବିଲାରେ ଟାର୍ଗେଟ କରାଯାଇଥିଲା।
ଆଗକୁ ମଧ୍ୟ ଜାରି ରହିବ ଆକ୍ରମଣ
ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ ସମଗ୍ର ଅପରେସନ ସହ ଜଡ଼ିତ ଏକ ବିସ୍ତୃତ ବିବରଣୀ ଏବଂ ଭିଡିଓ ସଙ୍ଗଠନର ଅଧିକାରିକ ଚ୍ୟାନେଲ ମାଧ୍ୟମରେ ଖୁବ୍ ଶୀଘ୍ର ପ୍ରକାଶ କରାଯିବ। BLA ଏହା ମଧ୍ୟ କହିଛି ଯେ ଏହା ବେଲୁଚିସ୍ତାନ ପ୍ରଦେଶର ସ୍ୱାଧିନତା ପାଇଁ ଏହାର ଦାବିକୁ ସମର୍ଥନ କରି ଏପରି ଆକ୍ରମଣ କରିବା ଜାରି ରଖିବ। ବର୍ତ୍ତମାନ BLA ଦ୍ୱାରା କରାଯାଉଥିବା ଏହି ଦାବିକୁ କୌଣସି ନିରପେକ୍ଷ ସୂତ୍ର ଦ୍ୱାରା ନିଶ୍ଚିତ କରାଯାଇ ନାହିଁ। ଏପରିକି ପାକିସ୍ତାନ ସରକାର କିମ୍ବା ସୁରକ୍ଷା ଏଜେନ୍ସି ଦ୍ୱାରା ଏହି ଘଟଣାରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories