Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan Plane Crash Viral Video / ଆକାଶରୁ ଆସି ସିଧା ରାସ୍ତାରେ ପଡ଼ିଲା ବିମାନ; ଆଖି ପିଛୁଳାକେ ହୋଇଗଲା ଧ୍ୱଂସ

Subhramjit Ray
Browse all articles by Subhramjit Ray
·1 month ago·2 min read
ଆକାଶରୁ ଆସି ସିଧା ରାସ୍ତାରେ ପଡ଼ିଲା ବିମାନ; ଆଖି ପିଛୁଳାକେ ହୋଇଗଲା ଧ୍ୱଂସ
Pakistan Plane Crash

Key Points

ପାକିସ୍ତାନର ଏକ ରାସ୍ତାରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାର ଏକ ଭିଡି଼ଓ ସାମ୍ନାକୁ ଆସିଛି। ଯେଉଁଥିରେ ବିମାନ ଅଚାନକ ଆକାଶରୁ ଖସି ପଡୁଥିବାର ଦେଖିବାକୁ ମିଳୁଛି।
Plane crash on road Pakistan:  ପୁନର୍ବାର ଦୁର୍ଘଟଣାର ଶୀକାର ହୋଇଛି ପାକିସ୍ତାନ ବାୟୁସେନା ବିମାନ। ଏହି ଘଟଣାର ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଶର ଖାଇବର ପାଖତୁନଖ୍ୱା ପ୍ରଦେଶର ମର୍ଦାନ ଅଞ୍ଚଳରେ ପାକିସ୍ତାନ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ହଠାତ୍ ଆକାଶରୁ ରାସ୍ତା ଉପରେ ଖସି ପଡ଼ିଥିଲା। ସୋମବାର (ଜୁନ୍ ୧୫) ଘଟିଥିବା ଏହି ଦୁର୍ଘଟଣାରେ ଉଭୟ ବିମାନ ଚାଳକଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।

କ୍ୟାମେରାରେ କଏଦ ହୋଇଥିଲା ଦୁର୍ଘଟଣାର ଭିଡ଼ିଓ
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡି଼ଓରେ ଏହି ଦୁର୍ଘଟଣାକୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଭିଡିଓରେ ପ୍ରଶିକ୍ଷକ ବିମାନ ଦ୍ରୁତ ଗତିରେ ତଳକୁ ଖସି ରାସ୍ତାରେ ପିଟି ହେବା ଏବଂ ପରେ ନିଆଁ ଲାଗି ଜଳି ଯାଉଥିବାର ଦେଖିବାକୁ ମିଳିଛି। ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ବିମାନରେ ଅଗ୍ନିକାଣ୍ଡ ହେବା ସହ ନିକଟବର୍ତ୍ତୀ ଏକ ଖୋଲା ସ୍ଥାନ ଆଡ଼କୁ ମାଡ଼ି ଯାଉଥିବାର ଦେଖିବାକୁ ମିଳୁଛି।


ରାସ୍ତାରେ ବିଛାଡ଼ି ହୋଇଗଲା ମଣିଷ ମାଂସର ଖଣ୍ଡ
ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଅନ୍ୟ ଏକ ଭିଡିଓରେ ଧ୍ୱଂସର ଦୃଶ୍ୟ ଆହୁରି ଭୟଙ୍କର ହୋଇଉଠିଛି। ବିସ୍ଫୋରଣ ଯୋଗୁଁ ବିମାନରୁ ପୋଡ଼ି ଯାଇଥିବା ଭଗ୍ନାବଶେଷ ଏବଂ ମାନବ ଶରୀରର ଅଂଶ ମଧ୍ୟ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିବାର ଦେଖାଯାଉଛି।

ନିୟମିତ ପ୍ରଶିକ୍ଷଣ ଅଭିଯାନରେ ସାମିଲ ହୋଇଥିଲା ଦୁର୍ଘଟଣାଗ୍ରସ୍ତ ବିମାନ
ଏହି ଘଟଣାରେ ପ୍ରତିକ୍ରିୟା ରଖି ପାକିସ୍ତାନୀ ସେନା କହିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନ ଏକ ନିୟମିତ ତାଲିମ ଉଡ଼ାଣ ଅଭିଯାନରେ ସାମିଲ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଅଧିକାରୀ ସେନାର ବିଭିନ୍ନ ଶାଖାରେ କାର୍ଯ୍ୟରତ ଥିଲେ। ସେମାନଙ୍କ ପରିଚୟ ହେଉଛି ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ କାସିମ୍ ଅବଦୁଲ୍ଲା ଏବଂ ଲେଫ୍ଟନାଣ୍ଟ ତାହା ଆବାସି। ଦୁର୍ଘଟଣା ପରେ ତୁରନ୍ତ ବାୟୁସେନା ମୁଖ୍ୟାଳୟ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ତଦନ୍ତକାରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ପଢନ୍ତୁ:  ପୁଣି ପାକିସ୍ତାନକୁ ମିଳିଲା ଧୋକ୍କା; ପ୍ରଶିକ୍ଷଣ ବେଳେ Crash ହୋଇଗଲା ଜେଏଫ-୧୭

ଗୋଟିଏ ସପ୍ତାହ ମଧ୍ୟରେ ହୋଇଛି ଦ୍ୱିତୀୟ ବଡ଼ ଦୁର୍ଘଟଣା
ଏହା କେବଳ ଗୋଟିଏ ସପ୍ତାହ ମଧ୍ୟରେ ପାକିସ୍ତାନରେ ଦ୍ୱିତୀୟ ବଡ଼ ବିମାନ ଦୁର୍ଘଟଣା। ଏହା ପୂର୍ବରୁ ଗତ ବୁଧବାର (ଜୁନ୍ ୧୦) ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଠାରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନର ସାମରିକ ଏବଂ ବେସାମରିକ ବିମାନ ଚଳାଚଳ ସୁରକ୍ଷା ରେକର୍ଡ଼ ପୂର୍ବରୁ ବହୁତ ଖରାପ ରହିଛି। ଦେଶର ଉତ୍ତର ଭାଗରେ ଅବସ୍ଥିତ ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ବିମାନ ଏବଂ ହେଲିକପ୍ଟର ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବାର ଖବର ସାମ୍ନାକୁ ଆସୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistani Aircraft Crashes on Busy Road, Catches Fire instantly | Watch Video | Argus News