World Richest Persons / ଖସିଲା ଏଲନ ମସ୍କଙ୍କ ସମ୍ପତ୍ତି; ଜେଫ୍ ବେଜୋସ୍ ହେଲେ ବିଶ୍ଵର ଦ୍ଵିତୀୟ ଧନୀ ବ୍ୟକ୍ତି
·3 hours ago·2 min read

Key Points
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଦୌଡ଼ରେ ବିପର୍ଯ୍ୟୟ
ଖସିଲା ଟେସଲା ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି
ଦ୍ଵିତୀୟ ସ୍ଥାନରେ ପହଞ୍ଚିଲେ ଜେଫ୍ ବେଜୋସ୍
ଖସିଲା ଟେସଲା ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି
ଦ୍ଵିତୀୟ ସ୍ଥାନରେ ପହଞ୍ଚିଲେ ଜେଫ୍ ବେଜୋସ୍
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଦୌଡ଼ରେ ପୁଣି ଥରେ ଏକ ବଡ଼ ବିପର୍ଯ୍ୟୟ ଦେଖାଦେଇଛି । ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସର ଏକ ରିପୋର୍ଟ ସମଗ୍ର ବିଶ୍ୱକୁ ଚକିତ କରିଛି । ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତି ୧ ଟ୍ରିଲିୟନ ଡଲାର ତଳକୁ ଖସିଯାଇଛି । ତଥାପି ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ଅଛନ୍ତି । ସେପଟେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏକ ବଡ଼ ଲମ୍ଫ ମାରି ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି।
- ଟ୍ରିଲିୟନିୟର ଟ୍ୟାଗ୍ ହରାଇଲେ ମସ୍କ
- ଏହି ଦେଶର GDPଠାରୁ ଅଧିକ ମସ୍କଙ୍କ ସମ୍ପତ୍ତି
- ଧନୀ ତାଲିକାରେ ବଡ଼ ଲମ୍ଫ ମାରିଲେ ଜେଫ୍ ବେଜୋସ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଜେଫ୍ ବେଜୋସ୍ଙ୍କ ପାଖରେ କେତେ ସମ୍ପତ୍ତି ?
ପଢନ୍ତୁ ଏହି ଖବର: ଭାରତୀୟ ବଂଶୋଦ୍ଭବ ନାଭାନେଥମ୍ 'ନାଭି' ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର
ସୂଚନା ଥାଉ କି, ବିଶ୍ଵର ସବୁଠୁ ଧନୀ ତାଲିକାର ତୃତୀୟରେ ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ (Google)ର ସହପ୍ରତିଷ୍ଠାତା ଲାରି ପେଜ୍ ଅଛନ୍ତି । ତାଙ୍କ ନିକଟରେ ମୋଟ $298 ବିଲିଅନ ବା ₹୨୮,୭୯୬ କୋଟି ଟଙ୍କାର ସମ୍ପତ୍ତି ଅଛି । ସେହିପରି $୨୭୭ ବିଲିଅନ (₹୨୬.୭୭ ଲକ୍ଷ କୋଟି) ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ଅଛନ୍ତି ଆଲଫାବେଟ୍ର ସହପ୍ରତିଷ୍ଠାତା ସର୍ଜି ବ୍ରିନ୍ ଅଛନ୍ତି । $୨୬୫ ବିଲିଅନ (ପ୍ରାୟ ₹୨୫.୬୦ ଲକ୍ଷ କୋଟି) ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ଅଛନ୍ତି ଡେଲ୍ ଟେକ୍ନୋଲୋଜିର ସିଇଓ ତଥା ସହପ୍ରତିଷ୍ଠାତା ମାଇକେଲ୍ ଡେଲ୍ ।
Related Topics
Explore more stories