Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉଡ଼ୁ ଉଡ଼ୁ କୋଠାରେ ମାଡ଼ ହେଲା ବିମାନ, Video ଦେଖିଲେ ଥରି ଉଠିବ ଛାତି

International

Plane Crash / ଉଡ଼ୁ ଉଡ଼ୁ କୋଠାରେ ମାଡ଼ ହେଲା ବିମାନ, Video ଦେଖିଲେ ଥରି ଉଠିବ ଛାତି

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଉଡ଼ୁ ଉଡ଼ୁ କୋଠାରେ ମାଡ଼ ହେଲା ବିମାନ, Video ଦେଖିଲେ ଥରି ଉଠିବ ଛାତି
Aircraft Hits Building

Key Points

ଆଖି ପିଛୁଳାକେ କୋଠାରେ ମାଡ଼ ହେଲା ଉଡ଼ନ୍ତା ବିମାନ । ବ୍ରାଜିଲ୍‌ର ବଡ଼ ସହର ବେଲୋ ହୋରିଜୋଣ୍ଟେରେ ହୋଛି ଏହି ଭୟଙ୍କର ବିମାନ ଦୁର୍ଘଟଣା ।
ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିଲା ବିମାନ । ହଠାତ୍ ଜନବସତି ଆଡ଼କୁ ଖସିଲା । ଆଉ ଦେଖୁ ଦେଖୁ କୋଠା ଭିତରେ ବିମାନ ପଶିଗଲା । ସୋମବାର ବ୍ରାଜିଲ୍‌ର ବଡ଼ ସହ ବେଲୋ ହୋରିଜୋଣ୍ଟେରେ ଏଭଳି ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି ।

ଯାହା ମନେ ପକାଇ ଦେଇଛି ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ କଥା । ବ୍ରାଜିଲ୍‌ରେ ଏକ ଛୋଟିଆ ବିମାନ ଅଚାନକ ଜନବସତି ଉପରେ ଖସିଛି । ଆଖି ପଲକରେ ସବୁକିଛି ଧୂଆଁ ଧୂଆଁ ହୋଇଯିବା ସହ ନିଆଁ ଓ ଚିତ୍କାରରେ ଦୋହଲି ଉଠିଛି ଅଞ୍ଚଳ ।

ଏଥିସହ ପଢ଼ନ୍ତୁ: ଏମିତି ପିଟିହେଲା ଟ୍ରକ୍-ପ୍ଲେନ୍‌: ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ, ଭିଡିଓ ହେଲା ଭାଇରାଲ... 

ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଲୋକ ଆହତ ହୋଇଛନ୍ତି । ବିମାନ ଏବେ ମାଡ଼ ହୋଇଥିବା ସ୍ଥାନଠାରୁ ଟିକିଏ ଭିନ୍ନ ଦିଗରେ ଯାଇଥିଲେ ବଡ଼ ଧରଣର କ୍ଷତି ହୋଇଥାନ୍ତା ।

ସୋମବାର ବ୍ରାଜିଲ୍‌ର ବଡ଼ ସହର ବେଲୋ ହୋରିଜୋଣ୍ଟେରେ ବିମାନ ଏକ କୋଠାରେ ମାଡ଼ ହୋଇଛି । ଏଥିରେ ବିମାନରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ହିଁ ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଛି ।

ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଗୁରୁତରମାନଙ୍କୁ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଚିକିତ୍ସା ଜାରି ରହିଛି । ତେବେ, ଆଶ୍ଵସ୍ତିର କଥା ହେଉଛି ଉକ୍ତ ବିଲ୍ଡିଂରେ ଥିବା କୌଣସି ବ୍ୟକ୍ତି ମୃତାହତ ହୋଇ ନାହାନ୍ତି । ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ବିପଦ ନାହିଁ ।


ଟିଭି ଗ୍ଲୋବୋ ଚ୍ୟାନେଲ୍ ହେଲିକପ୍ଟରରେ ଏହି ଭୟାବହ ଦୁର୍ଘଟଣାର ଭିଡିଓ ରେକର୍ଡ କରିଛି । ଯେଉଁଥିରେ ଦେଖା ଯାଉଛି, ଏକ ବିମାନ ଆକାଶରୁ ଆସ୍ତେ ଆସ୍ତେ ତଳକୁ ଖସୁଛି । ଉଚ୍ଚ ଅଟ୍ଟାଳିକାରେ ଧକ୍କା ହେବାରୁ ବର୍ତ୍ତିବା ଲାଗି ବାମ ପଟକୁ ମୋଡ଼ୁଛି । ଆଉ ଶେଷରେ ଏକ ତିନି ମହଲା କୋଠାରେ ମାଡ଼ ହୋଇ ପାର୍କିଂରେ ଖସି ପଡ଼ୁଛି ।

ଏଥିସହ ପଢ଼ନ୍ତୁ: ଇସ୍ରାଏଲ ଆକ୍ରମଣରେ କମ୍ପି ଉଠିଲା ଲେବାନନ୍; ମାଟିରେ ମିଶିଲା ହିଜିବୁଲ୍ଲା ଶିବିର 

ସ୍ଥାନୀୟ ଅଗ୍ନିଶମ ବିଭାଗ ଅନୁସାରେ, ବିମାନଟି ଉକ୍ତ ବିଲ୍ଡିଂର ସିଢ଼ି ପାର୍ଶ୍ଵରେ ମାଡ଼ ହୋଇଛି । ଫଳରେ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ଯଦି ବିମାନଟି କୋଠାର ସମ୍ମୁଖ ଭାଗ କିମ୍ବା ଫ୍ଲାଟରେ ମାଡ଼ ହୋଇଥିଲେ ଜୀବନ ହାନି ହୋଇଥାନ୍ତା ।

ଏରୋନଟିକଲ୍ ଆକ୍ସିଡେଣ୍ଟ୍ସ ଇନଭେଷ୍ଟିଗେସନ୍ ଆଣ୍ଡ୍ ପ୍ରିଭେନସନ୍‌ର ତଥ୍ୟ ଅନୁସାରେ, ବ୍ରାଜିଲ୍‌ରେ ୨୦୨୫ ମସିହାରେ ମୋଟ ୧୫୩ଟି ବିମାନ ଦୁର୍ଘଟଣା ହୋଇଛି । ଯେଉଁଥିରେ ମୋଟ ୬୨ ଜଣଙ୍କ ମୃତ୍ୟୁ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plane Crashes Into Building in Belo Horizonte, 3 Dead – Shocking Video | Argus News | Argus News