Chinese Real Estate Fraud / ୩୪ ତମ ମହଲାରେ କିଣିଲେ ଘର; ହେଲେ ବିଲ୍ଡିଂ ବାହାରିଲା...
·1 hour ago·3 min read

Key Points
ଶସ୍ତି ଘର କିଣିବା ନିଶାରେ ବର୍ବାଦ ହୋଇଛନ୍ତି ଜଣେ ବ୍ୟକ୍ତି। ଏପରିକି ସେ ନିଜର ସଞ୍ଚିତ ଜମାରାଶି ମଧ୍ୟ ହରାଇଛନ୍ତି।
Chinese Limited Property Rights ଜଣେ ବ୍ୟକ୍ତିଙ୍କ ଜୀବନରେ ଘର କିଣିବା ହେଉଛି ଏକ ସ୍ୱପ୍ନ। ହେଲେ ନିଜର ସ୍ୱପ୍ନର ମହଲ କିଣିବା ସମୟରେ ଅନେକ ଠକାମୀର ସାମ୍ନା କରିଥାନ୍ତି। ଆଉ ଏବେ ଏହାର ଉଦାହରଣ ଉତ୍ତର-ପଶ୍ଚିମ ଚୀନର ଶାଂକ୍ସି ପ୍ରଦେଶର ଦେଖିବାକୁ ମିଳିଛି। ଚୀନ୍ ରିଅଲ୍ ଇଷ୍ଟେଟ୍ ମାର୍କେଟ୍' ଏବଂ ଏହାର ଶସ୍ତା ମୂଲ୍ୟର ଲୋଭ ସେନ୍ ନାମକ ଜଣେ ବ୍ୟକ୍ତିଙ୍କୁ ଫସାଇ ଦେଇଥିଲା। ଯିଏ ଘର କିଣିବା ପାଇଁ ଉପଯୁକ୍ତ ଦେୟ ପ୍ରଦାନ କରିଥିଲେ ମଧ୍ୟ ଚାରି ବର୍ଷ ପର୍ଯ୍ୟନ୍ତ ନିଜ ଘରର ମାଲିକାନା ହାସଲ କରି ପାରିନଥିଲେ। ଯେତେବେଳେ ଦେୟ ପ୍ରଦାନ କରିବା ପରେ ଘର ନେବାର ସମୟ ଆସିଲା, ସେତେବେଳେ ବିଲଡର ତାଙ୍କୁ ଯାହା କହିଥିଲେ ତାହା ତାଙ୍କୁ ସମ୍ପୂର୍ଣ୍ଣ ବର୍ବାଦ କରି ଦେଇଥିଲା। ବିଲଡର ତାଙ୍କୁ କହିଥିଲେ ଯେ ସେ ଯେଉଁ କୋଠାର ୩୪ ତମ ମହଲାରେ ଏକ ଫ୍ଲାଟ୍ କିଣିଥିଲେ ତାହା ପ୍ରକୃତରେ କେବଳ ୩୨ ମହଲା ପର୍ଯ୍ୟନ୍ତ ଥିଲା। ଯାହାର ଅର୍ଥ ହେଉଛି ଯେ ସେହି କୋଠାରେ ସେ ବୁକ୍ କରିଥିବା ୩୪ତମ ମହଲା ପ୍ରକୃତରେ ଅସ୍ତିତ୍ୱରେ ହିଁ ନଥିଲା।
୨୦୧୩ରେ, ସେନ୍ ନାମକ ଜଣେ ବ୍ୟକ୍ତି ଜିଆନ୍ ନିକଟସ୍ଥ ଏକ ଗାଁରେ ଏକ ନୂତନ ଆବାସିକ ପ୍ରକଳ୍ପରେ ୯୦ ବର୍ଗ ମିଟର ବିଶିଷ୍ଟ ଫ୍ଲାଟ୍ ବୁକ୍ କରିଥିଲେ। ଏହାର ମୂଲ୍ୟ ପ୍ରତି ବର୍ଗ ମିଟର ପିଛା ମାତ୍ର ୨୬୪୬ ୟୁଆନ୍ (ଭାରତୀୟ ମୁଦ୍ରାରେ ୩୭,୧୯୨ ଟଙ୍କା) ରହିଥିଲା। ଯାହା ହାରାହାରି ବଜାର ମୂଲ୍ୟ ତୁଳନାରେ ପ୍ରାୟ ଏକ ତୃତୀୟାଂଶ କମ୍ ରହିଥିଲା। ଏକ ଶସ୍ତା ଘର ଚାହୁଁଥିବା ସେନ୍ ବିନା କୌଣସି ବିଚାରରେ ତୁରନ୍ତ ସେହି ବିଲଡରଙ୍କୁ ୧,୧୭,୭୦୦ ୟୁଆନ (ଭାରତୀୟ ମୁଦ୍ରାରେ ପ୍ରାୟ ୧୬ ଲକ୍ଷ ଟଙ୍କା) ଡାଉନ ପେମେଣ୍ଟ ଦେଇଥିଲେ।
ଶସ୍ତା ଘର ପାଇଁ ହରାଇଲେ ସବୁକିଛି
ପ୍ରକୃତରେ ଏହି ଫ୍ଲାଟ୍ ର କମ୍ ମୂଲ୍ୟ ପଛରେ ଏକ ବଡ଼ କାର ଥିଲା। ଏହି ସମ୍ପୂର୍ଣ୍ଣ ହାଉସିଂ ସୋସାଇଟି "Limited Property Rights" ଅଧିନରେ ନିର୍ମିତ ହୋଇଥିଲା। ଯାହା ଚୀନ୍ ର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ପ୍ରକାରର ଅବୈଧ ବ୍ୟବସାୟ। ଏହା ମାଧ୍ୟମରେ ବିନା ସରକାରୀ ଅନୁମୋଦନରେ ଗାଁ ଗଣ୍ଡାର ସାମୂହିକ ଜମିରେ ବେଆଇନ୍ କୋଠା ନିର୍ମାଣ କରାଯାଏ। ଏପରି ପ୍ରକଳ୍ପ ସରକାରୀ ବିଭାଗରୁ କୌଣସି ପ୍ରମାଣପତ୍ର ପାଆନ୍ତି ନାହିଁ କିମ୍ବା ଏହାକୁ ଆଇନଗତ ଭାବରେ ପୁନର୍ବାର ବିକ୍ରି କରାଯାଇ ପାରିବ ନାହିଁ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍
୨୦୨୭ ରେ ଧରାପଡ଼ିଲା
ଏହି ଜାଲିଆତି ସମ୍ପର୍କରେ ୨୦୧୭ ରେ ପର୍ଦ୍ଦାଫାଶ ହୋଇଥିଲା। ସେନ୍- ବିଲ୍ଡର ଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ଫ୍ଲାଟର ମାଲିକାନା ଅଧିକାର ୨୦୧୫ ରେ ମିଳିବାର ଥିଲା। ଚୁକ୍ତିନାମା ସ୍ୱାକ୍ଷର କରିବା ପରେ, ସେନ୍ ବେଜିଂ ସ୍ଥିତ ତାଙ୍କ କର୍ମଭୂମିକୁ ଫେରି ଆସିଲେ। ହେଲେ ଯେତେବେଳେ ସେ ନିର୍ଦ୍ଧାରିତ ସମୟ ପରେ ଫେରି ଆସି ଦେଖନ୍ତି, ସେତେବେଳେ ସେ ଦେଖିନ୍ତି ଯେ ସେହି କୋଠା ସମ୍ପୂର୍ଣ୍ଣ ହୋଇନାହିଁ। ଶେଷରେ ଗତ ୨୦୧୭ ରେ ବିଲ୍ଡର ତାଙ୍କୁ ଜଣାଇଥିଲେ ଯେ ସେହି ବିଲ୍ଡିଂ ପ୍ରସ୍ତୁତ ହୋଇସାରିଛି ଏବଂ ସେ ବାକି ଟଙ୍କା ଦେଇ ତାଙ୍କ ଘରର ଚାବି ନେଇପାରିବେ। ସେନ୍ ମଧ୍ୟ ସର୍ତ୍ତ ରଖିଥିଲେ ଯେ ସେ ପ୍ରଥମେ ଚାବି ଦେଖିବେ ଏବଂ ଏହା ପରେ ଯାଇ ବାକି ଟଙ୍କା ଦେବେ।
କିଛି ମାସ ପରେ ବିଲ୍ଡର ଯେଉଁ କଥା କହିଥିଲେ ତାହା ସେନ୍କୁ ଚକିତ କରିଦେଲା। ବିଲ୍ଡର ସ୍ପଷ୍ଟ ଭାବରେ କହିଥିଲେ ଯେ ଯେଉଁ ଟାୱାରରେ ତାଙ୍କ ଫ୍ଲାଟ୍ ରହିଛି ସେଠାରେ କେବଳ ୩୨ ମହଲା ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ପରେ ଯେତେବେଳେ ବିଲ୍ଡର ପ୍ରଥମେ ସେନ୍ଙ୍କୁ ୩୨ ମହଲାରେ ଏକ ଫ୍ଲାଟ୍ ପ୍ରଦାନ କରିଥିଲେ, ସେତେବେଳେ ସେନ୍ଙ୍କ ପାଖରେ ତୁରନ୍ତ ବାକି ଟଙ୍କା ଦେବା ପାଇଁ କିଛି ନଥିଲା। ଦୁଇ ମାସ ପରେ, ଯେତେବେଳେ ସେନ୍ ଟଙ୍କା ନେଇ ପହଞ୍ଚିଲେ, ସେତବେଳେ ବିଲ୍ଡର ତାଙ୍କୁ କହିଲେ ଯେ ସେ ପୂର୍ବରୁ ଅନ୍ୟ କାହାକୁ ୩୨ ତମ ମହଲାର ଫ୍ଲାଟ୍ ବିକ୍ରି କରି ସାରିଛନ୍ତି।
କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଖାଲି ବସିଛନ୍ତି ସେନ୍
ହତାଶ ହୋଇ, ସେନ୍ ତାଙ୍କ ଟଙ୍କା ଫେରସ୍ତ ବିଲ୍ଡରଙ୍କ ପାଖରେ ଦାବି କରିଥଲେ। ବିଲଡର ନିଜର ଦାରିଦ୍ର୍ୟତା କହି ଟଙ୍କା ଫେରସ୍ତ କରିବା ଲାଗି ସମୟ ମାଗିଥିଲେ। ବିଲ୍ଡର ଜଣକ କିସ୍ତି ଅନୁସାରେ ଟଙ୍କା ଫେରସ୍ତ କରିଥିଲେ। ପ୍ରଥମେ ସେ ୨୦୨୦ ରେ ୨୦,୦୦୦ ୟୁଆନ୍ (ଭାରତୀୟ ମୁଦ୍ରାରେ ୨,୮୧, ୧୧୩ ଟଙ୍କା) ଏବଂ ୨୦୨୨ ରେ ୫୦,୦୦୦ ୟୁଆନ୍ (ଭାରତୀୟ ମୁଦ୍ରାରେ ୭,୦୨, ୮୩୪ ଟଙ୍କା) ଫେରାଇ ଦେଇଥିଲେ। ହେଲେ ଏହା ପରେ ବିଲ୍ଡର ଜଣଙ୍କ ସେନଙ୍କ ଫୋନ୍ ଉଠାଇବା ବନ୍ଦ କରି ଦେଇଥିଲେ। ହତାଶ ହୋଇ ସେନ ସିଆନ୍ ସ୍ଥିତ କୋର୍ଟ ଯାଇଥିଲେ। ଏହା ପରେ କୋର୍ଟ ବିଲ୍ଡରଙ୍କୁ ସେନ୍ ଙ୍କ ବାକି ୪୭,୭୦୦ (ଭାରତୀୟ ମୁଦ୍ରାରେ ୬,୭୦,୫୦୩ ଟଙ୍କା) ୟୁଆନ୍ ଏବଂ ୨୭,୦୦୦ ୟୁଆନ୍ ( ଭାରତୀୟ ମୁଦ୍ରାରେ ୩,୭୯,୫୩୦ ଟଙ୍କା) ସୁଧ ତୁରନ୍ତ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ସେ ଏହି ଦେୟ ପ୍ରଦାନ କରିବାରେ ବିଫଳ ହୁଅନ୍ତି, ତାହେଲେ ତାଙ୍କୁ କ୍ଷତିପୂରଣ ଭାବରେ ୪୭,୦୦୦ ୟୁଆନ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories