Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍

International

Chinese Rebel Activist Dong Guangping / ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍

Subhramjit Ray
Browse all articles by Subhramjit Ray
·59 mins ago·4 min read
ଚର୍ଚ୍ଚାରେ ବିଦ୍ରୋହୀ ଚୀନୀ କର୍ମକର୍ତ୍ତାଙ୍କ ସମୁଦ୍ର ଯାତ୍ରା; ଶୁଣିଲେ ଉଡ଼ିଯିବ ହୋସ୍
Chinese Rebel Activist Dong Guangping

Key Points

ପ୍ରାୟ ୩୦ ଘଣ୍ଟାର ଏକ ଦୁଃସାହସିକ ସମୁଦ୍ର ଯାତ୍ରା ପରେ ଜଣେ ବ୍ୟକ୍ତି ଚୀନ୍ ରୁ ଯାଇ ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି।
Dong Guangping 30 Hours Voyage: ନିଜର ଏକ ଦୁଃସାହାସିକ ସାମୁଦ୍ରିକ ଯାତ୍ରା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ପୂର୍ବତନ ଚୀନ୍ ପୋଲିସ ଅଧିକାରୀ। ଯିଏ ଏକ ଛୋଟ ଡଙ୍ଗାରେ ପ୍ରାୟ ୩୦ ଘଣ୍ଟାର ବିପଦପୂର୍ଣ୍ଣ ଜଳଯାତ୍ରା ପରେ ଯାଇ ସୁଦୂର ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ତାଙ୍କର ଏହି ଯାତ୍ରା ଚୀନ୍ରୁ ଆରମ୍ଭ ହୋଇଥିଲା, ଯାହା ତାଙ୍କ ପରିବାର ପ୍ରତି ତାଙ୍କର ପ୍ରେମ ଏବଂ ଚୀନ୍‌ରେ ହେଉଥିବା ମାନବାଧିକାର ଉଲ୍ଲଂଘନ ଘଟଣାକୁ ଦର୍ଶାଉଛି। ଏହି ୬୮ ବର୍ଷୀୟ ଏହି ବ୍ୟକ୍ତି ଯିଏ ବିଭିନ୍ନ ମାମଲାରେ ଚୀନ୍‌ରେ ବର୍ଷ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗିବା ସହ ଅଟକ ରହିଥିଲେ। ସେ ଅନେକ ଥର ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାରମ୍ବାର ବିଫଳ ହୋଇଥିଲେ। ହେଲେ ଶେଷରେ ସେ ଏପରି କିଛି ସଫଳତା ହାସଲ କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ ଛୋଟ ଡଙ୍ଗାରେ ପ୍ରାୟ ୩୦ ଘଣ୍ଟାର ଦୁଃସାହସିକ ସାମୁଦ୍ରିକ ଯାତ୍ରା ପରେ ଦକ୍ଷିଣ କୋରିଆରେ ପହଞ୍ଚିଥିବା ପୂର୍ବତନ ଚୀନ୍ ପୋଲିସ ଅଧିକାରୀଙ୍କ ପରିଚୟ ଜଣାପଡ଼ିଛି ସେ ହେଉଛନ୍ତି ଡଙ୍ଗ୍ ଗୁଆଙ୍ଗପିଙ୍ଗ। କିଛି ଦିନ ପୂର୍ବେ ଦେଶର ପଶ୍ଚିମ ଉପକୂଳରେ ତାଙ୍କ ଡଙ୍ଗା ନଜର ଆସିବା ପରେ ଦକ୍ଷିଣ କୋରିଆ ତଟରକ୍ଷୀ ବାହିନୀ ତାଙ୍କୁ ଉଦ୍ଧାର କରିଥିଲା।

କାନାଡାରେ ରହୁଛନ୍ତି ପରିବାର, ଅନେକ ଥର ଖସିଯିବାକୁ ଚେଷ୍ଟା କରି ହୋଇଛନ୍ତି ବିଫଳ
ପୂର୍ବତନ ଚୀନ୍ ପୋଲିସ ଅଧିକାରୀ ଡଙ୍ଗ୍ ଗୁଆଙ୍ଗପିଙ୍ଗଙ୍କ ପରିବାର ବର୍ତ୍ତମାନ କାନାଡାରେ ରହୁଛନ୍ତି। ସେ ତାଙ୍କ ପରିବାର ଲୋକଙ୍କ ସହିତ ପୁନଃମିଳନ ପାଇଁ ଅନେକ ଥର ଚୀନ୍‌ରୁ ଖସିଯିବାକୁ ଚେଷ୍ଟା କରିଛନ୍ତି। ଦକ୍ଷିଣ କୋରିଆ ତଟରକ୍ଷୀ ବାହିନୀର ଅଧିକାରୀ CNN ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ଦେଶର ପଶ୍ଚିମ ଉପକୂଳରୁ ଜଣେ ୬୮ ବର୍ଷୀୟ ଅଜ୍ଞାତ ଚୀନ୍ ବ୍ୟକ୍ତିଙ୍କୁ ସମୁଦ୍ରରେ ଭାସି ଯାଉଥିବା ଅବସ୍ଥାରେ ପାଇଛନ୍ତି। ଯଦିଓ ସେମାନେ ଗୋପନୀୟତା ଆଇନ ଯୋଗୁଁ ତାଙ୍କୁ ଆନୁଷ୍ଠାନିକ ଭାବରେ ଚିହ୍ନଟ କରିନାହାଁନ୍ତି।

ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଚୀନ୍ କାରନାମା; ଆମେରିକାରେ ପରିଚାଳିତ ହେଉଥିଲା 'ଗୁପ୍ତ ଥାନା'

ଛୋଟ ଡଙ୍ଗାରେ ୩୦ ଘଣ୍ଟାର ବିପଦପୂର୍ଣ୍ଣ ସାମୁଦ୍ରିକ ଯାତ୍ରା

ଚୀନୀ-କାନାଡିଆନ୍ ସାମାଜିକ କର୍ମୀ ସେଙ୍ଗ ଜୁ CNN ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ଯେ ସେ ଦକ୍ଷିଣ କୋରିଆରେ ପହଞ୍ଚିବା ପରେ ସେ ଡଙ୍ଗ୍ ଗୁଆଙ୍ଗପିଙ୍ଗଙ୍କ ସହ କଥା ହୋଇଥିଲେ। ଡଙ୍ଗ କହିଛନ୍ତି ଯେ, ବେଶ ଲମ୍ବା ସମୟ ଧରି ଆମେ ଚୀନ୍ରୁ ଖସିଯିବାର ଉପାୟ ବିଷୟରେ କଥା ହେଉଥିଲୁ। ସେଙ୍ଗଙ୍କ କହିବା ଅନୁଯାୟୀ, ଡଙ୍ଗ ଚୀନ୍‌ର ଶୌଣ୍ଡୋଙ୍ଗ୍ ପ୍ରଦେଶର ୱେଇହାଇ ଠାରୁ ପ୍ରସ୍ଥାନ କରିଥିଲେ। ଦକ୍ଷିଣ କୋରିଆ ଜଳସୀମାରେ ପହଞ୍ଚିବା ପୂର୍ବରୁ ସେ ସମୁଦ୍ରରେ ୩୦ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ।

ସାମାଜିକ କର୍ମୀ ସେଙ୍ଗ କହିଛନ୍ତି, ଯେତେବେଳେ ଜଙ୍ଗ୍ ଙ୍କ ସହିତ କଥା ହେଲି, ସେତେବେଳେ ସେ ମୋତେ କହିଲେ, ମୁଁ ଦକ୍ଷିଣ କୋରିଆରେ ପହଞ୍ଚି ସାରିଛି। ମୁଁ ଏକଥା ଶୁଣିବା ବହୁତ ଗର୍ବିତ ହୋଇ ଉଠିଥିଲି। ଡଙ୍ଗ, ତାଙ୍କୁ କହିଥିଲେ ଯେ ଯେତେବେଳେ ସେ ପଶ୍ଚିମ ଦକ୍ଷିଣ କୋରିଆର ତାଏନ କାଉଣ୍ଟି ଠାରେ ପହଞ୍ଚିଲେ, ସେତେବେଳେ ତାଙ୍କ ଡଙ୍ଗାର ଇଞ୍ଜିନ୍ ଖରାପ ହୋଇଗଲା। ସେ ପ୍ରାୟ ୨ ଦିନ ଧରି ଶୋଇ ନଥିଲେ, ଏପରିକି ଅଚେତ ମଧ୍ୟ ହୋଇ ଯାଇଥିଲେ। ସେଙ୍ଗ କହିଛନ୍ତି ଯେ ଡଙ୍ଗ ଭାଗ୍ୟବାନ ଥିବାରୁ, ସମୁଦ୍ର କୂଳର ନିକଟତର ହୋଇ ପାରିଥିଲେ। ସମୁଦ୍ରରେ କେବଳ ଗୋଟିଏ ଛୋଟ ଡଙ୍ଗା ଥିଲା। ଯାହାକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ଥିଲା।


ବର୍ଷ ବର୍ଷ ଧରି ପଳାୟନ ପ୍ରୟାସ ବିଫଳ
୬୮ ବର୍ଷୀୟ ଡଙ୍ଗ୍ ଗୁଆଙ୍ଗପିଙ୍ଗ ଏକଦା କେନ୍ଦ୍ରୀୟ ଚୀନ୍ ସ୍ଥିତ ଝେଙ୍ଗଝୋଉ ଠାରେ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। CNN ଅନୁଯାୟୀ, ୧୯୮୯ ମସିହାରେ ତିଆନମେନ୍ ସ୍କୋୟାର ଠାରେ ହୋଇଥିବା ଦମନର ଦଶମ ବର୍ଷପୂର୍ତ୍ତି ଅବସରରେ ଏକ ଚିଠିରେ ସ୍ୱାକ୍ଷର କରିବା ପରେ ସେ ତାଙ୍କ ଚାକିରି ହରାଇଥିଲେ। ଆମନେଷ୍ଟି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁଯାୟୀ ଯେ ୨୦୦୧ ମସିହାରେ ତାଙ୍କୁ ଆନ୍ଦୋଳନ ପାଇଁ ୩ ବର୍ଷର ଜେଲଦଣ୍ଡ ମିଳିଥିଲା। ଗତ ୨୦୧୪ ରେ ସେ ତିଆନମେନ୍ ଗଣସଂହାର ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଯୋଗୁଁ ପୁଣି ଥରେ ଗିରଫ ହୋଇଥିଲେ।

ଗତ ୨୦୧୫ ରେ, ଡଙ୍ଗ ତାଙ୍କ ସ୍ତ୍ରୀ ଏବଂ ଝିଅ ସହ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଜାତିସଂଘ ମାଧ୍ୟମରେ ଶରଣାର୍ଥୀ ସୁରକ୍ଷା ପାଇଁ ଆବେଦନ କରିଥିଲେ। ତାଙ୍କ ପରିବାରକୁ ଶେଷରେ କାନାଡ଼ା ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା, ମାନବାଧିକାର ସଙ୍ଗଠନ ଏବଂ ତାଙ୍କ ସମ୍ପର୍କୀୟଙ୍କ ଆବେଦନ ସତ୍ତ୍ୱେ ଥାଇଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ତାକୁ ଚୀନ୍ ପଠାଇ ଦେଇଥିଲେ। ୟାହା ପରେ ତାଙ୍କୁ ସାଢେ ୩ ବର୍ଷ ଜେଲଦଣ୍ଡ ମିଳିଥିଲା।

ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଚୀନୀ ସୁନ୍ଦରୀ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍

୨୦୧୯ ରେ ସେ ଜେଲରୁ ମୁକ୍ତ ହେବା ପରେ, ଡଙ୍ଗ୍ ଚୀନରୁ ପଳାୟନ କରିବାକୁ ଆଉ ଥରେ ଚେଷ୍ଟା କରିଥିଲେ। CNN ରିପୋର୍ଟ ଅନୁସାରେ ସେ ଥରେ ଚୀନ୍ ଉପକୂଳ ନିକଟରେ ରହିଥିବା ତାଇୱାନ-ନିୟନ୍ତ୍ରିତ ଦ୍ୱୀପ କିନମେନ ଠାକୁ ପହଁଞ୍ଚିବାକୁ ଚେଷ୍ଟା କରିଥିଲେ। ୨୦୨୦ ରେ, ସେ ଅବୈଧ ଭାବରେ ଭିଏତନାମ୍ ଠାରେ ପ୍ରବେଶ କରିଥିଲେ। ହେଲେ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୨୨ ରେ ତାଙ୍କୁ ପୁଣି ଚୀନ୍ ପଠାଇ ଦିଆଯାଇଥିଲା। ଏହା ପରେ ତାଙ୍କୁ ଅବୈଧ ସୀମା ପାର କରିବା ପାଇଁ ୧୧ ମାସର ଜେଲ ଦଣ୍ଡ ଦିଆଯାଇଥିଲା। "Human Rights in China" ପକ୍ଷରୁ କୁହାଯାଇଛି ଯେ ଡଙ୍ଗ୍ ତାଙ୍କର ସ୍ୱାଧୀନତା ଫେରିପାଇବା ଏବଂ ତାଙ୍କ ପରିବାର ସହିତ ପୁନଃମିଳନ ପାଇଁ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇଥିଲେ। ଜଣେ ୬୮ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଛୋଟ ଡଙ୍ଗାରେ ଖୋଲା ସମୁଦ୍ର ପାର କରିବାକୁ ପଡ଼ିଥିଲା।

CNN ଅନୁଯାୟୀ, ଡଙ୍ଗ୍ ବର୍ତ୍ତମାନ ପ୍ରବାସ ଆଇନ ଉଲ୍ଲଂଘନ କରିଥିବା ସନ୍ଦେହରେ ଗିରଫ ହୋଇଛନ୍ତି। ତାଙ୍କ ମାମଲା ସରକାରୀ ଓକିଲଙ୍କୁ ହସ୍ତାନ୍ତର କରାଯିବ। ଏହି ମାମଲା ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗଙ୍କ ପାଇଁ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ହୋଇପାରେ। କାରଣ ତାଙ୍କ ପ୍ରଶାସନ ଚୀନ୍ ସହିତ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛି। ସାମାଜିକ କର୍ମୀ ସେଙ୍ଗ ଜୁ ସେ ଡଙ୍ଗ୍ ଙ୍କ ପରିସ୍ଥିତି ବିଷୟରେ କାନାଡା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଛନ୍ତି। ଦକ୍ଷିଣ କୋରିଆକୁ ତାଙ୍କୁ ଦେଶାନ୍ତର ନକରିବାକୁ ଅନୁରୋଧ କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chinese Dissident Dong Guangping Flees to South Korea After Sea Journey | Argus News