Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚର୍ଚ୍ଚାରେ ଏୟାର କାନାଡ଼ା ପାଇଲଟ୍; ଅବସର ବେଳେ ଧରାପଡ଼ିଲା କାରନାମା

International

Canadian Pilot Geoffrey Wall / ଚର୍ଚ୍ଚାରେ ଏୟାର କାନାଡ଼ା ପାଇଲଟ୍; ଅବସର ବେଳେ ଧରାପଡ଼ିଲା କାରନାମା

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଚର୍ଚ୍ଚାରେ ଏୟାର କାନାଡ଼ା ପାଇଲଟ୍;  ଅବସର ବେଳେ ଧରାପଡ଼ିଲା କାରନାମା
Canadian Pilot Geoffrey Wall

Key Points

କ୍ୟାପ୍ଟେନ ହେବା ପାଇଁ, ପାଇଲଟ୍ ଙ୍କୁ ଏକ ଏୟାର ଲାଇନ ଟ୍ରାନ୍ସପୋର୍ଟ ପାଇଲଟ୍ ଲାଇସେନ୍ସ (ATPL) ନେବାକୁ ହୋଇଥାଏ। ଯାହା ପାଇଁ ଅନେକ ଲିଖିତ ପରୀକ୍ଷା ପାସ୍ କରିବାକୁ ହୋଇଥାଏ।
Canadian Pilot Fake License: ସଦ୍ୟ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଏୟାର କାନାଡା ପାଇଲଟ୍। ଯିଏ ବର୍ଷ କିମ୍ବା ଦୁଇ ବର୍ଷ ନୁହେଁ ବରଂ ୧୭ ବର୍ଷ ଧରି ବିନା କୌଣସି ବୈଧ ଲାଇସେନ୍ସ ଥାଇ ବିମାନ ଉଡ଼ାଇଥଲେ। କାନାଡ଼ାର ଏହି ଆଶ୍ଚର୍ଯ୍ୟଜନକ ମାମଲା ଯେତେବେଳେ ସାମ୍ନାକୁ ଆସିଥିଲା ସେତବେଳେ ସମଗ୍ର ବିମାନ ଚଳାଚଳ ଶିଳ୍ପ ଚକିତ ହୋଇଯାଇଥିଲା। ଏୟାର କାନାଡା଼ ଏୟାରଲାଇନ୍ସର ଜଣେ ପୂର୍ବତନ ପାଇଲଟ୍ ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ବ୍ୟବହାର କରି ବଡ଼ ବୋଇଂ ବିମାନ ଉଡ଼ାଇଥିବାର ଅଭିଯୋଗ ହୋଇଛି।ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ଏହା ତଦନ୍ତ ପରିସର ଭୂକ୍ତ ହୋଇଛି।

କ'ଣ ରହିଛି ପୁରା ଘଟଣାକ୍ରମ?
କାନାଡାର ଏୟାର କାନାଡା ( Air Canada) ଏୟାରଲାଇନ୍ସର ଜଣେ ପୂର୍ବତନ ପାଇଲଟ୍ (Canadian Airlines Pilot) ୧୭ ବର୍ଷ ଧରି ବୈଧ ଲାଇସେନ୍ସ ବିନା ବାଣିଜ୍ୟିକ ବିମାନ ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ୫୯ ବର୍ଷୀୟ ଜେଫ୍ରି ୱାଲ୍ (Canadian Pilot Geoffrey Wall) ଙ୍କ ବିରୋଧରେ ଅନେକ ଠକେଇ ସମ୍ପର୍କିତ ମାମଲା ଦାଏର ହୋଇଛି। ସେ ୧୯୯୮ ମସିହାରେ ତାଙ୍କର ବିମାନ ସେବା କ୍ୟାରିୟର (Airline Career) ଆରମ୍ଭ କରିଥିଲେ। ୨୦୦୯ ମସିହାରେ ଯେତେବେଳେ ତାଙ୍କୁ କ୍ୟାପଟେନ୍ (Airline Captain) କିମ୍ବା ପାଇଲଟ୍-ଇନ୍-କମାଣ୍ଡ (Pilot in Command) ଭାବରେ ପଦୋନ୍ନତି ଦିଆଯାଇଥିଲା, ସେତବେଳେ ସେ ଜାଲ ଦସ୍ତାବିଜ୍ ବ୍ୟବହାର କରି ବିମାନ ଉଡ଼ାଣ ଆରମ୍ଭ କରିଥିଲେ।

ତାଙ୍କୁ ଜୁନ୍ ୧ ତାରିଖରେ ଗିରଫ କରାଯାଇଥିଲା। ଏହି ଗିରଫଦାରୀ "ପ୍ରୋଜେକ୍ଟ ଇକାରସ୍" (Project Icarus Canada) ନାମରେ ଜଣାଶୁଣା ଏକ ଜଟିଳ ତଦନ୍ତ ପରେ ହୋଇଥିଲା। ଗତ ବର୍ଷ ଟୋରଣ୍ଟୋ ସ୍ଥିତ ପିଅର୍ସନ ବିମାନବନ୍ଦରରେ (Toronto Pearson International Airport) ନିୟମିତ ଯାଞ୍ଚ ସମୟରେ କାନାଡା ପରିବହନ ବିଭାଗ ତାଙ୍କ ଦସ୍ତାବିଜରେ ଅସଙ୍ଗତି ଦେଖିଥିଲା, ଯାହା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏନେଇ ପୋଲିସ କହିଛି ଯେ ତାଙ୍କ ବିରୋଧରେ ୫ ହଜାର ଡଲାରରୁ ଅଧିକ ଠକେଇ, ସାଧାରଣ ଉପଦ୍ରବ, ଜାଲ ଦସ୍ତାବିଜ୍ ବ୍ୟବହାର କରିବାର ଦୁଇଟି ଅଭିଯୋଗ ଆସିଛି।

ଏହା ସହ ପଢନ୍ତୁ: ଅଚାନକ ରନୱେ ସହ ପିଟି ହେଲା ବିମାନ; ହଠାତ ଜଳିଗଲେ ୨ ଚାଳକ

ଏୟାର କାନାଡା କହିବା ଅନୁଯାୟୀ, ଗତ ବର୍ଷ ତାଙ୍କର ଜାଲ ଦସ୍ତାବିଜ୍ ସାମ୍ନାକୁ ଆସିବା ମାତ୍ରେ ପାଇଲଟ୍ ଜେଫ୍ରି ୱାଲ୍ ଙ୍କୁ ତୁରନ୍ତ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏୟାର ଲାଇନ୍ସ ନିଜ ପକ୍ଷରୁ ଏହି ଘଟଣା ବିଷୟରେ କାନାଡା ପରିବହନ ବିଭାଗକୁ ଜଣାଇଥିଲା। କ୍ୟାପ୍ଟେନ ହେବା ପାଇଁ, ପାଇଲଟ୍ ଙ୍କୁ ଏକ ଏୟାର ଲାଇନ ଟ୍ରାନ୍ସପୋର୍ଟ ପାଇଲଟ୍ ଲାଇସେନ୍ସ (ATPL) ନେବାକୁ ହୋଇଥାଏ। ଯାହା ପାଇଁ ଅନେକ ଲିଖିତ ପରୀକ୍ଷା ପାସ୍ କରିବାକୁ ହୋଇଥାଏ।

ବିଗତ ୧୭ ବର୍ଷ ମଧ୍ୟରେ ଜେଫ୍ରି ୱାଲ୍ ଅନେକ ବୋଇଂ ବିମାନ ଉଡ଼ାଇଛନ୍ତି। ଏପରିକି ସେ ବୈଧ ଲାଇସେନ୍ସ ବିନା ପ୍ରାୟ ୯୦୦ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡ଼ାଇଛନ୍ତି। ଏୟାର କାନାଡ଼ା ଏକ ବିବୃତ୍ତିରେ କହିଛି ଯେ ଏହି ଘଟଣା ଯାତ୍ରୀ ସୁରକ୍ଷାକୁ ପ୍ରଭାବିତ କରିନାହିଁ। କାରଣ ସମସ୍ତ ପାଇଲଟ ନିୟମିତ ତାଲିମ ନେବା ସହ ସେମାନଙ୍କର ମିୟମିତ ଯାଞ୍ଚ ହୋଇଥାଏ।

ଏୟାର ଲାଇନ୍ସ କହିବା ଅନୁଯାୟୀ, ସମସ୍ତ ପାଇଲଟ ପ୍ରତି ୬ ମାସରେ ବାଧ୍ୟତାମୂଳକ ତାଲିମ ଏବଂ ପ୍ରତି ୧୨ ମାସରେ ବିମାନ ଉଡ଼ାଣ ସମ୍ପର୍କିତ ପରୀକ୍ଷା ଦେଇଥାନ୍ତି। ହେଲେ ତଥାପି ଏୟାର କାନାଡା ଏହା ମଧ୍ୟ କହିଛି ଯେ ଉପଯୁକ୍ତ ଲାଇସେନ୍ସିଂ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଘଟଣାକୁ ଏୟରାଲାଇନ୍ସ ବହୁତ ଗମ୍ଭୀରତାର ସହ ନେଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Canadian Pilot Caught Flying With Fake License for 17 Years | Argus News