Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଚାନକ ରନୱେ ସହ ପିଟି ହେଲା ବିମାନ; ହଠାତ ଜଳିଗଲେ ୨ ଚାଳକ

International

Gulfstream G200 Jet Crash / ଅଚାନକ ରନୱେ ସହ ପିଟି ହେଲା ବିମାନ; ହଠାତ ଜଳିଗଲେ ୨ ଚାଳକ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଅଚାନକ ରନୱେ ସହ ପିଟି ହେଲା ବିମାନ; ହଠାତ ଜଳିଗଲେ ୨ ଚାଳକ
Gulfstream G200 Jet Crash

Key Points

ରବିବାର ଡୋମିନିକାନ୍ ରିପବ୍ଲିକ ସ୍ଥିତ ଲା ରୋମାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଘରୋଇ ଗଲ୍ଫ୍ ଷ୍ଟ୍ରିମ୍ ଜେ ୨୦୦ ଜେଟ୍ ବିୀମାନ।
Gulfstream G200 crash Dominican Republic: ରବିବାର (୭ ଜୁନ୍) କାରିବିଆନ୍ ଦେଶ ଡୋମିନିକାନ୍ ରିପବ୍ଲିକ ଠାରେ ଘଟିଯାଇଛି ଏକ ବଡ଼ ବିମାନ ଦୁର୍ଘଟଣା। ଏଠାରେ ଏକ ଘରୋଇ ବିମାନ ସହିତ ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ଏହି ଘଟଣା ଏବେ ସମଗ୍ର ଦେଶକୁ ଥରାଇ ଦେଇଛି। ଲା ରୋମାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ୍ରେ ଅବତରଣ କରିବା ସମୟରେ ଏକ ବିମାନ ହଠାତ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟଣାସ୍ଥଳ ଧୂଆଁରେ ପରିପୂର୍ଣ୍ଣ ହୋଇ ଯଇଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରି ଦେଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ବିମାନର ମୁଖ୍ୟ ଚାଳକ ଏବଂ ସହ ଚାଳକ ଉଭୟଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।

ରନୱେ ଠାରେ କ'ଣ ହୋଇଥିଲା?

ଡୋମିନିକାନ୍ ରିପବ୍ଲିକ ସ୍ଥିତ ଲା ରୋମାନା ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ଏକ ଘରୋଇ ବିମାନ ରନୱେ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨ ଜଣ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ଦେଶର ଜାତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଘରୋଇ ବିମାନ ରନୱେ ଠାରେ ଦୁର୍ଘଟଣାଗ୍ରସ୍ତ ହେବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ବିମାନର ସାମ୍ନା ଭାଗ ରନୱେ୍ରେ ହଠାତ ଉପରକୁ ଉଠି ଯାଇଥିଲା। ପରେ ଏଥିରେ ଏକ ବିସ୍ଫୋରଣ ହୋଇଥିଲା। ଯାହା ପରେ ଧୂଆଁ ସମଗ୍ର ବିମାନ ବନ୍ଦରରେ ବ୍ୟାପି ଯାଇଥିଲା। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ବିମାନ ଉପରେ ପାଣି ଢାଳୁଛି।

ଡୋମିନିକାନ୍ ସିଭିଲ୍ ଏଭିଏସନ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ଏହି ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟ୍ ଉଭୟଙ୍କ ମୃତ୍ୟୁ ହୋଇଛି। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବିମାନରେ କୌଣସି ଯାତ୍ରୀ ନଥିଲେ। ଦୁର୍ଘଚଣାଗ୍ରସ୍ତ ଘରୋଇ ବିମାନ ଲା ରୋମାନା ଠାରୁ ପ୍ରାୟ ୧୬ ନଟିକାଲ୍ ମାଇଲ୍ ଦକ୍ଷିଣ-ପଶ୍ଚିମରେ ଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ବିମାନବନ୍ଦରକୁ ଫେରୁଥିବା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବିମାନ ଏକ ଗଲ୍ଫ୍ ଷ୍ଟ୍ରିମ୍ ଜେ ୨୦୦ ଜେଟ୍ (Gulfstream G200 Jet) ଥିଲା।

ଏହା ସହ ପଢନ୍ତୁ: ସ୍କୁଲ ବସ୍-ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ମୃତ

ପର୍ଯ୍ୟଟନ ପାଇଁ ଜଣାଶୁଣା ଲା ରୋମାନା ସହର ପାଇଁ ଏହି ବିମାନବନ୍ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟଟନ ହେଉଛି ଡୋମିନିକାନ୍ ଗଣରାଜ୍ୟର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଦେଶ କାରିବିଆନ କ୍ଷେତ୍ରରେ ଅବସ୍ଥିତ। ଯାହାର ଜନସଂଖ୍ୟା ହେଉଛି ପ୍ରାୟ ୧.୧6 କୋଟି। ପୂର୍ବରୁ ଗତ ୨୦୨୧ ରେ ଦେଶରେ ଏକ ଘରୋଇ ବିମାନ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀ ସାଣ୍ଟୋ ଡୋମିଙ୍ଗୋ ସ୍ଥିତ ଲାସ୍ ଆମେରିକା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gulfstream G200 Jet Crash: 2 Pilots Dead in Dominican Republic | Argus News